Advertisment

ସୋନୁଙ୍କ ଠାରୁ ୧ କୋଟି ଡିମାଣ୍ଡ କଲେ ପ୍ରଶଂସକ

ମୁମ୍ବାଇ: ମହାମାରୀ କାଳରେ ଲୋକଙ୍କୁ ସହାୟତା କରି ସୋନୁ ସୁଦ ରିଲ୍‌ରୁ ରିଅଲ ହିରୋ ପାଲଟିଛନ୍ତି। ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ସେ ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରୁହନ୍ତି। ତାଙ୍କୁ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସେ ସହାୟତା କରନ୍ତି। କିନ୍ତୁ ବେଳେବଳେ କେତେକ ଲୋକେ ସୋନୁଙ୍କୁ ଅଜଗଗଜବ ଡିମାଣ୍ଡ ମଧ୍ୟ କରନ୍ତି। କିଏ ତାଙ୍କୁ ଆପଲ ଆଇ ଫୋନ ମାଗେ ତ ଆଉ କିଏ ଗାର୍ଲଫ୍ରେଣ୍ଡକୁ ସରପ୍ରାଇଜ ଦେବା ପାଇଁ ଟଙ୍କା। ସେହିପରି ଆଉ କିଏ […]

ସୋନୁଙ୍କ ଠାରୁ ୧ କୋଟି ଡିମାଣ୍ଡ କଲେ ପ୍ରଶଂସକ

Sonu Sood

Advertisment

ମୁମ୍ବାଇ: ମହାମାରୀ କାଳରେ ଲୋକଙ୍କୁ ସହାୟତା କରି ସୋନୁ ସୁଦ ରିଲ୍‌ରୁ ରିଅଲ ହିରୋ ପାଲଟିଛନ୍ତି। ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା। ସେ ସବୁବେଳେ ସୋଶାଲ ମିଡିଆରେ ଆକ୍ଟିଭ ରୁହନ୍ତି। ତାଙ୍କୁ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସେ ସହାୟତା କରନ୍ତି। କିନ୍ତୁ ବେଳେବଳେ କେତେକ ଲୋକେ ସୋନୁଙ୍କୁ ଅଜଗଗଜବ ଡିମାଣ୍ଡ ମଧ୍ୟ କରନ୍ତି। କିଏ ତାଙ୍କୁ ଆପଲ ଆଇ ଫୋନ ମାଗେ ତ ଆଉ କିଏ ଗାର୍ଲଫ୍ରେଣ୍ଡକୁ ସରପ୍ରାଇଜ ଦେବା ପାଇଁ ଟଙ୍କା। ସେହିପରି ଆଉ କିଏ ମଲଦ୍ୱିପ ଟ୍ରିପରେ ଯିବା ପାଇଁ କୁହେ।

Advertisment

ନିକଟରେ ଜଣେ ୟୁଜର୍ସ ସୋନୁଙ୍କୁ ଏଭଳି ହିଁ କିଛି ଅଦ୍ଭୁତ ଡିମାଣ୍ଡ କରିଛନ୍ତି। ସେ ତାଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିବା ଜଣାପଡିଛି। ସେହିପରି ଆଉ ଜଣେ ୟୁଜର୍ସ ତାଙ୍କୁ ଫିଲ୍ମରେ କାମ ଦେବାକୁ କହିଛନ୍ତି। ସୋନୁ ଏହି ଦୁଇ ଜଣଙ୍କୁ ନିଜ ଢ଼ଙ୍ଗରେ ମଜାଳିଆ ଜବାବ ଦେଇଛନ୍ତି।

ସୋନୁ ସୁଦଙ୍କୁ ଟ୍ୟାଗ୍ କରି ୟୁଜର୍ ଲେଖିଛନ୍ତି,‘ସାର୍ ମୋତେ ଏକ କୋଟି ଟଙ୍କା ଦିଅନ୍ତୁ ନା।’ ଯେଉଁଥିରେ ସୋନୁ ଲେଖିଛନ୍ତି, ‘କେବଳ ଏକ କୋଟି? ଟିକିଏ ଅଧିକ ମାଗିଥାନ୍ତେ। ଏହା ସହିତ ସେ ହସିବାର ଏକ ଇମୋଜି ମଧ୍ୟ ଦେଇଛନ୍ତି।

Advertisment

https://twitter.com/SonuSood/status/1429812945899319299?s=20

ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି, ‘ମୋତେ ଆପଣଙ୍କ ପରବର୍ତ୍ତୀ ଫିଲ୍ମରେ କୌଣସି ଭୂମିକା ଦେବ କି?’ ଏହାର ଜବାବରେ ସୋନୁ ଲେଖିଛନ୍ତି- ‘କାହାକୁ ସାହାଯ୍ୟ କରିବାଠାରୁ କୌଣସି ବଡ଼ ଭୂମିକା ନାହିଁ। ସେହି ଚରିତ୍ରରେ କାମ କରନ୍ତୁ, ତୁମଠାରୁ ବଡ଼ ହିରୋ ଆଉ କେହି ହେବ ନାହିଁ।'

https://twitter.com/SonuSood/status/1429812502251008000?s=20

ରବିବାର ସୋନୁ ସୁଦ ତାଙ୍କ ଟୁଇଟରରେ ଏହି ପୋଷ୍ଟକୁ ସେଆର କରିଥିଲେ,  ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋନୁଙ୍କ ଏହି ଟୁଇଟ୍‌କୁ ୩ ହଜାରରୁ ବି ଅଧିକ ଲାଇକ୍ସ ମିଳିସାରିଲାଣି।

Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe