/odisha-reporter/media/post_attachments/uploadimage/library/16_9/16_9_0/IMAGE_1678173072.jpg)
Shubman Gill & Sara Ali Khan
ବଲିଉଡ ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ କିଏ ବା ଗାର୍ଲଫ୍ରେଣ୍ଡ କରିବାକୁ ପସନ୍ଦ ନ କରିବ । ଭାରତୀୟ କ୍ରିକେଟର ଶୁବମନ ଗିଲ୍ଙ୍କ ପାଇଁ ସାରାଙ୍କ ହୃଦୟ ଧକ୍ ଧକ୍ ହେଉଥିବା ବେଳେ ଶୁବମନଙ୍କ ମନ କିନ୍ତୁ ଆଉ କାହା ପାଖରେ ଲାଖି ଯାଇଛି। ସାରାଙ୍କ ପାଇଁ ନୁହେଁ, ଆଉ ଜଣେ ଅଭିନେତ୍ରୀଙ୍କ ପାଇଁ ଶୁବମନଙ୍କ ହାର୍ଟବିଟ୍ ବଢ଼ି ଯାଉଛି। ତେବେ ଏହି ଅଭିନେତ୍ରୀଜଣକ ହେଉଛନ୍ତି ସାଉଥ ସୁନ୍ଦରୀ ତଥା ପୁଷ୍ପା ଫେମ୍ ରଶ୍ମୀକା ମନ୍ଦାନା । ଦେଶର ନ୍ୟାସନାଲ କ୍ରସ୍ ରଶ୍ମୀକା ମନ୍ଦାନା ହେଉଛନ୍ତି ଶୁବମନଙ୍କ କ୍ରସ୍।
କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ କିଏ ଆପଣଙ୍କର କ୍ରସ୍ ବୋଲି ଶୁବମାନ ଗିଲଙ୍କୁ ପଚରାଯାଇଥିଲା । ପ୍ରଥମେ ଏହାର ଉତ୍ତର ନ ଦେଇ ଲାଜେଇ ଯାଇଥିଲେ ଶୁବମନ । ମାତ୍ର ପୁନର୍ବାର ଉକ୍ତ ପ୍ରଶ୍ନ ପଚରା ଯିବାରୁ ଉତ୍ତରରେ ରଶ୍ମୀକାଙ୍କ ନାଁ ଧରିଥିଲେ ଶୁବମନ। ଏନେଇ ରଶ୍ମୀକାଙ୍କ ପ୍ରତିକ୍ରିୟା ମିଳି ପାରିନି।
ତେବେ ଶୁବମନଙ୍କ ଉତ୍ତର ଶୁଣି ସାରାଙ୍କ ହୃଦୟ ନିହାତି ଭାଙ୍ଗିଯିବ ବୋଲି ଫ୍ୟାନ୍ସ କହିଛନ୍ତି। କାରଣ କିଛି ଦିନ ହେବ ଶୁବମନ ଓ ସାରାଙ୍କ ଡେଟିଂ ଖବର ବି-ଟାଉନ୍ରେ ହଟ୍ ଗସିପ ପାଲଟିଛି।
ଶୁବମନ ଓ ରଶ୍ମିକା ।ଏପରିକି ଉଭୟଙ୍କୁ ପୂର୍ବରୁ ସମାନ ଫ୍ଲାଇଟ ଓ ହୋଟେଲରେ ସ୍ପଟ କରାଯାଇଛି। ଏପରିକି ସାରାଙ୍କ ଫଟୋରେ ଶୁବମନ ବି ସବୁ ସମୟରେ କମେଣ୍ଟ କରୁଥିବା ନଜର ଆସିଥାଏ।
ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଶୁବମନଙ୍କୁ ବଲିଉଡର ଫିଟେଷ୍ଟ ଷ୍ଟାର କିଏ ବୋଲି ପଚରାଯିବାରୁ ସେ ସାରାଙ୍କ ନାଁ ଧରିଥିଲେ । । ଏହା ଶୁଣି ଆପଣ ତାଙ୍କୁ ଡେଟ୍ କରୁଛନ୍ତି କି ବୋଲି ଆଙ୍କର ପଚାରିଥିଲେ। ଶୁବମନ ଏହାର ସଫା ସଫା ଉତ୍ତର ନ ଦେଇ ବୁଲେଇ ବଙ୍କେଇ ଏହାର ଉତ୍ତର ଦେଇଥିଲେ। ଏପରିକି ଏହା ସମ୍ଭବ ହୋଇପାରେ ବୋଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
