Advertisment

ପରିଣିତି ଓ ସାଂସଦ ରାଘବଙ୍କ ହେବ ନିର୍ବନ୍ଧ! ଡ୍ରେସ୍ ଡିଜାଇନର୍‌ଙ୍କ ଘରେ ଅଭିନେତ୍ରୀ

ନିର୍ବନ୍ଧ ଆଉଟ୍‌ଫିଟ୍ ଲାଗି ପରିଣିତି ଡ୍ରେସ୍ ଡିଜାଇନର୍‌ଙ୍କ ଘରେ ଡେରା ପକାଇଛନ୍ତି।

Parineeti Chopra

Parineeti Chopra

Advertisment

ନିଆଁ ନଥିଲେ ଧୂଆଁ ଉଠିବନି। ବଲିଉଡରେ ଏବେ କେବଳ ଏହି ଗୋଟିଏ କଥା ଶୁଣିବାକୁ ମିଳୁଛି। କାରଣ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ୍ ଅଦମୀ ପାର୍ଟି ସାଂସଦ ରାଘବ ଚଡ୍ଡାଙ୍କ ମଧ୍ୟରେ ଚାଲିଛି ଗୁପ୍‌ଚୁପ୍ ପ୍ରେମ। କେବଳ ସେତିକି ନୁହେଁ ଉଭୟଙ୍କ ଖୁବଶୀଘ୍ର ନିର୍ବନ୍ଧ ମଧ୍ୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ନିର୍ବନ୍ଧ ଆଉଟ୍‌ଫିଟ୍ ଲାଗି ପରିଣିତି ଡ୍ରେସ୍ ଡିଜାଇନର୍‌ଙ୍କ ଘରେ ଡେରା ପକାଇଛନ୍ତି।

Advertisment
Parineeti and Raghavଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ୍ ଅଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା

କିଛି ଦିନ ପୂର୍ବେ ପରିଣିତି ଚୋପ୍ରା ଓ ସାଂସଦ ରାଘବ ଚଡ୍ଡା ଏକାଠି ନଜର ଆସିଥିଲେ। ଏହାପରେ ଉଭୟଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା। ସମସ୍ତେ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି। ତେବେ ଉଭୟଙ୍କୁ ଏକାଠି ଦେଖାଯିବା ପରେ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି। ଏହି ଯୋଡି ଖୁବଶୀଘ୍ର ନିର୍ବନ୍ଧ କରିବାକୁ ଯାଉଥିବ ନେଇ ମଧ୍ୟ କିଛି ଲୋକେ କହୁଛନ୍ତି। 

ଏହାରି ଭିତରେ ସୋଶାଲ ମିଡିଆରେ ପରିଣିତିଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଫେମସ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘରେ ତାଙ୍କୁ ଦେଖିବାକୁ ମିଳିଛି। ପରି ନିର୍ବନ୍ଧ ଓ ବିବାହ ପୋଷାକକୁ ନେଇ ମନୀଷଙ୍କୁ ଭେଟିବାକୁ ଆସିଥିବା କୁହାଯାଉଛି। 

Advertisment

ରିିପୋର୍ଟ ମୁତାବକ, ଆସନ୍ତା ମାସରେ ପରିଣିତି ଓ ରାଘବ ଚଡ୍ଡାଙ୍କ ନିର୍ବନ୍ଧ ହେବ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ରିପୋର୍ଟ ସତ ନା କେବଳ ଗୁଜବ ତାହା ଜଣାପଡି ନାହିଁ। ନିଜ ପ୍ରେମ ସମ୍ପର୍କ ବିଷୟରେ ଅଭିନେତ୍ରୀ କିମ୍ବା ସାଂସଦ ଅଫିସିଆଲି କୌଣସି ଘୋଷଣା ମଧ୍ୟ କରିନାହାନ୍ତି। 

Bollywood News Parineeti Chopra Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe