Late Yash Chopra and Palela chopra
ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ପାମେଲ ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ଥିଲେ। ତା’ସହିତ ସେ ଜଣେ ଫିଲ୍ମ ରାଇଟର ଓ ପ୍ରଯୋଜକ ଥିଲେ।
ପାମେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଗତ ୧୫ ଦିନ ଧରି ସେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତଥାପି ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା ଓ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ମୁମ୍ବାଇରେ ତାଙ୍କ ଶେଷକୃତ୍ୟ ମଧ୍ୟ ସଂପନ୍ନ ହୋଇଛି।
୧୯୭୦ ମସିହାରେ ୟଶ ଚୋପ୍ରାଙ୍କୁ ବିବାହ କରିଥିଲେ ପାମେଲା। ୟଶ ଓ ପାମେଲଙ୍କର ଦୁଇ ଜଣ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ଆଦିତ୍ୟ ଚୋପ୍ରା ଓ ଉଦୟ ଚୋପ୍ରା। ଆଦିତ୍ୟ ଜଣେ ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ। ସେହିପରି ଉଦୟ ଜଣେ ଅଭିନେତା ଓ ଫିଲ୍ମ ପ୍ରଯୋଜକ।
ପାମେଲା ଚୋପ୍ରା ଅନେକ ଫିଲ୍ମରେ ଗୀତ ଗାଇ ଥିଲେ। ସେଥିରୁ ଅଧିକାଂଶ ଫିଲ୍ମ ତାଙ୍କ ସ୍ୱାମୀ ୟଶ ଚୋପ୍ରାଙ୍କର ଥିଲା। ୧୯୯୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଆଇନା’ର ସେ ପ୍ରଯୋଜକ ଥିଲେ। ୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦିଲ୍ ତୋ ପାଗଲ ହୈ’ର ସ୍କ୍ରିପ୍ଟ ପାମେଲା ତାଙ୍କ ସ୍ୱାମୀ ୟଶ, ପୁଅ ଆଦିତ୍ୟ ଓ ଲେଖକ ତନୁଜା ଚନ୍ଦ୍ରାଙ୍କ ସହିତ ମିଶି ଲେଖିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1681974207.jpg)