Advertisment

ମାହିରାଙ୍କୁ ମହଙ୍ଗା ପଡିଲା ଶାହରୁଖଙ୍କ ପ୍ରଶଂସା, ମେଣ୍ଟାଲ କହିଲେ ପାକ୍ ସାଂସଦ

ପ୍ରଶଂସାକୁ ନେଇ ହରଡ଼ଘଣାରେ ପଡିଛନ୍ତି ମାହିରା।

author-image
Madhupriya Mistry
Shah Rukh Khan and Mahira Khan

Shah Rukh Khan and Mahira Khan

‘ପଠାନ’ ଫିଲ୍ମର ସଫଳତାକୁ ନେଇ ସବୁଠି କିଙ୍ଗ ଖାନଙ୍କ ଚର୍ଚ୍ଚା। ଶାହରୁଖଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଫ୍ୟାନ୍ସ। ବଲିଉଡଠାରୁ ହଲିଉଡ୍, ସମସ୍ତେ କହୁଛନ୍ତି କିଙ୍ଗ ଖାନ୍ ଇଜ୍ ବ୍ୟାକ୍। ଶାହରୁଖଙ୍କୁ ଭଲପାଇବା ସୀମା ଆରପଟୁ ବି ଓଜାଡ଼ି ହୋଇ ଆସୁଛି। ଏହାରି ଭିତରେ ତାଙ୍କୁ ପ୍ରଶଂସା କରିବା ମହଙ୍ଗା ପଡିଯାଇଛି ଜଣେ ଅଭିନେତ୍ରୀଙ୍କୁ। 

Advertisment

ଏହି ଅଭିନେତ୍ରୀ ଜଣକ ହେଲେ ମାହିରା ଖାନ୍। ଭାରତର ପଡୋଶୀ ତଥା ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଜଣାଶୁଣା ଆକ୍ଟ୍ରେସ୍। ଶାହରୁଖଙ୍କ ଫିଲ୍ମ ‘ରଇସ’ରେ ମାହିରାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ଦର୍ଶକ ବି ଏହି ଯୋଡିକୁ ବେଶ୍ ପସନ୍ଦ କରିଥିଲେ। ଏହାପରେ ଶାହରୁଖ ଓ ବଲିଉଡର ଲଗାତର ପ୍ରଶଂସା କରୁଛନ୍ତି ମାହିରା। ହେଲେ ବର୍ତ୍ତମାନର ପ୍ରଶଂସାକୁ ନେଇ ହରଡଘଣାରେ ପଡିଛନ୍ତି ମାହିରା। ପାକିସ୍ତାନର ସାଂସଦ ମାହିରାଙ୍କୁ ମେଣ୍ଟାଲ କହିବା ସହ ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରିବାକୁ ଦାବି କରିଛନ୍ତି।

ପାକିସ୍ତାନ ମିଡିଆରେ ପ୍ରକାଶିତ ଖବର ଅନୁସାରେ, ଅନୱର ମକସୁଦଙ୍କ ଏକ କାର‌୍ୟ୍ୟକ୍ରମରେ ସାମିଲ ହୋଇ ମାହିରା ବଲିଉଡରେ ତାଙ୍କର ଅଭିନୟକୁ ନେଇ ମତ ରଖିଥିଲେ। ଏହି ସମୟରେ ‘ପଠାନ’ ଫିଲ୍ମରେ ଅଭିନୟ ପାଇଁ ଶାହରୁଖଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ମାହିରା। କହିଥିଲେ , ଶାହରୁଖ ହେଉଛନ୍ତି ତାଙ୍କ ସମୟର ହିରୋ। ସେ ଶାହରୁଖଙ୍କ ସହ କାମ କରିବାକୁ ସ୍ୱପ୍ନ ଦେଖିଥିଲେ ଏବଂ ତାଙ୍କର ଏହି ସ୍ୱପ୍ନ ‘ରଇସ’ରେ ପୂରଣ ହୋଇଛି। 

Advertisment

ତେବେ ମାହିରାଙ୍କ ଏଭଳି ବୟାନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପାକ୍ ସାଂସଦ ତଥା ପିଏମଏଲଏନ ନେତା ଅଫନାନ ଉଲ୍ଲା ଖାନ। ଟ୍ୱିଟ୍ କରି ଅଫନାନ ଲେଖିଛନ୍ତି, ମାହିରା ଜଣେ ମାନସିକ ରୋଗୀ। ତାଙ୍କର ଚରିତ୍ରକୁ ନେଇ ପୁସ୍ତକ ବି ଲେଖାଯାଇପାରେ। ଟଙ୍କା ପାଇଁ ମାହିରା ଭାରତୀୟ କଳାକାରଙ୍କ ଦଲାଲି କରିବାକୁ ବି ପଛାନ୍ତି ନାହିଁ। 

Mahira Khan Shah Rukh Khan Bollywood News