Advertisment

ସତୀଶ କୌସିକଙ୍କ ମୃତ୍ୟୁ ଟ୍ୱିଷ୍ଟ,  ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ଖେଳିଥିଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ଏବେ ସେଠାରୁ କିଛି ଆପତ୍ତିଜନକ ଔଷଧ ମିଳିଛି।

Satish Kaushik

Satish Kaushik

Advertisment

ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। କୁହାଯାଉଥିଲା ଯେ, ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା। 

Advertisment

ପୁଲିସ ସୂଚନା ଅନୁସାରେ, ଦିଲ୍ଲୀ ସ୍ଥିତ ବିଜବାସନର ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ଖେଳିଥିଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ଏବେ ସେଠାରୁ କିଛି ଆପତ୍ତିଜନକ ଔଷଧ ମିଳିଛି। ଏହି ଫାର୍ମ ହାଉସଟି ସତୀଶଙ୍କ ସାଙ୍ଗ ବିକାଶ ମାଲୁଙ୍କର ବୋଲି ଜଣାପଡିଛି। 

ଏହି ଫାର୍ମ ହାଉସରେ ହିଁ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ତଦନ୍ତ ବେଳେ ଏଠାରୁ ପୁଲିସକୁ କିଛି ଆପତ୍ତି ଜନକ ଔଷଧ ପ୍ୟାକେଟ୍ ମିଳିଥିବା ସୂଚନା ମିଳିଛି। ଏହାପରେ ପୁଲିସ ସତୀଶଙ୍କ ବ୍ୟବଚ୍ଛେଦ ଓ ଭିସାରା ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ପୂରା ପ୍ରକୃତ ମାମଲା ପଦାକୁ ଆସିବ ବୋଲି କୁହାଯାଉଛି। 

Advertisment

ତେବେ ଫାର୍ମ ହାଉସରୁ ମିଳିଥିବା ଆପତ୍ତିଜନକ ଔଷଧ ପ୍ୟାକେଟ୍ କାହା ପାଇଁ ଓ କାହିଁକି ଆସିଥିଲା। ଏହାର ବ୍ୟବହାର କ’ଣ? ସତୀଶ କୌସିକଙ୍କ ସହ ଏହି ଔଷଧର କ’ଣ ସମ୍ପର୍କ ଥିବା ନା ନାହିଁ ସେ ନେଇ ପୁଲିସ ତଦନ୍ତ କରୁଛି। ଏଥିସହ ହୋଲି ପାର୍ଟିକୁ ଆସିଥିବା ସମସ୍ତ ଅତିଥିଙ୍କ ତାଲିକା ମଧ୍ୟ ପୁଲିସ ପ୍ରସ୍ତୁତ କରିଛି। ଯେଉଁମାନେ ସେହି ସମୟରେ ଉପସ୍ଥିତ ଥିଲେ ସେମାନଙ୍କୁ ପୁଲିସ ପଚରାଉଚରା କରିବାକୁ ଚାହୁଁଛି।  

ମାର୍ଚ୍ଚ ୭ ତାରିଖ ଦିନ ସତୀଶ କୌସିକ ଦିଲ୍ଲୀରେ ତାଙ୍କ ବନ୍ଧୁ ବିକାଶ ମାଲୁଙ୍କ ଫାର୍ମ ହାଉସକୁ ହୋଲି ପାର୍ଟି ପାଇଁ ଆସିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ତାଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। 

Bollywood News Bollywood Satish Kaushik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe