Apsara
ମୁମ୍ବାଇ: ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ ଗୋପାଳ ବର୍ମା ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏ ଫିଲ୍ମର ନାଁ ରଖିଛନ୍ତି ‘ଥ୍ରୀଲର୍’। ଏହି ଫିଲ୍ମରେ ସେ ଯାହାଙ୍କୁ ଅଭିନେତ୍ରୀ ଭାବେ ନେବା ପାଇଁ ଚୟନ କରିଛନ୍ତି, ସେ ଓଡ଼ିଶାର । ତାଙ୍କ ନାଁ ଅପ୍ସରା ରାଣୀ। ଆଉ ରାମ ଗୋପାଳ ବର୍ମାଙ୍କ ଏହି ନୂଆ ହିରୋଇନ୍ ଏବେ ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟି ଯାଇଛନ୍ତି। ତାଙ୍କ ଫଟୋ ଖୁବ୍ ଭାଇରାଲ୍ ହେଉଛି। ରାମ ଗୋପାଳ ବର୍ମା ମଧ୍ୟ ଅପ୍ସରାଙ୍କ ଉପରେ ବେଶ୍ ଫିଦା ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।
ରାମ ଗୋପାଳ ବର୍ମା ସୋମବାର ଟ୍ୱିଟ୍ କରି ଲେଖିଥିଲେ- ଆର୍ଜିବି ୱାର୍ଲ୍ଡ ଥିଏଟରର ପରବର୍ତ୍ତୀ ଫିଲ୍ମରେ ଅପ୍ସରା ରାଣୀ ହିରୋଇନ୍ ହେବେ। ଏହି ଫିଲ୍ମର ନାଁ ହେଉଛି ‘ଥ୍ରୀଲର’।
ଏହା ପରେ ସେ ଅପ୍ସରାଙ୍କ କିଛି ଫଟୋ ଶେଆର କରିଥିଲେ। ରାମୁଙ୍କ କହିବା ଅନୁଯାୟୀ, ଅପ୍ସରା ଜଣେ ବହୁତ ବଢ଼ିଆ ନୃତ୍ୟଶିଳ୍ପୀ। ତା’ ସହିତ ସେ ଜଣେ ଖୁବ୍ ଭଲ ଅଭିନେତ୍ରୀ।
ରାମ ଗୋପାଳଙ୍କ ଟ୍ୱିଟ୍ର ୭ ଘଣ୍ଟା ଭିତରେ ଅପ୍ସରାଙ୍କ ଫୋଲଅର୍ସ ସଂଖ୍ୟା ୧୦ ହଜାର ବଢ଼ି ଯାଇଛି। ଏହା ଦେଖି ସେ କହିଛନ୍ତି ଯେ କୌଣସି ନୂଆ ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା ଏକ ରେକର୍ଡ।
ସେହିପରି ଅପସରା ମଧ୍ୟ ଗତକାଲି ଏନେଇ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଫୋଲଅର୍ସ ବଢ଼ିଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି।
ଅବଶ୍ୟ ଅପସରାଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ ବିବାଦ ମଧ୍ୟ ସୃଷ୍ଟି କରିଥିଲା। କାରଣ ସେ ଏଥିରେ ଲେଖିଥିଲେ ଯେ ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶା ବିଷୟରେ ବହୁତ କମ୍ ଜାଣିଥିଲେ। କିନ୍ତୁ ଅପସରାଙ୍କ ସହିତ ଭେଟ ହେବା ପରେ ଓଡ଼ିଶା ଅନେକ ପ୍ରକାରର ଝଡ଼ ସୃଷ୍ଟି କରିପାରେ ବୋଲି ଅନୁଭବ ହେଲା। ଓଡ଼ିଶାରେ ଏମିତି ସୁନ୍ଦରୀ ଅଛନ୍ତି ବୋଲି ଜଣାପଡ଼ିଲା।
ଓଡ଼ିଶାକୁ ନେଇ ବର୍ମାଙ୍କର ଏହି କଥାକୁ ଅନେକ ଓଡ଼ିଆ ଲୋକ ନାପସନ୍ଦ କରିଥିଲେ। ଅବଶ୍ୟ ପରେ ସେ ଓଡ଼ିଶାକୁ ନେଇ ନିଜର ମନ୍ତବ୍ୟରେ ପରିବର୍ତ୍ତନ କରିଥିଲେ। ସେ ଆଉ ଏକ ଟ୍ୱିଟ୍ କରି ଲେଖିଥିଲେ- ‘କେବେ ଭାବି ନଥିଲି ଯେ ‘ଓଡ଼ିଶା’ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ପ୍ରତିଭାର ଗନ୍ତାଘର ହେବ। କିନ୍ତୁ ଅପ୍ସରାଙ୍କୁ ଦେଖିବା ପରେ ଲାଗୁଛି, ଉଭୟ ନିଜେ ଓଡ଼ିଶା ଓ ଦେଶରର ବାକି ଭାଗ ଓଡ଼ିଶା ଉପରେ ଗୁରୁତ୍ୱର ସହ ଦୃଷ୍ଟି ଦେବେ।
ସୂଚନାଯୋଗ୍ୟ, ଅପ୍ସରା ଓଡ଼ିଶାର। ତେବେ ସେ ଡେରାଡୁନ୍ରେ ଜନ୍ମ ହୋଇଛନ୍ତି ଓ ସେଠାରେ ବଢ଼ିଛନ୍ତି। ତାଙ୍କର ପଢ଼ାପଢ଼ି ବି ସେଠି ହୋଇଛି। ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ‘ଉଲାଲା ଉଲାଲା’ ଓ ‘ଫୋର୍ ଲେଟର୍ସ’ ଭଳି ତେଲୁଗୁ ଫିଲ୍ମରେ କାମ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/Apsara.jpg)