Advertisment

ଆଇନ ଜାଲରେ ଫସିଲେ ରଣବୀର, ମାମଲା ରୁଜୁ

ଅଭିନେତା ରଣବୀର କପୁର ଓ ତାଙ୍କ ପରିବାର ନାଁରେ ଥାନାରେ ଅଭିଯୋଗ ହୋଇଛି।

Ranbir Kapoor

Ranbir Kapoor

Advertisment

ବଢ଼ିଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ଅଡୁଆ। ତାଙ୍କ ନାଁରେ ରୁଜୁ ହେଲା ଏଫଆଇଆର୍‌। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। କେବଳ ସେ ନୁହେଁ ତାଙ୍କ ପରିବାର ନାଁ ମଧ୍ୟ ବୁଧାର ଥାନାରେ ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ରଣବୀର କପୁର ନିଜ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ରଣବୀର ଜୟ ମାତା ଦି' କହି କେକ୍‌ ଉପରେ ମଦ ଢ଼ାଳୁଛନ୍ତି। ଏହା ପରେ ଏଥିରେ ନିଆଁ ଲଗାଉଛନ୍ତି। ଏହି ଭିଡିଓ ଦେଖିବା ପରେ କେତେକ ହିନ୍ଦୁ ଧର୍ମାବଲମ୍ବି ରାଗି ଯାଇଛନ୍ତି। ସଞ୍ଜୟ ତିୱାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଓକିଲ ଆଶିଷ ରାୟ ଏବଂ ପଙ୍କଜ ମିଶ୍ରଙ୍କ ମାଧ୍ୟମରେ ଘାଟକୋପର ପୁଲିସ ଷ୍ଟେସନରେ ଏହି ବଲିଉଡ ଅଭିନେତା ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରିଛନ୍ତି।

ରଣବୀର କପୁର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇିଛି। ହିନ୍ଦୁ ଧର୍ମରେ ଅଗ୍ନି ଦେବତା ଅନ୍ୟ ଦେବାଦେବୀମାନଙ୍କୁ ଡାକିବା ପୂର୍ବରୁ ନିବେଦନ କରାଯାଇଥାଏ, କିନ୍ତୁ କପୁର ଏବଂ ତାଙ୍କ ପରିବାର ସଦସ୍ୟ ଅନ୍ୟ ଧର୍ମର ପର୍ବ ପାଳନ କରିବା ସମୟରେ ଜାଣିଶୁଣି ନିଶାଜାତ ତଥା ମାଦକ ଦ୍ରବ୍ୟର ବ୍ୟବହାର କରି 'ଜୟ ମାତା ଦି' ଉଚ୍ଚାରଣ କରିଥିଲେ। ଏହା ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। ସେପଟେ ଏହି ଅଭିଯୋଗକୁ ନେଇ ରଣବୀର କପୁର କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment

Viral Video Bollywood Ranbir Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe