Advertisment

ସାଂସଦଙ୍କ ପ୍ରେମରେ ପରିଣୀତି ଚୋପ୍ରା!

ପ୍ରଥମେ ମୁମ୍ବାଇର ଗୋଟିଏ ବଡ଼ ରେଷ୍ଟୁରାଣ୍ଟରେ ପରିଣୀତି ଓ ରାଘବ ଏକାଠି ଡିନର କରୁଥିବା ବେଳେ ନଜରକୁ ଆସିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Parineeti Chopra

Parineeti Chopra

ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ପରସ୍ପରକୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା। ଉଭୟଙ୍କୁ ଏକାଠି ଦେଖିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପରିଣୀତି ଗତକାଲି ରାଘବଙ୍କ ସହ ଡିନର କରିଥିବା ବେଳେ ଆଜି ଉଭୟ ସାଙ୍ଗ ହୋଇ ଲଞ୍ଚ କରିଛନ୍ତି। ଡିନର ଓ ଲଞ୍ଚ ବେଳେ ଏକାଠି ନଜର ଆସିବା ପରେ ସେମାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ପ୍ରଥମେ ମୁମ୍ବାଇର ଗୋଟିଏ ବଡ଼ ରେଷ୍ଟୁରାଣ୍ଟରେ ପରିଣୀତି ଓ ରାଘବ ଏକାଠି ଡିନର କରୁଥିବା ବେଳେ ନଜରକୁ ଆସିଥିଲେ। ଅବଶ୍ୟ ସେମାନେ ଅଲଗା ଅଲଗା ଆସିଥିଲେ। କିନ୍ତୁ ଏକାଠି ଗୋଟିଏ ଟେବୁଲରେ ବସିଥିଲେ। ଉଭୟ ଧଳା ରଙ୍ଗର ଆଉଟ ଫିଟ ପିନ୍ଧି ବାହାରକୁ ବାହାରିଥିଲେ।

କେବଳ ଏତିକି ନୁହେଁ, ଉଭୟ ପୁଣିଥରେ ଆଜି ଲଞ୍ଚ ଡେଟରେ ମଧ୍ୟ ଯାଇଥିଲେ। ସେମାନେ ଲଞ୍ଚ କରି ବାହାରୁ ଥିବା ବେଳେ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଛି। ଏଥିର ପରିଣୀତି ଓ ରାଘବ ଗୋଟିଏ ଗାଡ଼ିରେ ଲଞ୍ଚ ସାରି ଯାଇଥିଲେ। କଳା ରଙ୍ଗର ଡ୍ରେସରେ ଥିବା ପରିଣୀତି କ୍ୟାମେରାକୁ ଦେଖି ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ।

Advertisment

ଲଞ୍ଚ ଓ ଡିନର ପରେ ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏ ସମ୍ପର୍କରେ ସେମାନେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ରାଘବ ହେଉଛନ୍ତି ସଂସଦର ସର୍ବକନିଷ୍ଠ ସଦସ୍ୟ। ସେହିପରି ପରିଣୀତି ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି।

ଏହାପୂର୍ବରୁ ପରିଣୀତି ନିର୍ଦ୍ଦେଶକ ମନୀଶ ଶର୍ମାଙ୍କୁ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା। ତେବେ ବର୍ଷକ ତଳେ ସେମାନେ ଅଲଗା ହୋଇଯାଇଥିବା କୁହାଯାଉଛି।

Aam Aadmi Party Parineeti Chopra Raghav Chadha