Advertisment

ଇସ୍ରାଏଲରୁ ଫେରିବା ପରେ ଛାତିଥରା ଦୃଶ୍ୟ ବଖାଣିଲେ ନୁସରତ୍‌

ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫିଲ୍ମ ପ୍ରମୋସନ୍‌ ପାଇଁ ଇସ୍ରାଏଲ ଯାଇଥିଲେ ନୁସରତ୍‌।

Nushrat Bharucha

Nushrat Bharucha

Advertisment

ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ବଲିଉଡ ଅଭିନେତ୍ରୀ ନୁସରତ୍‌ ଭରୁଚା। ନିକଟରେ ଇସ୍ରାଏଲ୍-ପାଲେଷ୍ଟାଇନ୍‌ ଯୁଦ୍ଧରୁ ବର୍ତ୍ତିବା ପରେ ଭାରତ ଫେରିଛନ୍ତି ନୁସରତ। ଏହାପରେ ବଖାଣିଛନ୍ତି ଯୁଦ୍ଧର ଛାତିଥରା ଦୃଶ୍ୟ।

Advertisment

ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫିଲ୍ମ ପ୍ରମୋସନ୍‌ ପାଇଁ ଇସ୍ରାଏଲ ଯାଇଥିଲେ ନୁସରତ। କିନ୍ତୁ ହଠାତ୍‌ ଯୁଦ୍ଧ ଆରମ୍ଭ ହେବା ପରେ ସେଠାରେ ସେ ଫଶି ଯାଇଥିଲେ। ତାଙ୍କୁ ନିକଟରେ ସୁରକ୍ଷିତ ଭାବେ ଭାରତ ଅଣାଯାଇଛି। ସେ ଆସିବା ପରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଜାରି କରି ଯୁଦ୍ଧର ଭୟାବହତାକୁ କିଭଳି ଅଙ୍ଗେ ନିଭାଇଛନ୍ତି ତାହା ଜଣାଇଛନ୍ତି।

ଭିଡିଓରେ ନୁସରତ ଭାରି ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ଯେତେବେଳେ ହମ୍‌ଲା ହୋଇଥିଲା, ସେ ହୋଟେଲରେ ହିଁ ଥିଲେ। ହଠାତ୍‌ ହୋଟେଲ ଭିତରେ ହୋ ହଲ୍ଲା ହୋଇଥିଲା। ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ହୋଟେଲ ବେସ୍‌ମେଣ୍ଟକୁ ନିଆ ଯାଇଥିଲା। ଏହା ବେଶ୍‌ ଭୟଙ୍କର ଥିଲା। ସେ ଏଭଳି କେବେ ପୂର୍ବରୁ ଅନୁଭବ କରି ନଥିଲେ ବୋଲି କହିଛନ୍ତି।

Advertisment

ନୁସରତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମୁଁ ଘରକୁ ସୁରକ୍ଷିତ ଭାବେ ଫେରି ଆସିଛି। ମୁଁ ଠିକ୍‌ ଅଛି। କିନ୍ତୁ ଦୁଇ ଦିନ ପୂର୍ବରୁ ଯେତେବେଳେ ମୁଁ ହୋଟେଲରେ ଥିଲି ସେତେବେଳେ ବିସ୍ଫୋରଣ ଶବ୍ଦରେ ଥରି ଉଠିଥିଲି। ଭିନ୍ନ ଭିନ୍ନ ରକମର ସାଇରନ୍‌ ବାଜୁଥିଲା। ଆମ ସମସ୍ତଙ୍କୁ ତୁରନ୍ତ ବେସ୍‌ମେଣ୍ଟ ଭିତରକୁ ନିଆଯାଇଥିଲା। ସମସ୍ତ କବାଟ ଝରକା ବନ୍ଦ କରି ଦିଆଯାଇଥିଲା। ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି, ସେଠାରୁ ବଞ୍ଚି ଆସିଛି।

ଇସ୍ରାଏଲ୍‌ ଫେରିବା ପରେ ଭିଡିଓ ଜରିଆରେ ନୁସରତ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ସେତିକି ନୁହେଁ ଇସ୍ରାଏଲ ଓ ଭାରତ ଏମ୍ବେସିକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଯେଉଁମାନେ ଏବେ ବି ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫଶି ରହିଛିନ୍ତ ସେମାନଙ୍କ ପାଇଁ ସେ ପ୍ରାର୍ଥନା କରିଛନ୍ତି। ନୁସରତଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଏବେବି ଅନେକ ଲୋକେ ଫଶି ରହିଛିନ୍ତି।

Bollywood News Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe