Shahrukh khan
ପଠାନ୍…ପଠାନ୍…ପଠାନ୍। ଚାରିଆଡେ ଶଭୁଛି କେବଳ ପଠାନ୍। ଜୋରଦାର ବିବାଦ ଭିତରେ ବି ଜାରି ରହିଛି କ୍ରେଜ୍। ପଠାନ୍କୁ ଦେଖି ହଲ୍ ଭିତରେ ଫ୍ୟାନ୍ମାନେ ପାଗଳ। ଖୁସି ଓ ଉତ୍ସାହ କହିଲେ ନ ସରେ। ଚାରିଆଡେ ଉତ୍ସବର ମାହୋଲ। କେଉଁଠି ବାଣ ଫୁଟୁଛି ତ ଆଉ କେଉଁଠି ବ୍ୟାଣ୍ଡ ବାଜା ଲଗାଇ ନାଚୁଛନ୍ତି ଦର୍ଶକ। ପଠାନ୍ର ଧମାକେଦାର୍ ଏଣ୍ଟ୍ରି ଲୋକଙ୍କ ହୋସ୍ ଉଡାଇ ଦେଇଛି। ଏପରିକି ବୟକଟ୍ ପାର୍ଟିକୁ ପଠାନ୍ ଦେଇଛି ଶକ୍ତ ଚାପୁଡ଼ା। ପଠାନ୍ର କ୍ରେଜକୁ ଦେଖି ବିରୋଧ କରୁଥିବା ଲୋକଙ୍କ ସ୍ୱର ନରମି ଯାଇଛି।
ଦୀର୍ଘ ୪ ବର୍ଷ ପରେ ସିଲ୍ଭର ସ୍କ୍ରିନ୍କୁ କମ୍ବ୍ୟାକ୍ କରିଛନ୍ତି ରୋମାନ୍ସର କିଙ୍ଗ ଶାହରୁଖ ଖାନ୍। ଏଥର ସେ ପଠାନ୍ ସାଜି ରୋମାନ୍ସ ବଦଳରେ ଦେଖାଇଛନ୍ତି ଜୋରଦାର ଆକ୍ସନ। ଶାହାରୁଖଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ମାନେ ପାଳଗ ହୋଇଯାଇଛନ୍ତି। ହଲ୍ ଭିତରେ ଓ ବାହାରେ ମଧ୍ୟ ଖଚାଖଚ ଭିଡ ଜମିଛି। ପ୍ରଥମ ଦିନରେ ହିଁ ଅନେକ ରେକର୍ଡ ଭାଙ୍ଗିଛି ଶାହାରୁଖଙ୍କ ଫିଲ୍ମ ପଠାନ୍। ଫାଷ୍ଟ ଡେ' ଫାଷ୍ଟ ଶୋ'ରେ ଫିଲ୍ମଟି ବକ୍ସଅଫିସ୍ରେ କରିଛି ରେକର୍ଡ ବ୍ୟବସାୟ। ଏପରିକି ବୟକଟ୍ ଦାବି ମଧ୍ୟ ଶାହାରୁଖଙ୍କ ପଠାନକୁ ଅଟକାଇ ପାରିନାହିଁ।
ପ୍ରଥମ ଦିନରେ ଶାହରୁଖଙ୍କ ଫିଲ୍ମ ପଠାନ୍ ୫୪ କୋଟି ଟଙ୍କାର କରିଛି ବ୍ୟବସାୟ। ଏହି ବ୍ୟବସାୟ ସହ ଫିଲ୍ମଟି ସବୁଠୁ ବଡ ନନ୍ ହଲିଡେ' ଓପନର୍ ଫିଲ୍ମ ଭାବେ ନୂଆ ରେକର୍ଡ କରିଛି। ଏପରିକି ଗତବର୍ଷର ବ୍ଲକବଷ୍ଟର ଫିଲ୍ମ କେଜିଏଫ୍ ଚାପ୍ଟର-୨କୁ ପଛରେ ପକାଇ ଦେଇଛି। ଆଜି ହେଉଛି ପଠାନ୍ ଫିଲ୍ମ ରିଲିଜର ଦ୍ୱିତୀୟ ଦିନ। ଆଡଭାନ୍ସ ବୁକିଂକୁ ଦେଖି ଆଜି ମଧ୍ୟ ଫିଲ୍ମଟି ଭଲ କଲେକ୍ସନ୍ କରିବ ବୋଲି ଆଶା କରାଯାଇଛି। ଆଗାମୀ ୫ ଦିନ ମଧ୍ୟରେ ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଭାରତୀୟ ଫିଲ୍ମ ଇତିହାସରେ ବର୍ତ୍ତମାନ ଯାଏ ବଡ ଓପନିଂ କଲେକ୍ସନର ରେକର୍ଡ କେଜିଏଫ୍ ଚାପ୍ଟର-୨ ନାଁରେ ଥିଲା। କେଜିଏଫ୍-୨ ହିନ୍ଦୀ ଭର୍ସନ୍ରେ ପ୍ରଥମ ଦିନରେ ୫୩.୯୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ୟଶ୍ଙ୍କ ଏହି ଫିଲ୍ମ ଫାଷ୍ଟ ଡେ'ରେ ହିଁ ସମସ୍ତ ହିନ୍ଦୀ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଥିଲା।
ପଠାନ୍ ଫିଲ୍ମ ରିଲିଜ ପୂର୍ବରୁ ହିଁ ବିବାଦରେ ରହିଛି। ଫିଲ୍ମର ପ୍ରଥମ ଗୀତ ଓ ଟ୍ରେଲର ରିଲିଜ ପରଠାରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ସୋଶାଲ ମିଡିଆରେ ଏହି ଫିଲ୍ମକୁ ନେଇ ବୟକଟ୍ ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଫିଲ୍ମ ରିଲିଜ ପରେ ମଧ୍ୟ ବିଭିନ୍ନ ହଲ୍ରେ ଭଙ୍ଗାରୁଜା ହୋଇଥିଲା। ବିକ୍ଷୋଭକାରୀମାନେ ଫିଲ୍ମର ପୋଷ୍ଟର ଚିରି ଜାଳିବା ସହ ହଲ୍ ଉପରକୁ ପଥରମାଡ ମଧ୍ୟ କରିଥିଲେ। କିନ୍ତୁ ଏତେ ସବୁ ବିରୋଧ ପରେ ମଧ୍ୟ ଫ୍ୟାନ୍ଙ୍କ ମଧ୍ୟ କିଙ୍ଗ ଖାନ୍ଙ୍କ କ୍ରେଜ କମି ନଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674715091.jpg)