Advertisment

ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି, ମ୍ୟୁଜିକ ଭିଡିଓ ରିଲିଜ

ଗରବା ଗୀତଟିକୁ ବଲିଉଡର ଫେମସ୍‌ ସିଙ୍ଗର ଧ୍ୱନୀ ଭାନୁଶାଳୀ ଗାଇଛନ୍ତି।

Garbo modi Music video

Garbo modi Music video

Advertisment

ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟର ପ୍ରସିଦ୍ଧ ଗରବା ଗୀତ ‘ମାଡ୍ଡି’ ରିଲିଜ୍ ହୋଇଛି। ଏହାକୁ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପବିତ୍ର ନବରାତ୍ରର ପ୍ରଥମ ଦିନ ଅବସରରେ ଏହାକୁ ସେ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଏହି ଗୀତକୁ ଦୁଇଟି ଭର୍ସନ୍‌ରେ ରିଲିଜ କରାଯାଇଛି। ମେଲ୍‌ ଭର୍ସନ୍‌ରେ ଗୀତକୁ ଦିବ୍ୟା କୁମାର ଗାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିତ୍‌ ବ୍ରଦସ୍‌ଙ୍କ ଯୋଡ଼ି।

Advertisment

ସେହିପରି ପ୍ରଧାନମନ୍ତ୍ରୀଙ୍କ ଲିଖିତ ଏହି ଗରବା ଗୀତଟିକୁ  ଫି-ମେଲ୍‌ ଭର୍ସନ୍‌ରେ ବଲିଉଡର ଫେମସ୍‌ ସିଙ୍ଗର ଧ୍ୱନୀ ଭାନୁଶାଳୀ ଗାଇଛନ୍ତି। ଏହାର ନାଁ ରହିଛି 'ଗର୍‌ବୋ'। ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ତନିସ୍କ ବାଗ୍‌ଚୀ। କେବଳ ସେତିକି ନୁହେଁ ଗୀତରେ ଧ୍ୱନୀ ଭାନୁଶାଳୀଙ୍କୁ ଦେଖିବାକୁ ମଧ୍ୟ ମିଳିଛି। ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିବାରୁ ସେ ବେଶ୍‌ ଖୁସି ଥିବା କହିଛନ୍ତି। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ସେ ଏହି ମ୍ୟୁଜିକ ଭିଡିଓକୁ ସେୟାର୍‌ ମଧ୍ୟ କରିଛନ୍ତି। ଏଥିସହ ଧ୍ୱନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ନରେନ୍ଦ୍ର ମୋଦି ଜୀ, ମୋତେ ଓ ତନିସ୍କ ବାଗ୍‌ଚୀଙ୍କୁ ଆପଣଙ୍କ ଦ୍ୱାରା ଲିଖିତ ଗର୍‌ବା ଗୀତ ବେଶ୍‌ ପସନ୍ଦ ଆସିଛି।

ଏହି ମ୍ୟୁଜିକ ଭିଡିଓର ନିର୍ମାତା ହେଉଛନ୍ତି ଜ୍ୟାକି ଭଗନାନୀ। ୪ ମିନିଟ୍ ୪୦ସେକେଣ୍ଡର ଏହି ଗୀତରେ ଗୁଜରାଟର କଳା, ସଂସ୍କୃତି ଏବଂ ସଭ୍ୟତାର ଝଲକ ଦେଖିବାକୁ ମିଳିଛି। ଲୋକଙ୍କୁ ଏହି ଗୀତ ବେଶ୍‌ ପସନ୍ଦ ଆସିଛି। ଗୀତଟିକୁ ବର୍ତ୍ତମାନ ସୁଦ୍ଧ ୨ ମିଲିଅନରୁ ଅଧିକ ଲୋକ ଦେଖି ସାରିଲେଣି।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲିଖିତ ଏହି ଗର୍‌ବା ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି। ଗୁଜରାଟର ସଂସ୍କୃତି ଓ ଐତିହକୁ ଗୀତରେ ପ୍ରଦର୍ଶିତ କରାଯାଇଛି।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe