/odisha-reporter/media/post_attachments/uploadimage/library/16_9/16_9_0/Adipurush__1686922260.jpg)
Adipurush
ହିନ୍ଦୀ ସମେତ ଏକାଧିକ ଭାଷାରେ ଆଜି ରିଲିଜ ହୋଇଥିବା ଫିଲ୍ମ ଆଦିପୁରୁଷର ଅଡ଼ୁଆ ବଢ଼ିଛି। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ ବିରୋଧରେ ଗୋଟିଏ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଛି। ପ୍ରଭାସ ଓ କୃତି ସାନନ୍ଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ ହିନ୍ଦୁ ସଂପ୍ରଦାୟର ଭାବାବେଗକୁ ଆଘାତ ପହଞ୍ଚାଇଛି। ଏହା ଭଗବାନ ରାମ ଓ ରାମାୟଣକୁ ତାଚ୍ଛଲ୍ୟ କରିଛି ବୋଲି ଆବେଦନରେ କୁହାଯାଇଛି।
ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଏପରି ଆବେଦନ କରିଛନ୍ତି। ଏହି ଫିଲ୍ମ ରାମାୟଣ, ଭଗବାନ ରାମ ଓ ଆମ ସଂସ୍କୃତିକୁ ତାଚ୍ଛଲ୍ୟ କରି ହିନ୍ଦୁ ସଂପ୍ରଦାୟର ଆଘାତ ପହଞ୍ଚାଇ ଥିବା ସେ ଆବେଦନରେ କହିଛନ୍ତି।
ହିନ୍ଦୁ ଭଗବାନ ରାମ, ରାବଣ, ସୀତା ଓ ହନୁମାନଙ୍କୁ ନେଇ ସିନେମାରେ ଦେଖାଯାଇଥିବା ଆପତ୍ତିଜନକ ଦୃଶ୍ୟକୁ ହଟାଯାଉ କିମ୍ବା ଏଥିରେ ସଂଶୋଧନ କରାଯାଉ। ଏହି ସବୁ ଭଗବାନମାନଙ୍କୁ ଠିକ୍ ଭାବେ ଚିତ୍ରଣ କରାଯାଇନି। ଏହାକୁ ଅତି ରଞ୍ଜିତ କରାଯାଇଛି।
ମହର୍ଷୀ ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଯେମିତି ପ୍ରଦର୍ଶନ କରାଯାଇଛି, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଭାବେ ସିନେମାରେ ସମସ୍ତଙ୍କୁ ଚିତ୍ରଣ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।
ଆବେଦନରେ କୁହାଯାଇଛି ଯେ ଅଭିନେତା ସୈଫ ଅଲୀ ଖାନ ହିନ୍ଦୁ ବ୍ରାହ୍ମଣ ରାବଣ ଭୂମିକାରେ ରହିଛନ୍ତି। ସେ ଯେଉଁଭଳି ମୁଖ ପ୍ରଦର୍ଶନ କରୁଛନ୍ତି, ଏହା ସଂପୂର୍ଣ୍ଣ ଭୁଲ। ଏହା ହିନ୍ଦୁ ସଭ୍ୟତା ପ୍ରତି ଅପମାନ। ରାବଣଙ୍କୁ ନେଇ ମଧ୍ୟ ଭୁଲ ତଥ୍ୟ ସିନେମାରେ ପ୍ରଦର୍ଶନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
