/odisha-reporter/media/post_attachments/uploads/2022/12/tunisha-sharma.jpg)
tunisha-sharma
ମୁମ୍ବାଇ: ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣାକୁ ନେଇ ଆସିଛି ସଙ୍ଗିନ୍ ଅଭିଯୋଗ। ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଥିବା ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମାମଲାରେ ଲଭ ଜିହାଦ୍ ଅଭିଯୋଗ ଆଣିଛନ୍ତି ଜଣେ ବିଜେପି ନେତା। ବିଜେପି ବିଧାୟକ ରାମ କାଡ଼ାମ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସୁଇସାଇଡ୍ ପଛର ଲଭ ଜିହାଦ ଲିଙ୍କ ରହିଛି। ତୁନିଶାଙ୍କୁ ଶତପ୍ରତିଶତ ନ୍ୟାୟ ମିଳିବା ଉଚିତ୍ ବୋଲି ସେ କହିଛନ୍ତି। କାରଣ ତୁନିଶା କୋ-ଷ୍ଟାର ସିଜାନ ମହମ୍ମଦ ଖାନଙ୍କୁ ପଚରାଉଚରା କରିଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ସିଜାନ୍ ଉସ୍କାଇଥିବା ଅଭିଯୋଗ ହୋଇଛି।
ଅଭିନେତ୍ରୀଙ୍କ ମାତା ଅଭିନେତା ସେଜାନ ମହମ୍ମଦ ଖାନଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି । ଅଲି ବାବା ସୋ’ରେ ତୁନିଶା ଶର୍ମା ଏବଂ ସେଜାନ ମହମ୍ମଦ ଖାନ ଏକାଠି କାମ କରୁଥିଲେ । ସୋନି ଟିଭିରେ ପ୍ରସାରିତ ହେଉଥିବା ଆଲିବାବା ସୋ’ରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ । ହେଲେ ଏବେ ଅଭିନେତ୍ରୀଙ୍କ ମା ତୁନିଶାଙ୍କ ଆତ୍ମହତ୍ୟା ପଛରେ ସେଜାନଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ଗତ କିଛି ଦିନ ହେବ ସେଜାନଙ୍କ ପାଇଁ ଟେନସନ୍ରେ ରହୁଥିଲେ । ଶେଷରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଇଥିବା ସେ କହିଛନ୍ତି ।
ତୁନିଶାଙ୍କ ମା ସେଜାନ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ କରିଛନ୍ତି । ସେଜାନ ବୃତ୍ତିରେ ଜଣେ ଅଭିନେତା ଏବଂ ମଡେଲ୍ । ଅଳ୍ପ ବୟସରୁ ହିଁ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । 'ଯୋଦ୍ଧା ଆକବର'ରେ ସେ ଆକବରଙ୍କ ପିଲାଦିନର ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ ।
ଏହା ପରେ ସେ ତୁନିଶା ଶର୍ମାଙ୍କ ସହ ଟିଭି ଧାରାବାହିକ 'ଅଲି ବାବା ଦସ୍ତାନ-ଇ-କାବୁଲ'ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେଜନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତୁନିଶାଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ଅଛି । ଏହି ଫଟୋ ଏବଂ ଭିଡିଓରୁ ଜଣାପଡ଼ୁଛି ଉଭୟ ତାରକାଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ଗଢ଼ି ଉଠିଥିଲେ । ସୂଚନା ଅନୁସାରେ, ସିରିୟଲର ଶୁଟିଂ ସେଟ୍ ରେ ଟି-ବ୍ରେକ ସମୟରେ ଶୌଚାଳୟ ଯାଇଥିଲେ ତୁନିଷା । ତେବେ ଦୀର୍ଘ ସମୟ ପରେ ସେଠାରୁ ନ ବାହାରିବାରୁ ଶେଷରେ କବାଟ ଭଙ୍ଗାଯାଇଥିଲା । କବାଟ ଭଙ୍ଗାଯିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
