Advertisment

କାଲି ମଲେ, ଆଜି ବଞ୍ଚିଲେ ପୁନମ୍‌

ଗର୍ଭାଶୟ କ୍ୟାନ୍‌ସର୍‌ ଯୋଗୁ ପୁନମ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ଗତକାଲି ଖବର ସାମ୍ନାକୁ ଆସିଥିଲା। ତେବେ ତାଙ୍କର ଏହି ମୃତ୍ୟୁ ଖବର ଫେକ୍ ଥିଲା। ଅଭିନେତ୍ରୀ ନିଜେ ପବ୍ଲିସିଟି ଷ୍ଟଣ୍ଟ ପାଇଁ ନିଜ ମୃତ୍ୟୁର ମିଛ ନାଟକ ରଚିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Poonam Pandey

Poonam Pandey

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଜୀବିତ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଆଜି କିନ୍ତୁ ସେ ଜୀବିତ ଥିବା ଜଣାପଡଛି। ଅଭିନେତ୍ରୀ ଖୋଦ୍‌ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେଆର କରି ଜୀବିତ ଥିବା ନେଇ କହିଛନ୍ତି। ସେ ଜାଣିଶୁଣି ମୃତ୍ୟୁର ମିଛ ନାଟକ ରଚିଥିଲେ। ଗର୍ଭାଶୟ କ୍ୟାନ୍‌ସରକୁ ନେଇ ସଚେତନତା ସୃଷ୍ଟି କରିବାକୁ ଏଥିଲା କେବଳ ତାଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ। 

Advertisment

ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେଆର କରି ପୁନମ୍‌ କହିଛନ୍ତ, 'ମୁଁ ବଞ୍ଚିଛି। ସର୍ଭାଇକ କ୍ୟାନ୍‌ସର ଯୋଗୁ ମୋର ମୃତ୍ୟୁ ହୋଇନାହିଁ। ଦୁର୍ଭାଗ୍ୟବଶତଃ, ମୁଁ ହଜାର ହଜାର ମହିଳାଙ୍କ ପାଇଁ ଏହା କହିପାରିବି ନାହିଁ, ଯେଉଁମାନେ ଗର୍ଭାଶୟ କର୍କଟ ସହିତ ଲଢ଼େଇ କରି ଜୀବନ ହରାଇଛନ୍ତି। ମୁ କିଛି ଜାଣି ନ ଥିବାରୁ ଏ ବିଷୟରେ କିଛି କରିପାରିଲେ ନାହିଁ। ମୁଁ ଆପଣଙ୍କୁ ଏଠାରେ କହିବାକୁ ଚାହେଁ ଯେ ଅନ୍ୟ କୌଣସି କ୍ୟାନ୍‌ସର ତୁଳନାରେ ଗର୍ଭାଶୟ କ୍ୟାନ୍‌ସର୍‌କୁ ପରାସ୍ତ କରିବା ସମ୍ଭବ ଅଟେ। ଆପଣଙ୍କୁ କେବଳ ପରୀକ୍ଷା କରିବା ଏବଂ HPV ଟିକା ନେବା ଜରୁରୀ।'

ପୁନମ ପାଣ୍ଡେଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ପବ୍ଲିସିଟି ଷ୍ଟଣ୍ଟ ପାଇଁ ନିଜ ମୃତ୍ୟୁର ମିଛ ନାଟକ ରଚିଥିବା ଯୋଗୁ ଅଭିନେତ୍ରୀଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ପୁନମ୍ ପାଣ୍ଡେ ମଧ୍ୟ ତାଙ୍କ ଫେକ୍‌ ମୃତ୍ୟୁ ଖବରକୁ ନେଇ ସୋଶାଲ ମିଡିଆରେ କ୍ଷମା ମାଗିଛନ୍ତି। ସେ ତାଙ୍କ ଏଜେନ୍ସି HAUTERRFLY ର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିବା ଭିଡିଓରେ ପ୍ରଶଂସକ ଏବଂ ସୋଶାଲ ମିଡିଆ ୟୁଜର୍ସଙ୍କୁ କ୍ଷମା ମାଗିଛନ୍ତି। ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି ସବୁ କରିଥିବା କହିଛନ୍ତି।

Advertisment

ପୁନମଙ୍କୁ କିଛିଦିନ ପୂର୍ବରୁ କ୍ୟାନସରର ଲାଷ୍ଟ ଷ୍ଟେଜରେ ଥିବା ସୂଚନା ମିଳିଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। ପୁନମଙ୍କ ଭଉଣୀ ଓ ତାଙ୍କ ମ୍ୟାନେଜମେଣ୍ଟ ଟିମ୍‌ ଏହି ସୂଚନା ଦେଇଥିଲେ। ଏହାପରେ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରାଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜାଣିବାକୁ ମିଳିଥିଲା। ୟୁଜର୍ସମାନେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା। ଏହା ଏକ ଫେକ୍‌ ଖବର ବୋଲି ମଧ୍ୟ କୁହାଯାଉଥିଲା। କିନ୍ତୁ ପୋଷ୍ଟ ଶେୟାର କରିବା ପରେ ଯେତେବେଳେ ପୁନମଙ୍କ ଭଉଣୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା ତାଙ୍କର ଫୋନ ଅନରିଚେବଲ ଆସିଥିଲା। ଏହାକୁ ନେଇ ସନ୍ଦେହ ବଢ଼ିଥିଲା। 

Bollywood News Bollywood Poonam Pandey