Advertisment

ସାଂସଦ ରାଘବଙ୍କୁ ବାହା ହେବେ ପରିଣୀତି ଚୋପ୍ରା, ନିଶ୍ଚିତ କଲେ ହାର୍ଡି ସାନ୍ଧୁ

ମାର୍ଚ୍ଚ ୨୨ରେ ରାଘବ ଓ ପରିଣୀତିଙ୍କୁ ମୁମ୍ବାଇର ଗୋଟିଏ ରେଷ୍ଟୁରାଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା। ୨୩ ତାରିଖରେ ଉଭୟ ପୁଣି ଏକାଠି ଲଞ୍ଚ କରିଥିଲେ।

Raghav Chadha

Raghav Chadha

Advertisment

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ ସାଂସଦ ରାଘବ ଚଡ୍ଡା ଖୁବଶୀଘ୍ର ବିବାହ କରିବେ। ଦୁଇ ଜଣଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏସବୁ ଭିତରେ ଅଭିନେତା ହାର୍ଡି ସାନ୍ଧୁ ଉଭୟଙ୍କ ବାହାଘରକୁ ନେଇ ବଡ଼ ଖବର ଦେଇଛନ୍ତି। ରାଘବ ଓ ପରିଣୀତି ବିବାହ କରିବାକୁ ଯାଉଥିବା ସେ ନିଶ୍ଚିତ କରିଛନ୍ତି।

Advertisment

ସାନ୍ଧୁ ଓ ପରିଣୀତି କୋଡ ନେମ: ତ୍ରିରଙ୍ଗାରେ ଏକାଠି କାମ କରିଥିଲେ। ଏବେ ରାଘବଙ୍କ ସହ ପରିଣୀତିଙ୍କ ଡେଟିଂ ଚର୍ଚ୍ଚା ମଧ୍ୟରେ ସାନ୍ଧୁ ବଡ଼ କଥା କହିଛନ୍ତି। ଏହାପୂର୍ବରୁ ଆପ୍‌ ସାଂସଦ ସଞ୍ଜୀବ ଅରୋରା ମଧ୍ୟ ରାଘବ ଓ ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଉଭୟ ନିର୍ବନ୍ଧ କରି ସାରିଥିବା ଚର୍ଚ୍ଚା ଆହୁରି ଜୋର ଧରିଥିଲା।

ତେବେ ରାଘବ ଓ ପରିଣୀତି ପୂରା ପ୍ରସଙ୍ଗରେ ଏଯାଏ ମୌନ ରହିଛନ୍ତି। ହେଲେ କଣ୍ଠଶିଳ୍ପୀ ଓ ଅଭିନେତା ହାର୍ଡି ସାନ୍ଧୁ ବେଶ ଖୋଲାଖୋଲି ଭାବେ ରାଘବ ଓ ପରିଣୀତି ବିବାହ କରିବାକୁ ଯାଉଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ବହୁତ ଖୁସି ଯେ ଶେଷରେ ଏହା(ରାଘବ ଓ ପରିଣୀତିଙ୍କ ବାହାଘର) ଘଟିବାକୁ ଯାଉଛି। ମୁଁ ତାଙ୍କୁ(ପରିଣୀତି) ଶୁଭେଚ୍ଛା ଜଣାଇବାକୁ ଚାହୁଁଛି।” 

Advertisment

କୋଡ ନେମ: ତ୍ରିରଙ୍ଗାର ଶୁଟିଂ ବେଳେ ପରିଣୀତି ଓ ସେ ବାହାଘରକୁ ନେଇ ଆଲୋଚନା କରୁଥିବା କଥା ମଧ୍ୟ ସାନ୍ଧୁ ଖୁଲାସା କରିଛନ୍ତି। ସେ କହିଛନ୍ତି, “ଆମେ ଯେତେବେଳେ କୋଡ ନେମ: ତ୍ରିରଙ୍ଗାର ଶୁଟିଂ କରୁଥିଲୁ ସେତେବେଳେ ବାହାଘରକୁ ନେଇ ଅନେକ ଆଲୋଚନା କରିଥିଲୁ। ପରିଣୀତି ସେତେବେଳେ ମୋତେ କହିଥିଲେ ଯେ ଠିକ ପିଲା ମିଳିବା ପରେ ହିଁ ସେ ବିବାହ କରିବେ। ଏବେ ତାଙ୍କୁ ଠିକ ପିଲା ମିଳିଛନ୍ତି। ହଁ, ମୁଁ ପରିଣୀତିଙ୍କୁ ଫୋନ କରିଥିଲି ଓ ଏ ବିଷୟରେ କଥା ହୋଇଥିଲି। ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛି।”

ମାର୍ଚ୍ଚ ୨୨ରେ ରାଘବ ଓ ପରିଣୀତିଙ୍କୁ ମୁମ୍ବାଇର ଗୋଟିଏ ରେଷ୍ଟୁରାଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା। ୨୩ ତାରିଖରେ ଉଭୟ ପୁଣି ଏକାଠି ଲଞ୍ଚ କରିଥିଲେ। ନିକଟରେ ଉଭୟଙ୍କୁ ପୁଣି ଏକାଠି ବୁଲୁଥିବା ଦେଖାଯାଇଥିଲା। ଏସବୁ ଚର୍ଚ୍ଚା ଭିତରେ ରାଘବ ଓ ପରିଣୀତିଙ୍କ ବାହଘର ଖବର ସାମ୍ନାକୁ ଆସିଛି।

Marriage Bollywood Raghav Chadha Parineeti Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe