୯ ବର୍ଷର ଡେଟିଂ ପରେ ମିଥୁନଙ୍କ ହାତ ଧରିଲେ ପଲକ୍‌

ମୁମ୍ବାଇ: ମିଥୁନଙ୍କ ହାତ ଧରିଲଲେ ବଲିଉଡର ଆଗଧାଡିର ସିଙ୍ଗର ପଲକ ମୁଚଲ। ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଲିଉଡର ଅନେକ ହିଟ୍ ଗୀତରେ ନିଜ ସ୍ୱର ଦେଇଥିବା ପଲକ ମୁଚଲ ମ୍ୟୁଜିକ ଡାଇରେକ୍ଟର ମିଥୁନ ଶର୍ମାଙ୍କ ସହ ନେଇଛନ୍ତି ସାତ ଫେରା। ଗତକାଲି ଏହି ମ୍ୟୁଜିକାଲ ଦମ୍ପତିଙ୍କ ବିବାହ ସରିଛି। ପରିବାର ଲୋକେ କିଛି ଘନିଷ୍ଠ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି। ବିବାହ ବେଳର କିଛି ଫଟୋକୁ ପଲକ […]

palak-muchhal-mithoon

Madhupriya Mistry
  • Published: Monday, 07 November 2022
  • , Updated: 07 November 2022, 11:37 AM IST

ମୁମ୍ବାଇ: ମିଥୁନଙ୍କ ହାତ ଧରିଲଲେ ବଲିଉଡର ଆଗଧାଡିର ସିଙ୍ଗର ପଲକ ମୁଚଲ। ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଲିଉଡର ଅନେକ ହିଟ୍ ଗୀତରେ ନିଜ ସ୍ୱର ଦେଇଥିବା ପଲକ ମୁଚଲ ମ୍ୟୁଜିକ ଡାଇରେକ୍ଟର ମିଥୁନ ଶର୍ମାଙ୍କ ସହ ନେଇଛନ୍ତି ସାତ ଫେରା।

ଗତକାଲି ଏହି ମ୍ୟୁଜିକାଲ ଦମ୍ପତିଙ୍କ ବିବାହ ସରିଛି। ପରିବାର ଲୋକେ କିଛି ଘନିଷ୍ଠ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି। ବିବାହ ବେଳର କିଛି ଫଟୋକୁ ପଲକ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।


ଫଟୋ ପୋଷ୍ଟ କରି ପଲକ କ୍ୟାପସନରେ ଲେଖିଛନ୍ତି, ଆଜି ଆମେ ଦୁହେଁ ସବୁଦିନ ପାଇଁ ଏକ ହୋଇଛୁ। ଏଥିରେ ସେ ତାଙ୍କ ସ୍ୱାମୀ ମିଥୁନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଉଭୟ ଫଟୋରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି।

 

View this post on Instagram

 

A post shared by Palak Muchhal (@palakmuchhal3)

ବିବାହରେ ପଲକ ଲାଲ ରଙ୍ଗର ଲେହଙ୍ଗା ପିନ୍ଧି କନିଆଁ ସାଜିଥିବା ବେଳେ ମିଥୁନ ଅଫ୍ ହ୍ୱାଇଟଲ୍‌ର ଶେରୱାନି ପିନ୍ଧି ବର ବେଶ ସାଜିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ପାଲକ ଏବଂ ମିଥୁନ ଗତ ୯ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ତଥାପି, ଦୁହେଁ ନିଜ ସମ୍ପର୍କକୁ ସିକ୍ରେଟ ରଖିଥିଲେ। ମିଥୁନଙ୍କ ସହ ମିଶି ପଲ୍ ‘ଆଶିକି-୨’ରେ ଅନେକ ହିଟ୍ ଗୀତ ଗାଇଥିଲେ। ଏହି ଫିଲ୍ମର ଗୀତରେ କାମ କରୁଥିବା ବେଳେ ଦୁହେଁ ପରସ୍ପରର ପ୍ରେମରେ ପଡିଥିଲେ।

Related story