Advertisment

ନ୍ୟୁଡ୍‌ ଫଟୋଶୁଟ୍‌ ବିବାଦ: ରଣବୀର କହିଲେ-ଏତେ ଅସୁବିଧା ହେବ ଭାବି ନଥିଲି

ମୁମ୍ବାଇ: ନ୍ୟୁଡ୍‌ ଫଟୋଶୁଟ୍‌ କରିବା ବଲିଉଡର ବାଜିରାଓକୁ ପଡିଛି ମହଙ୍ଗା। ଏହାକୁ ନେଇ ଉପୁଜିଥିବା ବିବାଦ ଏଯାଏଁ ଥମିନି। ଏହି ମାମଲାରେ ଏବେ ରଣବୀର ସିଂହ ମୁମ୍ବାଇ ପୁଲିସରେ ନିଜ ବୟାନ ରେକର୍ଡ କରିଛନ୍ତି। ଚେମ୍ବୁର ପୁଲିସ ଷ୍ଟେସନରେ ଆଜି ସକାଳେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଗତ କିଛି ଦିନ ତଳେ ଅଭିନେତା ରଣବୀର ସଂହ ‘ପେପର୍‌’ ମାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ତାଙ୍କର ଏହି ଫଟୋ ସାମ୍ନାକୁ ଆସିବା ପରେ ଅନେକ ବିବାଦ […]

author-image
Madhupriya Mistry
ନ୍ୟୁଡ୍‌ ଫଟୋଶୁଟ୍‌ ବିବାଦ: ରଣବୀର କହିଲେ-ଏତେ ଅସୁବିଧା ହେବ ଭାବି ନଥିଲି

Ranveer singh

ମୁମ୍ବାଇ: ନ୍ୟୁଡ୍‌ ଫଟୋଶୁଟ୍‌ କରିବା ବଲିଉଡର ବାଜିରାଓକୁ ପଡିଛି ମହଙ୍ଗା। ଏହାକୁ ନେଇ ଉପୁଜିଥିବା ବିବାଦ ଏଯାଏଁ ଥମିନି। ଏହି ମାମଲାରେ ଏବେ ରଣବୀର ସିଂହ ମୁମ୍ବାଇ ପୁଲିସରେ ନିଜ ବୟାନ ରେକର୍ଡ କରିଛନ୍ତି। ଚେମ୍ବୁର ପୁଲିସ ଷ୍ଟେସନରେ ଆଜି ସକାଳେ ତାଙ୍କ ବୟାନ ରେକର୍ଡ କରାଯାଇଛି।

Advertisment

ଗତ କିଛି ଦିନ ତଳେ ଅଭିନେତା ରଣବୀର ସଂହ 'ପେପର୍‌' ମାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ତାଙ୍କର ଏହି ଫଟୋ ସାମ୍ନାକୁ ଆସିବା ପରେ ଅନେକ ବିବାଦ ଉପୁଜିଥିଲା। ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଇଥିଲା। ଏହାପରେ ରଣବୀର କହିଥିଲେ, 'ମୋ ଦେହ ମୁଁ ଯାହା ଚାହିଁବି ତାହା କରିପାରିବି। ଦରକାର ପଡିଲେ ହଜାରେ ଲୋକଙ୍କ ସାମ୍ନାରେ ବି ମୁଁ ଉଲଗ୍ନ ହୋଇପାରିବି। ଅସୁବିଧା ଆପଣଙ୍କର ହେବ ମୋର ନୁହେଁ।' ଏହାପରେ ଚାରିଆଡୁ ତାଙ୍କୁ ବିରୋଧ କରାଯିବା ସହ ତାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା।

ପୁଲିସ ସୂଚନା ମୁତାବକ, ନିଜ ବୟାନରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ରଣବୀର। ଏଥିସହ କାହାର ଭାବାନାକୁ ଆଘତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା। ଏହି ଫଟୋଶୁଟ୍‌ ପାଇଁ ଏତେ ଅସୁବିଧା ଉପୁଯିବ ତାହା ସେ ଭାବିନଥିଲେ ବୋଲି କହିଛନ୍ତି।

Advertisment

ଏହି ନଗ୍ନ ଫଟୋଶୁଟ୍‌ ମାମଲାରେ ରଣବୀରଙ୍କ ବିରୋଧରେ ପୁଲିସ ନୋଟିସ କରିଥିଲା। ନୋଟିସ ପାଇବା ପରେ ରଣବୀର ତାଙ୍କ ଲିଗାଲ ଟିମ୍‌ ସହ ମୁମ୍ବାଇ ଚେମ୍ବୁର ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ପୁଲିସ ରଣବୀରଙ୍କ ବୟାନ ରେକର୍ଡ କରିଥିଲା। ପୁଲିସ ରଣବୀରଙ୍କୁ ଅଗଷ୍ଟ ୩୦ ସୁଦ୍ଧା ଅର୍ଥାତ ଆସନ୍ତାକାଲି ହାଜର ହେବାକୁ କହିଥିଲା, କିନ୍ତୁ ରଣବୀର ଗୋଟିଏ ଦିନ ପୂର୍ବରୁ ଥାନାରେ ପହଞ୍ଚିଥିଲେ। ଦୁଇ ଘଣ୍ଟିଆ ପଚରାଉଚରା ବେଳେ ରଣବୀର ପୋଲିସକୁ ପରବର୍ତ୍ତୀ ତଦନ୍ତରେ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।