Advertisment

ବଲିଉଡକୁ ବଦ୍‌ନାମ କରିବାକୁ ଉଦ୍ୟମ, ଟ୍ରୋଲ ହେଲେ ପାକ୍‌ ଅଭିନେତା

ନିଜ ଦେଶରେ ସେ ନିଜେ ଟ୍ରୋଲର ଶିକାର ହୋଇଛନ୍ତି।

Mikaal Zulfiqar with Akshay Kumar

Mikaal Zulfiqar with Akshay Kumar

Advertisment

ପୁଣି ବଲିଉଡକୁ ବଦ୍‌ନାମ କରିବାକୁ ଉଦ୍ୟମ। ପଡ଼ୋଶୀ ଦେଶ ପାକିସ୍ତାନର ଜଣେ ଅଭିନେତା ବଲିଉଡକୁ ବଦ୍‌ନାମ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଛି। ନିଜ ଦେଶରେ ସେ ନିଜେ ଟ୍ରୋଲର ଶିକାର ହୋଇଛନ୍ତି।

Advertisment

ବଲିଉଡ ଫିଲ୍ମ 'ବେବି'ରେ ପାକିସ୍ତାନ ଅଭିନେତା ମିକାଲ ଜୁଲଫିକର୍‌ ଅଭିନୟ କରିଥିଲେ। ଏଥିରେ ଅଶଫାକ କାଜି ଭୂମିକାରେ ସେ ନଜର ଆସିଥିଲେ। ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ସହ ମିଶି ସେ କାମ କରିଥିଲେ। ଏବେ ଏହି ପାକିସ୍ତାନୀ ଅଭିନେତା ଜଣକ ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି।

ନିକଟରେ ଏକ ସାକ୍ଷତକାର୍‌ରେ ସେ କହିଛନ୍ତି, 'ଭାରତ ସର୍ବଦା ପାକିସ୍ତାନୀ ଅଭିନେତାଙ୍କ ଫାଇଦା ଉଠାଉଛି। ସେମାନେ ପାକିସ୍ତାନୀ କଳାକାରଙ୍କୁ ଭଲ ଭୂମିକା ଦିଅନ୍ତି ନାହିଁ। ସେମାନେ ଆମମାନଙ୍କୁ ଲିଡ୍‌ ରୋଲରେ ନିଅନ୍ତି ନାହିଁ। ସପୋର୍ଟିଂ ଅଭିନୟ କରିବାକୁ କୁହନ୍ତି। ବେଳେ ବେଳେ ଏଭଳି ଭୂମିକାରେ କାମ କରିବାକୁ କୁହନ୍ତି, ଯାହାକୁ ଦେଖି ଆମ ଲୋକେ ଆମର ପରିହସ କରନ୍ତି। ଆମେ ଯେଉଁଭଳି ଅଭିନୟ କରିବାକୁ ସକ୍ଷମ ସେହି ଭଳି ଭୂମିକା ଆମକୁ ବଲିଉଡ ଦେଉନାହିଁ।'

Advertisment

ପାକିସ୍ତାନୀ ଅଭିନେତା ମିକାଲଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛି। ଏପରିକି ନିଜ ଦେଶରେ ସେ ନିଜେ ଟ୍ରୋଲ ହୋଇଛନ୍ତି। ତାଙ୍କର ଏହି ଭିଡିଓରେ ପାକିସ୍ତାନର କିଛି ୟୁଜର୍ସ କମେଣ୍ଟ କରି କହିଛନ୍ତି, 'ଆମ ସେଲେବ୍ରିଟିମାନେ ଭାରତୀୟଙ୍କ ବଡ ଫ୍ୟାନ୍‌ କାହିଁକି? ଆମ କଳାକାରମାନଙ୍କୁ କେବଳ ଆଟେନ୍‌ସନ୍‌ ଦରକାର। ସପୋର୍ଟିଂ ରୋଲ କରିବା ପାଇଁ ଆମ ଅଭିନେତାମାନେ କାହିଁକି ଭାରତ ଯାଉଛନ୍ତି? ତାଙ୍କୁ କେହି ବାଧ୍ୟ କରୁନାହାନ୍ତି।' ସେହିପରି ଜଣେ ଭାରତୀୟ ୟୁଜର୍ସ କହିଛନ୍ତି, ଭାରତ ଆସି କାମ କରିବା ବନ୍ଦ କରି ଦୁଅନ୍ତୁ। ଏଠି ଆସି କାମ କରିବ ଆଉ ବଦ୍‌ନାମ ମଧ୍ୟ କରିବ।

ଉଲ୍ଲେଖଯୋଗ୍ୟ, ଅନେକ ବଲିଉଡ ଫିଲ୍ମରେ ପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀମାନେ ଲିଡ୍‌ ରୋଲେର କାମ କରିଛନ୍ତି। ୨୦୧୭ରେ ଫିଲ୍ମ 'ରଇସ୍‌'ରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ। ସେହିପରି ଫଓ୍ୱାଦ ଖାନ୍ 'ଖୁବସୁରତ' ଓ 'କପୁର ଆଣ୍ଡ ସନ୍‌ସ୍‌' ଫିଲ୍ମରେ ଲିଡ୍‌ ରୋଲେର ଥିଲେ। ଅଲ୍ଲି ଜାଫର ମଧ୍ୟ ଅନେକ ହିନ୍ଦୀ ଫିଲ୍ମର ଲିଡ୍‌ ରୋଲରେ ଅଭିନୟ କରିଛନ୍ତି।

Pakistan Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe