Advertisment

‘ପଠାନ୍‌’ @ ୧୦୦୦ କୋଟି, ଇତିହାସ ରଚିଲେ ଶାହରୁଖ

୧୦୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲେ ମଧ୍ୟ ଏବେବି ହାଇଏଷ୍ଟ କଲେକ୍‌ସନ୍ ମାମଲାରେ କିଛି ଫିଲ୍ମ ଠାରୁ ପଛରେ ରହିଛି ‘ପଠାନ’।

Shahrukh Khan

Shahrukh Khan

Advertisment

ଯାହା କେହି କରିପାରି ନଥିଲେ ତାହା କରି ଦେଖାଇଲେ ବଲିଉଡର ବାଦଶାହ ଶାହରୁଖ ଖାନ୍। ଇତିହାସ ରଚିଲେ କିଙ୍ଗ ଖାନ୍। ୧୦୦୦ କୋଟି କ୍ଲବରେ ସାମିଲ ହେଲା ତାଙ୍କ ଫିଲ୍ମ ପଠାନ୍। ଏବେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହା ପ୍ରଥମ ହିନ୍ଦୀ ଫିଲ୍ମ ପାଟିଛି। ଭାରତରେ ଏହା ୫୧୫.୯୧ କୋଟି ଟଙ୍କାର ବ୍ୟବସାୟ କରିଛି। ଦେଶ ବିଦେଶରେ ‘ପଠାନ’ର କ୍ରେଜ ଜାରି ରହିଛି।

Advertisment

ଶାହରୁଖ ଖାନ୍‌ଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ ପାଲଟିଛି ‘ପଠାନ’।  ୪ ବର୍ଷ ପରେ ସେ ଏହି ଫିଲ୍ମ ଜରିଆରେ ପୁଣି ଥରେ ପରଦାକୁ କମ୍‌ବ୍ୟାକ୍ କରିଛନ୍ତି। ଜାନୁଆରୀ ୨୫ ତାରିଖରେ ଫିଲ୍ମଟି ରିଲିଜ ହୋଇଥିଲା। ତେବେ ଫିଲ୍ମ ରିଲିଜ ହେବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ରୋଜଗାର ଜାରି ରଖିଛି।  

ତେବେ କିଙ୍ଗ ଖାନ୍‌ଙ୍କ ଏହି ଫିଲ୍ମଟି ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲେ ମଧ୍ୟ ଏବେବି ହାଇଏଷ୍ଟ କଲେକ୍‌ସନ୍ ମାମଲାରେ କିଛି ଫିଲ୍ମଠାରୁ ପଛରେ ରହିଛି। ଆର୍‌ଆର୍‌ଆର୍‌, ଦଙ୍ଗଲ, ବାହୁବଳୀ ଓ କେଜିଏଫ୍‌କୁ ପଛରେ ପକାଇ ପାରିନାହିଁ ପଠାନ୍।  

Advertisment

ଏସ୍‌ଏସ୍ ରାଜାମୌଲୀଙ୍କ ଫିଲ୍ମ ଆର୍‌ଆର୍‌ଆର୍ ୱାର୍ଲ୍ଡ ୱାଇଡ୍ ଧମାକେଦାର ବ୍ୟବସାୟ କରିଥିଲା। ବିଶ୍ୱବ୍ୟାପୀ ଏହି ଫିଲ୍ମଟି ୧୧୭୦ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଥିଲା।  ସେହିପରି ଦଙ୍ଗଲ ୱାର୍ଲ୍ଡୱାଇଡ ୨୦୭୦.୩ କୋଟି, ବାହୁବଳୀ ୧୭୮୮.୦୬ କୋଟି ଓ କେଜିଏଫ୍‌-୨ ୧୨୮୦ କୋଟିର ବ୍ୟବସାୟ କରିଥିଲା। 

Pathaan Shah Rukh Khan Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe