Advertisment

ବାହୁବଳୀ-୨ର ରେକର୍ଡ଼ ଭାଙ୍ଗିଲା ପଠାନ

ଶାହରୁଖ ଖାନଙ୍କ ବିବାଦୀୟ ଫିଲ୍ମ ପଠାନ

undefined

Pathan Poster

Advertisment

ଶାହରୁଖ ଖାନଙ୍କ ବିବାଦୀୟ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ହିଟ କରିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଆୟ କ୍ଷେତ୍ରରେ ବହୁ ରେକର୍ଡ ଭାଙ୍ଗିଛି। ଅଧିକ କଲେକ୍ସନ ହିସାବରେ ପଠାନ ସାଉଥ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ ୨’କୁ ପଛରେ ପକାଇ ଦେଇଛି।
ପ୍ରସିଦ୍ଧ ସିନେ ସମୀକ୍ଷକ ତରଣ ଆଦର୍ଶ ଶାହରୁଖଙ୍କ ଅଭିନୀତ ‘ପଠାନ’ର ସର୍ବଶେଷ ରୋଜଗାର ଆକଳନ ବିଷୟରେ ସୂଚନା ଦେଇଛନ୍ତି।  ତରନ କହିଛନ୍ତି, ଫିଲ୍ମ ‘ପଠାନ’ ରିଲିଜ ହେବାର ୨୫ ଦିନରେ ବକ୍ସ ଅଫିସରେ ୫୧୧.୪୨ କୋଟି ରେକର୍ଡ ଭାଙ୍ଗିଛି। ଏହା ସହିତ ‘ପଠାନ’ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ବାହୁବଳୀ ୨’ର ରେକର୍ଡ ଭାଙ୍ଗିଛି।

Advertisment

‘ବାହୁବଳୀ ୨’ ବକ୍ସ ଅଫିସରେ ୫୧୦.୯୯ କୋଟି କଲେକ୍ସନ କରିଥିଲା। ସେହିପରି କେଜିଏଫ ୨, ଆରଆରଆର, ଟାଇଗର ଜିନ୍ଦା ହୈ, ଦଙ୍ଗଲ ଏବଂ ଓ୍ବାର ଭଳି ଫିଲ୍ମକୁ ମଧ୍ୟ ଏହି ଚଳଚ୍ଚିତ୍ର ପକାଇ ଦେଇଛି। ଅନ୍ୟପଟେ   ସିନେମା ନିର୍ମାତା ‘ପଠାନ’ର ଟିକେଟ ଶସ୍ତା କରି ଦେଇଛନ୍ତି। ଫେବୃଆରି ୧୭ରେ ‘ପଠାନ’ର ଟିକେଟ୍‌କୁ ଦର୍ଶକ ଶସ୍ତାରେ କିଣି ପାରିବେ । ସିନେ ସମୀକ୍ଷକ ତରଣ ଆଦର୍ଶ ତରନ ଆଦର୍ଶ ଟୁଇଟ୍‌ରେ ଫେବୃଆରି ୧୭ରେ ‘ପଠାନ’ର ଟିକେଟ ମୂଲ୍ୟ ହ୍ରାସ ବିଷୟରେ ସୂଚନା ଦେଇଥିଲେ। ଏହି ଅବସରରେ ‘ପଠାନ’ ଟିକେଟ ପିଭିଆର୍‌, ଆଇନକ୍ସ, ସିନେପଲିସ୍‌ରେ ୧୧୦ ଟଙ୍କା ରହିବ।’

‘ପଠାନ’ ଟି‌କେଟ ଶସ୍ତା ହେବାପରେ ବକ୍ସ ଅଫିସରେ କାର୍ତ୍ତିକ ଆର୍ଯ୍ୟନଙ୍କ ସିନେମା ‘ଶେହଜାଦା’କୁ ଟକ୍କର ଦେବ ବୋଲି କୁହାଯାଉଛି। ଏହାପୂର୍ବରୁ ‘ଶେହଜାଦା’କୁ ହଲିଉଡ ସିନେମା ‘ଆଣ୍ଟ ମ୍ୟାନ ଆଣ୍ଡ ଦ ୱାସ୍ପ’ କଡ୍ଡା ଟକ୍କର ଦେଇଛି ବୋଲି କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe