Advertisment

ରାଜ କପୁର ଓ ଦିଲୀପ କୁମାରଙ୍କ ଘର ଉପରେ କବ୍‌ଜା କରିବ ପାକିସ୍ତାନ

ଇସଲାମାବାଦ: ବଲିଉଡର ଦିବଙ୍ଗତ ଅଭିନେତା ରାଜ କପୁର ଓ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପୈତୃକ ଘର ଉପରେ କବ୍‌ଜା କରିବ ପାକିସ୍ତାନ। ଏହି ଦୁଇ ଷ୍ଟାରଙ୍କ ଘରକୁ ନିଜ କବ୍‌ଜାରେ ନେଇ ମ୍ୟୁଜିଅମରେ ପରିଣତ କରିବ ପାକିସ୍ତାନ। ଏନେଇ ପାକିସ୍ତାନ ବିଚାର ବିମର୍ଶ ଚଳାଇଛି। ପାକିସ୍ତାନରେ ଥିବା ଏହି ଦୁଇ ଷ୍ଟାରଙ୍କ ପୈତୃକ ଘରକୁ ବିଧିବଦ୍ଧ ଭାବେ କିଣିବା ପାଇଁ ଖୈବର ପଖତୁନଖ୍ୱାର ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଠାକାର ସରକାର ଭୂମି ଅଧିଗ୍ରହଣ […]

author-image
Madhupriya Mistry
ରାଜ କପୁର ଓ ଦିଲୀପ କୁମାରଙ୍କ ଘର ଉପରେ କବ୍‌ଜା କରିବ ପାକିସ୍ତାନ

Raj Kapoor and Dillip kumar

ଇସଲାମାବାଦ: ବଲିଉଡର ଦିବଙ୍ଗତ ଅଭିନେତା ରାଜ କପୁର ଓ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପୈତୃକ ଘର ଉପରେ କବ୍‌ଜା କରିବ ପାକିସ୍ତାନ। ଏହି ଦୁଇ ଷ୍ଟାରଙ୍କ ଘରକୁ ନିଜ କବ୍‌ଜାରେ ନେଇ ମ୍ୟୁଜିଅମରେ ପରିଣତ କରିବ ପାକିସ୍ତାନ। ଏନେଇ ପାକିସ୍ତାନ ବିଚାର ବିମର୍ଶ ଚଳାଇଛି।

Advertisment

ପାକିସ୍ତାନରେ ଥିବା ଏହି ଦୁଇ ଷ୍ଟାରଙ୍କ ପୈତୃକ ଘରକୁ ବିଧିବଦ୍ଧ ଭାବେ କିଣିବା ପାଇଁ ଖୈବର ପଖତୁନଖ୍ୱାର ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଠାକାର ସରକାର ଭୂମି ଅଧିଗ୍ରହଣ ଅଧିନିୟମ ୧୮୯୪ ଲାଗୁ କରିଛନ୍ତି। ଏହି ଆଇନ୍‌ ଅନୁଯାୟୀ ଦୁଇ ଅଭିନେତାଙ୍କ ପୈତୃକ ଘର ଉପରେ କବ୍‌ଜା କରିବେ ସରକାର । ଏହା ପରେ ଏହାକୁ ସଂଗ୍ରାହଳୟରେ ପରିଣତ କରିବା ପାଇଁ ଯୋଜନା ଚଳାଇଛି ପାକିସ୍ତାନ। ଖୁବଶୀଘ୍ର ପେଶୱାର କମିଶନର ଏହି ଘର ବାବଦକୁ ସେମାନଙ୍କ ମାଲିକଙ୍କୁ କ୍ଷତି ପୂରଣ ମଧ୍ୟ ପ୍ରଦାନ କରିବେ।

[caption id="attachment_633519" align="aligncenter" width="650"]Raj and Dillip ପାକିସ୍ତାନରେ ଥିବା ରାଜ କପୁର ଓ ଦିଲୀପ କୁମାରଙ୍କ ପୈତୃକ ଘର[/caption]

Advertisment

ରାଜ କପୁର ଓ ଦିଲୀପ କୁମାରଙ୍କ ପୈତୃକ ପେଶୱାରେ ଅଛି। ସହରର ମଧ୍ୟ ଭାଗରେ ଥିବା ଏହି ଦୁଇ ଅଭିନେତାଙ୍କ ଘର ବେଶ ବଡ଼ । ମହଲ ସଦୃଶ ଏହି ଦୁଇ ଘରକୁ ଜାତୀୟ ସଂଗ୍ରହାଳୟର ମାନ୍ୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ  ପେଶାୱରର ଡେପୁଟି କମିଶନର ୧୦୧ ବର୍ଗ ମିଟର ଜାଗାରେ ବିସ୍ତୃତ ଦିଲୀପ କୁମାରଙ୍କ ଘର ପାଇଁ ୮୦ ଲକ୍ଷ ୫୬ହଜାର ଏବଂ ୧୫୧.୭୫ ବର୍ଗ ମିଟରରେ ତିଆରି ରାଜ କପୁରଙ୍କ ବଙ୍ଗଳା ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଘରଗୁଡିକର ବର୍ତ୍ତମାନର ମାଲିକମାନେ ବିକ୍ରି କରିବାକୁ ପ୍ରସ୍ତୁତ ନଥିଲେ, ତେଣୁ ସରକାର ଏହି କୋଠାଗୁଡିକର ଆଇନଗତ ରୂପେ ନିଜ କବ୍‌ଜାକୁ ନେଇଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଦିଲୀପ କୁମାରଙ୍କ ପୈତୃକ ଘର ବାବଦକୁ ୨୫ କୋଟି ଏବଂ ରାଜ କପୁରଙ୍କ ଘର ବାବଦକୁ ୨୦୦ କୋଟି ଟଙ୍କା ଦାବି କରିଥିଲେ ଉଭୟ ଘରର ବର୍ତ୍ତମାନର ମାଲିକ।  ତେବେ ସେଠାକାର ରାଜ୍ୟ ସରକାର କିନ୍ତୁ ଏତେ ଟଙ୍କା ଦେବାକୁ ମନା କରିଦେଇଥିଲେ।

ପାକିସ୍ତାନରେ ଥିବା ରାଜକପୁରଙ୍କ ପୈତୃକ ଘରର ନାଁ କପୁର ହବେଲି ରହିଛି । ଏହାର ନିର୍ମାଣ ୧୯୧୮ ଏବଂ ୧୯୨୨ ମଧ୍ୟରେ ହୋଇଥିଲା। ଏହି ହବେଲିରେ ହିଁ ରାଜ କପୁର ଏବଂ ତାଙ୍କ ଦାଦା ତ୍ରିଲୋକ କପୁର ଜନ୍ମ ଗ୍ରହଣ କରିଥିଲେ । ଏହି ପୈତୃକ ଘରଟି ପାକିସ୍ତାନର କିସ୍ସା ଖ୍ୱାନୀ ବଜାରରେ ଅବସ୍ଥିତ । ସେହି ଅଞ୍ଚଳରେ ହିଁ ଦିଲୀପ କୁମାରଙ୍କ ଘର ରହିଛି । ସେହି ଘର ୧୦୦ ବର୍ଷ ପୁରୁଣା।

Bollywood