Advertisment

NCBକୁ ସହାୟତା କରିବେ ପଙ୍କଜ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଥା ଏନ୍‌ସିବିକୁ ସହାୟତାର ହାତ ବଢ଼ାଇଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ। ଶନିବାର ଅନ୍ତରାଷ୍ଟ୍ରୀୟ ନିଶା ନିଷେଧ ଦିବସ ଅବସରରେ ସେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ନିଶା ଦ୍ୟବ୍ର ଓ ଔଷଧର ଦୂରୁପଯୋଗ ଏବଂ ଅବୈଦ୍ଧ ତସ୍କରୀ ବିରୋଧରେ ଏନ୍‌ସିବିକୁ ନିଜ ସମର୍ଥନ ଦେବାକୁ ପଙ୍କଜ ସଙ୍କଳ୍ପ କରିଛନ୍ତି। ସେ କହିଛନ୍ତି, ଗତ କିଛିି ଦିନ ତଳେ ଏନ୍‌ସିବି ପାଟନା ଜୋନାଲ ୟୁନିଟ୍‌ର ଅଧିକାରୀମାନେ ଏହି ପ୍ରସଙ୍ଗ ଉପରେ ତାଙ୍କ ସହ […]

author-image
Madhupriya Mistry
NCBକୁ ସହାୟତା କରିବେ ପଙ୍କଜ

pankaj tripathi

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଥା ଏନ୍‌ସିବିକୁ ସହାୟତାର ହାତ ବଢ଼ାଇଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ। ଶନିବାର ଅନ୍ତରାଷ୍ଟ୍ରୀୟ ନିଶା ନିଷେଧ ଦିବସ ଅବସରରେ ସେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ନିଶା ଦ୍ୟବ୍ର ଓ ଔଷଧର ଦୂରୁପଯୋଗ ଏବଂ ଅବୈଦ୍ଧ ତସ୍କରୀ ବିରୋଧରେ ଏନ୍‌ସିବିକୁ ନିଜ ସମର୍ଥନ ଦେବାକୁ ପଙ୍କଜ ସଙ୍କଳ୍ପ କରିଛନ୍ତି। ସେ କହିଛନ୍ତି, ଗତ କିଛିି ଦିନ ତଳେ ଏନ୍‌ସିବି ପାଟନା ଜୋନାଲ ୟୁନିଟ୍‌ର ଅଧିକାରୀମାନେ ଏହି ପ୍ରସଙ୍ଗ ଉପରେ ତାଙ୍କ ସହ ସମ୍ପର୍କ କରିଥିଲେ। ଏଥିସହ ବିହାରର କିଛି ସାର୍ବଜନିକ ଚିନ୍ତା ସହ ଜଡିତ ବିଷୟକୁ ନେଇ ମଧ୍ୟ ତାଙ୍କ ସହ ଆଲୋଚନା କରିଥିଲେ। ତେଣୁ ପଙ୍କଜ ବ୍ୟକ୍ତିଗତ ରୂପେ ଏଭଳି ଅଭିଯାନ ଏବଂ ଜାଗୃକତାର ପ୍ରସାର କରିବା ପାଇଁ ନିଜ ସମର୍ଥନ ଦେବାକୁ ଅଗ୍ରହ ରଖିଥିବା କହିଛନ୍ତି।

ନିଜ କର୍ତ୍ତବ୍ୟ ପାଳନ କରିବା ତାଙ୍କର ସାମାଜିକ କର୍ତ୍ତବ୍ୟ। ସିନେମା ଯୁବପିଢ଼ିଙ୍କ ମନ ପସନ୍ଦର ଏକ ମାଧ୍ୟମ। ତେଣୁ ଜଣେ ଅଭିନେତା ରୂପେ ଯଦି କୌଣସି ଜାଗୃକତା ଅଭିଯାନ ସହ ଯୋଡି ହୁଏ ତେବେ ତାହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଜଣେ ଅଭିନେତା ଓ ଜଣେ ନାଗରିକ ରୂପେ ଏହା ମୋର ସାମାଜିକ କର୍ତ୍ତବ୍ୟ ଏବଂ ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସେତିକି ମୋର କର୍ତ୍ତବ୍ୟର ପାଳନ କରିବି ବୋଲି ଅଭିନେତା ପଙ୍କଜ କହିଛନ୍ତି।

Advertisment

ସୂଚନା ମୁତାବକ ପଙ୍କଜ ତ୍ରିପାଠୀ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଦମଦାର ଅଭିନେତା ରୂପେ ବେଶ୍ ଜଣାଶୁଣା। ସେ ନିଜ ଅଭିନୟ ଜାଦୁରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। କମେଡି ଠାରୁ ଆରମ୍ଭ କରି ଖଳନାୟକ ସବୁ ଭୂମିକାରେ ସେ ମାହିର। ତେଣୁ ବି-ଟାଉନରେ ତାଙ୍କର କ୍ରେଜ୍ ଓ ଡିମାଣ୍ଡ ଧୀରେ ଧୀରେ ବଢ଼ିବାରେ ଲାଗିଛି।