AAP
ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚା ସତ ହେବାକୁ ଯାଉଛି। ଆପ୍ ସାଂସଦ ରାଘବ ଚଡ୍ଡା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ମେ’ ୧୩ ଅର୍ଥାତ ଶନିବାର ଦିନ ଉଭୟ ବିଧିବଦ୍ଧ ଭାବେ ନିର୍ବନ୍ଧ କରିବେ। ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହେବ। ଉଭୟଙ୍କ ବନ୍ଧୁ ଓ ପରିବାର ଲୋକଙ୍କୁ ମିଶାଇ ମୋଟ ୧୫୦ ଜଣ ଏଥିରେ ସାମିଲ ହେବେ। ଅତିଥିମାନଙ୍କୁ ଏଥିପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଇ ଦିଆଯାଇଛି।
ଶନିବାର ନିର୍ବନ୍ଧ ହେବାକୁ ଥିବା ବେଳେ ବାହାଘର ତାରିଖ ପରବର୍ତ୍ତୀ ସମୟରେ ସ୍ଥିର କରାଯିବ। କିନ୍ତୁ ଚଳିତ ବର୍ଷ ଶେଷ ଭାଗରେ ରାଘବ ଓ ପରିଣୀତି ବାହା ହେବେ ବୋଲି ଜଣାପଡ଼ିଛି।
ଏହି ଖବର ସାମ୍ନାକୁ ଆସିବା ପୂର୍ବରୁ ଉଭୟଙ୍କୁ ବାରମ୍ବାର ଏକାଠି ବୁଲୁଥିବା ଦେଖିବାକୁ ମିଳିଥିଲା। ନିକଟରେ ଆଇପିଏଲର ଗୋଟିଏ ମ୍ୟାଚ୍ ଦେଖିବାକୁ ରାଘବ ଓ ପରିଣୀତି ଏକାଠି ଯାଇଥିଲେ। ରବିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରୁ ଉଭୟ ଏକାଠି ବାହାରିବା ବେଳେ ଫଟୋ ପାଇଁ ପୋଜ ମଧ୍ୟ ଦେଇଥିଲେ। ଏହି ସମୟରେ ସେମାନଙ୍କ ସହ ପରିଣୀତି ସାନ ଭାଇ ଶିବାଙ୍ଗ ଚୋପ୍ରା ମଧ୍ୟ ନଜର ଆସିଥିଲେ।
ରାଘବ ଓ ପରିଣୀତିଙ୍କୁ ନେଇ ଏତେ ଖବର ସାମ୍ନାକୁ ଆସୁଥିବା ବେଳେ ଏଯାଏ ଉଭୟ କିନ୍ତୁ ମୁହଁ ଖୋଲି ନାହାନ୍ତି। ଉଭୟ ଏକାଠି ଲଣ୍ଡନ ସ୍କୁଲ ଅଫ ଇକୋନୋମିରେ ଏକାଠି ପଢ଼ୁଥିଲେ। ସେମାନଙ୍କ ମଧ୍ୟରେ ସେବେଠାରୁ ବନ୍ଧୁତା ରହିଥିଲା। କିନ୍ତୁ ଏଇ କିଛି ମାସ ଭିତରେ ସେମାନେ ବାରମ୍ବାର ଏକାଠି ନଜର ଆସିବାରୁ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/AAP_1683635038.jpg)