Advertisment

ହାପ୍‌ ପ୍ୟାଣ୍ଟରେ ବର ସାଜିଲେ ନୂପୁର, ଧରିଲେ ଇରାଙ୍କ ହାତ

ସୋଶାଲ ମିଡିଆରେ ଆମୀର ଖାନ୍‌ଙ୍କ ଝିଅ ବାହା ଘରର ଫଟୋ ଆଉ ଭିଡିଓ ଜୋରସୋରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Ira Khan wedding

Ira Khan wedding

ନା ସେରେଓ୍ୱାନି। ନା କୌଣସି ଡିଜାଇନର ବ୍ରାଇଡାଲ ଡ୍ରେସ୍‌। ହାଫ ପ୍ୟାଣ୍ଟ ଆଉ ବାନିଆନ୍‌ରେ ଆସିଲା ବର। ଜିମ୍‌ ସୁଟ୍‌ରେ ବର ସାଜିଲେ ନୂପୁର ଶିଖର। ଘୋଡା କି ଗାଡ଼ି ନୁହେଁ ୮ କିଲୋମିଟର ରନିଂ କରି ଆସିଲା ବରଯାତ୍ରୀ। ଅଭିନେତା ଆମୀର ଖାନ୍‌ଙ୍କ ଲାଡଲୀ ଇରାଙ୍କୁ ବିବହା କରିବା ପାଇଁ ଏଭଳି କିଛି ନିଆରା ଢ଼ଙ୍ଗରେ ବରଯାତ୍ରୀ ନେଇ ଅସିଲେ ନୂପୁରୁ ଶିଖର। ଭେନ୍ୟୁରେ ପହଞ୍ଚିବା ପରେ ନିଜେ ଢ଼ୋଲ ବଜାଇ ନାଚିଲେ।

Advertisment

ହାତକୁ ଦି ହାତ ହୋଇଛନ୍ତି ଷ୍ଟାର୍‌ କିଡ୍ ଇରା ଖାନ୍। ସେ ତାଙ୍କ ଦୀର୍ଘ ଦିନର ପ୍ରେମିକ ନୂପୁର ଶିଖରଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ତେବେ ଏହି ବିବାହ ବେଶ୍‌ ସାଧାସିଧା ଓ ବ୍ୟକ୍ତିଗତ ଥିଲା। ଏଥିରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ। କିନ୍ତୁ ବିବାହ ବେଳେ ବର କନିଆଁଙ୍କ ଗେଟ୍‌ଅପ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଇରା ଖାନ୍‌ ମଧ୍ୟ ବ୍ରାଇଡାଲ ଲୁକ୍‌ ମଧ୍ୟ ଥିଲା ବେଶ୍‌ ନିଆରା। ସେ ନୀଳ ରଙ୍ଗର ଡିଜାଇନର୍‌ ବ୍ଲାଉଜ ପିନ୍ଧିଥିବା ବେଳେ ପିଙ୍କ କଲର୍‌ର ହ୍ୟାରମ ପ୍ୟାଣ୍ଟ ପିନ୍ଧିଥିଲେ। ଏଥିସହ ଦୁପଟ୍ଟା ନେଇଥିଲେ। ତେବେ ହାତରେ ଚୁଡି ବଦଳରେ ସେ ପିନ୍ଧିଥିଲେ କେବଳ ଘଣ୍ଟା। ସୋଶାଲ ମିଡିଆରେ ଆମୀର ଖାନ୍‌ଙ୍କ ଝିଅ ବାହା ଘରର ଫଟୋ ଆଉ ଭିଡିଓ ଜୋରସୋରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକେ ବିବାହରେ ବର-କନିଆଁଙ୍କ ଗେଟ୍‌ଅପ୍‌କୁ ଦେଖି ଚକିତ ହେଉଥିବା ବେଳେ ଆଉ କିଛି ଏହାକୁ ନେଇ ଟ୍ରୋଲ କରିଛନ୍ତି।

Advertisment

ପୂର୍ବରୁ ଇରା ଓ ନୂପୁରଙ୍କ ନିର୍ବନ୍ଧ ସରିଥିବା ବେଳେ ଗତକାଲି ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଛି। ଆସନ୍ତା ୮ ତାରିଖରେ ରାଜସ୍ଥାନର ଉଦୟପୁରରେ ଦୁହେଁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିବେ। ଜାନୁଆରୀ ୧୩ ତାରିଖରେ ହେବ ଗ୍ରାଣ୍ଡ ରିସେପ୍‌ସନ୍‌। ଏଥିରେ ବି-ଟାଉନର ଷ୍ଟାରମାନେ ଯୋଗ ଦେବେ।

Aamir Khan Daughter Wedding Bollywood News Ira Khan Nupur Shikhare