Advertisment

ଥମୁନି 'ପଠାନ୍‌' ଝଡ଼, ପାଞ୍ଚ ଦିନରେ ୫୫୦ କୋଟି ପାର୍!

ଧୁଆଁଧାର୍‌ ଓପନିଂ କରି ଫିଲ୍ମ ପଠାନ୍‌ ଅନେକ ରେକର୍ଡ ଭାଙ୍ଗିଛି। ରିଲିଜର ୫ ଦିନ ପରେ ମଧ୍ୟ ଏହାର କ୍ରେଜ୍‌ କମିନି।

Shahrukh khan

Shahrukh khan

Advertisment

ଥମୁନି ପଠାନ୍‌ କ୍ରେଜ। ଝଡ଼ ପରି ମାଡ଼ି ଚାଲିଛି ପଠାନ୍‌। ଯେତେ ବିରୋଧ କଲେ ବି କରିଛି ଛପର୍‌ଫାଡ୍‌ କଲେକ୍‌ସନ୍‌। ଯୁଆଡେ ଚାହିଁବ ସିଆଡେ କେବଳ ପଠାନ୍‌ର ହିଁ ପୋଷ୍ଟର ଉଡୁଛି। ପ୍ରତିଦିନ ନୂଆ ରେକର୍ଡ କରୁଛି କିଙ୍ଗ ଖାନ୍‌ ଶାହରୁଖଙ୍କ ଏହି ଫିଲ୍ମ। ଦର୍ଶକଙ୍କ ଭରପୁର ସମର୍ଥନ ପୁଣିଥରେ ପ୍ରମାଣ କରିଦେଇଛି ଯେ ସତରେ ସେ ବଲିଉଡର ବାଦ୍‌ଶାହ। ୪ ବର୍ଷ ପରେ ଏହି ଫିଲ୍ମ ଜରିଆରେ ଶାହରୁଖ କମ୍‌ବ୍ୟାକ୍‌ କରି ହଲ୍‌ଗୁଡିକର ଶୋଭା ବଢ଼ାଇ ଦେଇଛନ୍ତି। ହାଉସ୍‌ଫୁଲ୍‌ ହେଉଛି ଥିଏଟର୍‌। ପଠାନ୍‌ ଫିଲ୍ମକୁ ନେଇ ଯେଉଁଭଳି ଦର୍ଶକଙ୍କ ଭଲପାଇବା ଦେଖୁବାକୁ ମିଳିଛି ତାହା ସତରେ ବେଶ୍‌ ଅଦ୍ଭୁତ।

Advertisment

ଧୁଆଁଧାର୍‌ ଓପନିଂ କରି ଫିଲ୍ମ ପଠାନ୍‌ ଅନେକ ରେକର୍ଡ ଭାଙ୍ଗିଛି। ରିଲିଜର ୫ ଦିନ ପରେ ମଧ୍ୟ ଏହାର କ୍ରେଜ୍‌ କମିନି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ଓପନର୍‌ ଫିଲ୍ମ ରୂପେ ଏହା ନୂଆ ଇତିହାସ ସୃଷ୍ଟି କରିଛି। ବକ୍ସ ଅଫିସର୍‌ରେ ଜୋରଦାର ବ୍ୟବସାୟ କରୁଛି ଫିଲ୍ମ। ୫ ଦିନରେ ଫିଲ୍ମଟି ୫୫୦ କୋଟି ପାର୍‌ ହୋଇଛି ପଠାନ୍‌ର କଲେକସନ୍‌।

ଓ୍ୱିକ୍‌ଣ୍ଡେରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ମୁତାବକ, ପଠାନ୍‌ ଫିଲ୍ମ ଜାନୁଆରୀ ୨୯ ତାରିଖ ଦିନ ପାଖାପାଖି ୭୦ କୋଟି ଟଙ୍କାର ବ୍ୟବସାୟ କରିଛି। ଫଳରେ ଓ୍ୱାର୍ଲ୍ଡଓ୍ୱାଇଡ ଏହାର କଲେକ୍‌ସନ୍‌ ୫୫୦ କୋଟି ପାର୍‌ କରିଥିବା ସେ କହିଛନ୍ତି।

Advertisment

ପଠାନ୍‌ ପାଇଁ ଲୋକଙ୍କ ଭିତରେ ବଢ଼ୁଥିବା କ୍ରେଜ ସମସ୍ତ ସୀମା ଟପିଛି। ଲୋକେ ଥିଏଟର୍‌ ଭିତରେ ବାଣ ଫୁଟାଇ ବାଜା ବଜାଇ ଉତ୍ସବ ପାଳନ କରୁଛନ୍ତି। ଅଧିକାଂଶ ସିନେମା ଘରେ ଲୋକେ ନାଚି ନାଚି ଚୌକି ଭାଙ୍ଗି ଦେଇଛନ୍ତି। ସେପଟେ ପଠାନ୍‌ର ସଫଳତା ପରେ ଶାହରୁଖଙ୍କ ଘର ବାହାରେ ଫ୍ୟାନ୍‌ମାନଙ୍କ ପ୍ରବଳ ଭିଡ ଜମିଛି। ଶାହରୁଖ ମଧ୍ୟ ନିଜ ଘର ମନ୍ନତ ବାହାରକୁ ଆସି ଫ୍ୟାନ୍‌ମାନଙ୍କୁ ଦେଖାଦେଇଛନ୍ତି।

Bollywood News Shah Rukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe