Advertisment

ନିଜ ପରିସ୍ରା ନିଜେ କ’ଣ ପାଇଁ ପିଉଥିଲେ ପରେଶ ରାୱଲ?

ଭେଟରାନ ଅଭିନେତା ଜଣଙ୍କ ଏବେ ବଡ଼ ଖୁଲାସା କରିଛନ୍ତି।

Paresh

Paresh

Advertisment

ବଲିଉଡର ଭେଟରାନ ଅଭିନେତା ପରେଶ ରାୱଲଙ୍କୁ କିଏ ବା ନଜାଣେ। ଶହଶହ ବଲିଉଡ ଫିଲ୍ମୀରେ ସେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଖଳନାୟକ ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ସେ ଆକ୍ଟିଂ କରିଛନ୍ତି। ଆଗକୁ ମଧ୍ୟ ତାଙ୍କର ଅନେକ ଫିଲ୍ମ ରିଲିଜ ହେବ। କିନ୍ତୁ ଏହି ଭେଟରାନ ଅଭିନେତା ଜଣଙ୍କ ଏବେ ବଡ଼ ଖୁଲାସା କରିଛନ୍ତି। ସେ ନିଜ ଆଣ୍ଠୁ ଜନିତି ସମସ୍ୟାରୁ ମୁକୁଳିବା ପାଇଁ ପ୍ରତିଦିନ ସକାଳୁ ନିଜ ପରିସ୍ରାକୁ ପିଉଥିଲେ। ବିୟର ଭଳି ଏହାକୁ ସେ ଦୀର୍ଘ ସମୟ ଧରି ପିଇ ଚାଲିଥିଲେ ବୋଲି ନିଜେ ପରେଶ କହିଛନ୍ତି।

Advertisment

ରାଜ କୁମାର ସନ୍ତୋଷୀଙ୍କ ଘାତକ ସିନେମାର ଶୁଟିଂ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ତିନୁ ଆନନ୍ଦ ଓ ଡ୍ୟାନୀ ଡେନଜୋଙ୍ଗପା ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲକୁ ନେଇ ଯାଇଥିଲେ। ଆଘାତ ସମସ୍ୟା ଏତେ ଅଧିକ ଥିଲା ଯେ ପରେଶ ରାୱଲ ଭାବିଥିଲେ ଯେ ତାଙ୍କ ଫିଲ୍ମ କ୍ୟାରିୟର ଶେଷ ହୋଇଗଲା। କିନ୍ତୁ ଅଭିନେତା ଅଜୟ ଦେବଗାନଙ୍କ ବାପା ତଥା ଆକ୍ସନ ଡିରେକ୍ଟର ବୀରୁ ଦେବଗାନ ତାଙ୍କୁ ହସ୍ପିଟାଲରେ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ବୀରୁ ଦେବଗାନ ଶୀଘ୍ର ସୁସ୍ଥ ହେବାକୁ ପରେଶଙ୍କୁ ଦୈନିକ ପରିସ୍ରା ପିଇବାକୁ ପରାମର୍ଶ ଦେଇଥିଲେ।

ଏ ସମ୍ପର୍କରେ ଲଲନଟପକୁ ପରେଶ ରାୱଲ କହିଛନ୍ତି, “ ମୁଁ ନାନାବତୀ(ହସ୍ପିଟାଲ)ରେ ଥିବା ବେଳେ ବୀରୁ ଦେବଗାନ ସେଠାକୁ ଆସିଥିଲେ। ମୁଁ ହସ୍ପିଟାଲରେ ଥିବାରୁ ସେ ମୋତେ ଦେଖା କରିଥିଲେ ଓ ମୋ ଠାରୁ କ’ଣ ହୋଇଛି ବୋଲି ପଚାରି ବୁଝିଥିଲେ। ମୁଁ ତାଙ୍କୁ ମୋ ଗୋଡ଼ର ଆହତ ସମସ୍ୟା ସମ୍ପର୍କରେ କହିଥିଲି। ଏହା ଶୁଣି ସେ ମୋତେ ସକାଳୁ ମୋ ନିଜ ପରିସ୍ରା ପିଇବାକୁ କହିଥିଲେ। ସମସ୍ତ ଫାଇଟର ଏମିତି କରନ୍ତି। ପରିସ୍ରା ପିଇବା ଦ୍ୱାରା କୌଣସି ସମସ୍ୟା ହେବନି। ସକାଳୁ ପ୍ରଥମ କାମ ହେଲା ନିଜ ପରିସ୍ରା ପିଇବା। ସେ ମୋତେ ମଦ ପିଇବାକୁ ମନା କରିଥିଲେ। ତାଙ୍କ କଥାରେ ମୁଁ ପିଇବା ବନ୍ଦ କରିଥିଲି।

Advertisment

ମଟନ ଓ ତମ୍ବାକୁ ମଧ୍ୟ ଖାଇବାକୁ ମନା କରିଥିଲେ। ସେ ମୋତେ ନିୟମିତ ଫଳ ଓ ସକାଳୁ ପରିସ୍ରା ପିଇବାକୁ କହିଥିଲେ। ତାଙ୍କ ପରାମର୍ଶ ପରେ ମୁଁ ଏହାକୁ ବିୟର ଭଳି ଧୀରେଧୀରେ ପିଇବା ଆରମ୍ଭ କରିଥିଲି। କିଛି ଦିନ ପରେ ଏହା ମୋ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା। ୧୫ ଦିନ ସକାଳୁ ଖାଲି ପେଟରେ ନିଜ ପରିସ୍ରା ପିଇବା ପରେ ଆଣ୍ଠୁର ଏକ୍ସରେ କରିଥିଲି। ଏହାର ରିପୋର୍ଟ ଦେଖି ଡାକ୍ତର ପୂରା ଚକିତ ହୋଇଯାଇଥିଲେ।

ମୋର ଆଘାତ ଅତ୍ୟନ୍ତ ଗୁରୁତର ଥିଲା। ଏହା ଭଲ ଭାବେ ୨ରୁ ୨.୫ ମାସ ସମୟ ଲାଗିକ ବୋଲି ସମସ୍ତେ କହୁଥିଲେ। କିନ୍ତୁ ମୁଁ ଦେଢ଼ ମାସ ମଧ୍ୟରେ ପୂରା ଫିଟ ହୋଇଯାଇଥିଲି। ସକାଳୁ ପରିସ୍ରା ପଇବା ଦ୍ୱାରା ଏହା ସମ୍ଭବ ହୋଇଥିଲା।”

ପରେଶ ରାୱଲ ଆଗାମୀ ଦିନରେ ପ୍ରିୟଦର୍ଶନଙ୍କ ହରର କମେଡୀ ଭୂତ ବଙ୍ଗଳାରେ ନଜର ଆସିବେ। ଏଥିରେ ଅକ୍ଷୟ କୁମାର ଓ ତବୁ ମଧ୍ୟ ରହିଛନ୍ତି। ହେରା ଫେରି -୩ରେ ମଧ୍ୟ ପରେଶଙ୍କୁ ଦେଖିବାକୁ ମିଳିବ।

Bollywood News Entertainment Paresh Rawal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe