Advertisment

ଥମୁନି ବିବାଦ, ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନୋଟିସ୍‌

ଫିଚର୍ ଫିଲ୍ମ ‘ଆଜମଗଡ଼’କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉ ନାହିଁ ।

Pankaj Tripathi

Pankaj Tripathi

Advertisment

ଫିଚର୍ ଫିଲ୍ମ ‘ଆଜମଗଡ଼’କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉ ନାହିଁ । ନିକଟରେ ଅଭିନେତା ପଙ୍କଜ ତ୍ରିପାଠୀ ଏହି ଫିଲ୍ମର ଟ୍ରେଲର ଓ ପୋଷ୍ଟର୍‌ରେ ନିଜ ମୁହଁ ଦେଖାଇବାକୁ ନେଇ ଆପତ୍ତି ଉଠାଇଥିଲେ। ଏଥିସହ ଫିଲ୍ମମେକର୍ କମଲେଶ କେ ମିଶ୍ରାଙ୍କ ବିରେଧରେ ଥାନାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଥିଲେ। କିନ୍ତୁ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। 

Advertisment

ପ୍ରକୃତରେ ଯେଉଁ ଓଟିଟିରେ ଏହି ଫିଲ୍ମ ଷ୍ଟ୍ରିମିଂ ହେବାର ଥିଲା ତା’ର ସଞ୍ଚାଳକ ପଙ୍କଜ ତ୍ରିପାଠୀଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି। ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଓ ତାଙ୍କ ଓକିଲ ହୋର୍ଡିଂ ଲଗାଇଥିବା କମ୍ପାନୀ ମାଲିକଙ୍କୁ ଧମକ ଦେଇଥିବା ନେଇ କ୍ରିଏଟିଭ ଡାଇରେକ୍ଟର ସଞ୍ଜୟ ଭଟ୍ଟ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପାଖରେ ଏହାର ପ୍ରମାଣ ଥିବା ମଧ୍ୟ ସଞ୍ଜୟ ଭଟ୍ଟ ଦାବି କରିଛନ୍ତି। 

ସଞ୍ଜୟ ଭଟ୍ଟଙ୍କ କହିବା ମୁତାବକ, ୯୦ ମିନିଟ୍‌ର ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀଙ୍କ ୩୦ରୁ ୪୦ ମିନିଟ୍‌ର ଭୂମିକା ରହିଛି। ଏଭଳି ସ୍ଥିତିରେ ତାଙ୍କ ଚରିତ୍ର ବେଶ୍ ଛୋଟ ଥିବା ଅଭିନେତା କହିଛନ୍ତି। ପଙ୍କଜ ତ୍ରିପାଠୀଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ ବୋଲି ସଞ୍ଜୟ ଭଟ୍ଟ କହିଛନ୍ତି। ଯଦି ପଙ୍କଜଙ୍କ କୌଣସି କଥାକୁ ନେଇ ଆପତ୍ତି ଥିଲା ତେବେ ସେ ଖୋଲାଖୋଲି ଭାବେ ତାଙ୍କୁ କହିପାରିଥାନ୍ତେ। ଏହି ମାମଲରେ ଧମକ ଦେବା ଭୁଲ୍ । ଏବେ ଏହି ମାମଲା ଆଇନ ଅନୁଯାୟୀ ସମାଧନ ହେବ। 

Advertisment

ପଙ୍କଜ ତ୍ରିପାଠୀଙ୍କ କହିବା ମୁତାବକ, ଆଜମଗଡ ଏକ ଶର୍ଟ ଫିଲ୍ମ। ଏଥିରେ ତାଙ୍କର ବେଶ୍ ଛୋଟ ଭୂମିକା ରହିଛି। କିନ୍ତୁ ଫିଲ୍ମ ନିର୍ମାତା ତାଙ୍କ ବ୍ରାଣ୍ଡ ଭେଲ୍ୟୁ ଯୋଗୁ ତାଙ୍କ ଫଟୋ ଆଉ ଭଏସ୍ ବ୍ୟବହାର କରୁଛନ୍ତି, ଏଥିପାଇଁ ତାଙ୍କର ଆଇନଗତ କୌଣସି ଅଧିକାର ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। 

Pankaj Tripathi Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe