Advertisment

ରାଘବ ଓ ପରିଣୀତିଙ୍କ ନିର୍ବନ୍ଧ ସରିଲା, ଅକ୍ଟୋବରରେ ବାହାଘର!

ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କ ରୋକା ବା ନିର୍ବନ୍ଧ ଶେଷ ହୋଇଛି। ଚଳିତ ବର୍ଷ ଅକ୍ଟୋବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Parineeti Chopra

Parineeti Chopra

Advertisment

ଖୁବଶୀଘ୍ର ଆପ୍‌ ସାଂସଦ ରାଘବ ଚଡ୍ଡା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ହାତକୁ ଦି ହାତ ହେବେ। ବେଶ କିଛି ଦିନ ଧରି ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା। ଏନେଇ ଉଭୟ ମୁହଁ ଖୋଲି ନଥିଲେ ମଧ୍ୟ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କ ରୋକା ବା ନିର୍ବନ୍ଧ ଶେଷ ହୋଇଛି। ଚଳିତ ବର୍ଷ ଅକ୍ଟୋବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ରାଘବ ଓ ପରିଣୀତି ଏକାଠି ଲଞ୍ଚ, ଡିନର ଓ ଅନ୍ୟ ସ୍ଥାନରେ ବୁଲୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଡେଟିଂ ଚର୍ଚ୍ଚା ଜୋର ଧରିଥିଲା। ଏବେ ପରିଣୀତିଙ୍କ ଆଙ୍ଗୁଠିରେ ସିଲଭର ବ୍ୟାଣ୍ଡ ପିନ୍ଧିଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କର ନିର୍ବନ୍ଧ ସରିଥିବା କୁହାଯାଉଛି। 

ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଘବ ଓ ପରିଣୀତିଙ୍କ ନିକଟତମ ସୂତ୍ରରୁ ବଡ଼ ଖବର ମିଳିଛି। ଏହି ସୂତ୍ରରେ କୁହାଯାଇଛି ଯେ “ପରିଣୀତି ଓ ରାଘବଙ୍କ ରୋକା ଶେଷ ହୋଇଛି। ଏଥିରେ ପରିବାର ଲୋକ ଉପସ୍ଥିତ ଥିଲେ ଓ ଉଭୟ ବେଶ ଖୁସି ରହିଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷରେ ଉଭୟ ବିବାହ କରିବେ। ଉଭୟ ଏବେ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। କାମ ଶେଷ ହେବା ପରେ ବାହାଘର ହେବ।”

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ଟୋବର ମାସରେ ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଜିଓ ମାମି ଫିଲ୍ମ ଫେଷ୍ଟିଭାଲ ପାଇଁ ଭାରତରେ ରହିଥିବେ। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ନଭେମ୍ବର ୫ ଯାଏ ଚାଲିବ। ତେଣୁ ତାଙ୍କ ଭାରତ ଆସିବା ସୂଚୀକୁ ନେଇ ବାହାଘର ତାରିଖ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ନିକଟରେ ରାଘବ ଓ ପରିଣୀତି ମୁମ୍ବାଇରେ ପ୍ରିୟଙ୍କାଙ୍କୁ ମଧ୍ୟ ଭେଟିଥିଲେ।

Parineeti Chopra Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe