ସଲମାନଙ୍କୁ ହତ୍ୟା ଧମକ: ଦିଲ୍ଲୀରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଜେରା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖୋନ୍‌ଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଆରମ୍ଭ କରି ଦେଇଛି ଜୋରଦାର ତଦନ୍ତ। ଆଜି ମୁମ୍ବାଇ ପୁଲିସ ଅଭିନେତାଙ୍କ ଘରକୁ ଯାଇଥିଲା। ଖୋଦ ମୁମ୍ବାଇ ଜଏଣ୍ଟ ସିପି ବିଶ୍ୱାସ ନାଙ୍ଗରେ ପାଟିଲ ସଲମାନଙ୍କ ବାପା ସଲିମ ଖାନଙ୍କ ସହ ଭେଟିଛନ୍ତି। ଏବେ ଏହି ମାମଲାରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଜେରା କରିଛି ପୁଲିସ। ଦିଲ୍ଲୀ ପୁଲିସ […]

salman-khan-death-threat

Madhupriya Mistry
  • Published: Monday, 06 June 2022
  • , Updated: 06 June 2022, 04:44 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖୋନ୍‌ଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଆରମ୍ଭ କରି ଦେଇଛି ଜୋରଦାର ତଦନ୍ତ। ଆଜି ମୁମ୍ବାଇ ପୁଲିସ ଅଭିନେତାଙ୍କ ଘରକୁ ଯାଇଥିଲା। ଖୋଦ ମୁମ୍ବାଇ ଜଏଣ୍ଟ ସିପି ବିଶ୍ୱାସ ନାଙ୍ଗରେ ପାଟିଲ ସଲମାନଙ୍କ ବାପା ସଲିମ ଖାନଙ୍କ ସହ ଭେଟିଛନ୍ତି। ଏବେ ଏହି ମାମଲାରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଜେରା କରିଛି ପୁଲିସ।

ଦିଲ୍ଲୀ ପୁଲିସ ମୁତାବକ, ସଲମାନ ଖାନଙ୍କ ଘର ବାହାରେ ମିଳିଥିବା ଧମକପୂର୍ଣ୍ଣ ଚିଠି ମାମଲାରେ ଲରେନ୍ସ ବିଷ୍ଣୋଇଙ୍କୁ ପୁଲିସ ତନଘନା କରୁଛି। ବର୍ତ୍ତମାନ ଲରେନ୍ସ ଦିଲ୍ଲୀର ସ୍ୱତନ୍ତ୍ର ଜେଲରେ ଅଛି। ସେଠାରେ ତାକୁ ପଚରାଉଚରା ଜାରି ରଖିଛି ପୁଲିସ।

ମୁମ୍ବାଇ ପୁଲିସର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠିର ଶେଷରେ GB ଏବଂ LB ଲେଖାଯାଇଥିଲା। ଯାହାର ଅର୍ଥ ଗୋଲ୍ଡି ବ୍ରାର୍ ଏବଂ ଲରେନ୍ସ ବିଷ୍ଣୋଇ। କିନ୍ତୁ ଏହି ଚିଠିଟି ପ୍ରକୃତରେ ବିଷ୍ଣୋଇ ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଅଛି ନା ଆଉ କିଏ ହଇରାଣ କରିବା ପାଇଁ ଏଭଳି କରିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ମଧ୍ୟ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିସାରିଛି। ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ସେ ସଲମାନଙ୍କୁ ମାରିବା ପାଇଁ ଷଡଯନ୍ତ୍ର ମଧ୍ୟ ରିଚିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଫେଲ୍‌ ମାରିଥିଲା ତାଙ୍କର ସବୁ ପ୍ଲାନିଂ ।

ଜେଲରେ ବନ୍ଦ ଥିବା ଲରେନ୍ସ ୨୦୨୧ରେ ସଲମାନଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିବା ସୁରକ୍ଷା ଏଜେନ୍ସିଙ୍କ ପଚରାଉଚରା ବେଳେ ସ୍ୱୀକାର କରିଥିଲା। ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ସେ ରାଜସ୍ଥାନ ଗ୍ୟାଙ୍ଗଷ୍ଟର ସମ୍ପତ ନେହେରାଙ୍କୁ ସୁପାରୀ ଦେଇଥିଲା ବୋଲି ଲରେନ୍ସ ଖୁଲାସା କରିସାରିଛି। ଏହା ପରେ ସମ୍ପତ ନେହେରା ମୁମ୍ବାଇ ଯାଇଥିଲା। ସମ୍ପତ ସଲମାନ ଖାନଙ୍କ ଘରର ରେକି ମଧ୍ୟ କରିଥିଲେ।

ସମ୍ପତ ପାଖରେ ବନ୍ଧୁକ ଥିବା ଲରେନ୍ସ ପଚରାଉଚରା ବେଳେ ଖୁଲାସା କରିଥିଲା। ସମ୍ପତ ସଲମାନଙ୍କୁ ମାରିବା ପାଇଁ ନିଜ ଗାଁର ଦିନେଶ ଫୌଜି ଜରିଆରେ ଆର୍‌କେ ସ୍ପ୍ରିଙ୍ଗ ରାଇଫଲ ମଗାଇଥିଲା। ଏହି ରାଇଫଲକୁ ଲରେନ୍ସ ନିଜର ଏକ ଘନିଷ୍ଠ ବନ୍ଧୁ ଠାରୁ ୩ରୁ ୪ ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ରାଇଫଲ ପହଞ୍ଚାଇବା ପୂର୍ବରୁ ହିଁ ଦିନେଶକୁ ପୁଲିସ ଗିରଫ କରିନେଇଥିଲା। ଏହାପରେ ସମ୍ପତ ନେହରାକୁ ମଧ୍ୟ ପୁଲିସ ଗିରଫ କରିଥିଲା।

ସୂଚନା ମୁତାବକ, ଲରେନ୍ସ ବିଷ୍ଣୋଇ ସଲମାନ ଖାନ୍‌ଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ଜୀବନରେ ମାରିବାକୁ ଧମକ ଦେଇଥିଲା।

Related story