Advertisment

ଚାଲିଗଲେ ବଲିଉଡ୍‌ର ଖ୍ୟାତନାମା ଫିଲ୍ମ ନିର୍ମାତା ପ୍ରଦୀପ ସରକାର

ଗତକାଲି ରାତି ୩ଟା ୩୦ରେ ପ୍ରଦୀପ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅଦ୍ୟତନ ହୋଇଛି
Pradeep Sarkar

Pradeep Sarkar

Advertisment

ବଲିଉଡ୍‌ର ପ୍ରଖ୍ୟାତ୍ ଫିଲ୍ମ ନିର୍ମାତା ପ୍ରଦୀପ ସରକାରଙ୍କ ପରଲୋକ ଘଟିଛି। ଗତକାଲି ରାତି ୩ଟା ୩୦ରେ ପ୍ରଦୀପ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପରିନୀତା, ଲଗା ଚୁନେରି ମେଁ ଦାଗ, ମରଦାନୀ ଏବଂ ‘ହେଲିକପ୍ଟର ଏଲା’ ଭଳରି ଲୋକପ୍ରିୟ ସିନେମାର ସେ ନିର୍ଦ୍ଦଶନା ଦେଇଛନ୍ତି। କିଡନୀଜନିତ ସମସ୍ୟା ଯୋଗୁ ପ୍ରଦୀପଙ୍କ ଡାଇଲିସିସ୍‌ ଚିକିତ୍ସା ଚାଲୁଥିଲା। ଗୁରୁତର ଅବସ୍ଥାରେ ଗତକାଲି ରାତିରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଦୀପ ସରକାରଙ୍କ ଅତି ଘନିଷ୍ଟ ତଥା ଅଭିନେତ୍ରୀ ନିତୁ ଚନ୍ଦ୍ରା ଏବଂ ପ୍ରଦୀପଙ୍କ ଭଉଣୀ ମାଧୁରୀ ତାଙ୍କ ମୃତ୍ୟୁ ସମ୍ପର୍କରେ ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି। ନିଜର ଅତି ଘନିଷ୍ଟ ନିର୍ଦ୍ଦେଶକ ପ୍ରଦୀପ ସରକାର ଦାଦା ଆଉ ନାହାନ୍ତି ବୋଲି ନିତୁ ଚନ୍ଦ୍ରା ଲେଖିଛନ୍ତି। ମୁଁ ତାଙ୍କ ସହ କ୍ୟାରିଅର ଆରମ୍ଭ କରିଥିଲି ବୋଲି ନିତୁ କହିଛନ୍ତି।

Advertisment

ଜୀବନଠାରୁ ଆହୁରି ବଡ଼ କରି ସିନେମା ନିର୍ମାଣ କରିବାରେ ପ୍ରଦୀପ ସିଦ୍ଧହସ୍ତ ଥିଲେ। ଫିଲ୍ମ ନିର୍ଦ୍ଦେଶନାରେ ତାଙ୍କ ଗଭୀର ଜ୍ଞାନର ପଟାନ୍ତର ନାହିଁ।  ପରିନୀତାରୁ ଲଗା ଚୁନେରି ମେଁ ଦାଗ ଚଳଚ୍ଚିତ୍ରରେ ପ୍ରଦୀପଙ୍କ ନିର୍ଦ୍ଦେଶନା ବେଶ ଉଚ୍ଚକୋଟୀର ଥିଲା। ସେହପରି ପ୍ରଦୀପଙ୍କ ପରଲୋକରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଶୋକ ପ୍ରକାଶ କରିଛନ୍ତି।  ପ୍ରଦୀପଙ୍କ ମୃତ୍ୟୁ ଖବର ହଜମ କରିବା ଏତେ ସହଜ ନୁହଁ ବୋଲି ସେ କହିଛନ୍ତି। ମନୋଜ ବାଜପେୟୀ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ବିନୋଦ ଚୋପ୍ରାଙ୍କ ପ୍ରଡକ୍ସନ୍ରେ ପ୍ରଦୀପ କ୍ୟାରିଅର ଆରମ୍ଭ କରିଥିଲେ।

ଏହି ପ୍ରଡକ୍ସନ ହାଉସ୍‌ର ନାମ ଥିଲା  ବିଦୁ ବିନୋଦ ଚୋପ୍ରା। ମେନ୍‌ଷ୍ଟ୍ରିମ ଆଡଭାରଟାଇଜିଂରେ ଜଣେ କ୍ରିଏଟିଭ ନିର୍ଦ୍ଦେଶକ ଭାବେ ୧୭ ବର୍ଷ ଧରି କାମ କରିବା ପରେ  ଆଡ୍‌ ଫିଲ୍ମରେ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଏହାବାଦେ ଅନେକ ଛୋଟ ଛୋଟ ମ୍ୟୁଜିକ ଭିଡିଓରେ ପ୍ରଦୀପ ନିର୍ଦ୍ଦେଶନା ଦେଇଛନ୍ତି।  ପରିନୀତା ଚଳଚ୍ଚିତ୍ରରେ ଜବରଦସ୍ତ ନିର୍ଦ୍ଦେଶନା ପାଇଁ ପ୍ରଦୀପଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଛି। ସେ ମଧ୍ୟ ସମ୍ମାନଜନକ ପୁରସ୍କାର  ଅବ୍ୟ ପୁରସ୍କାର, ରପା ପୁରସ୍କାର ଏବଂ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଛନ୍ତି।   

Advertisment
Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe