ଆରପାରିରେ ତେଲଗୁ ଫିଲ୍ମ ଜଗତର ଜଣାଶୁଣା ଚେହେରା

ହାଇଦ୍ରାବାଦ: ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ୭୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତା ଚଲପତି ରାଓ । ହାଇଦ୍ରାବାଦସ୍ଥିତ ବାସଭବନରେ ଆଜି ହୃଦଘାତରେ ତାଙ୍କ ପରଲୋକ ଘଟିଛି । ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ । ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ ଦେଖାଇଛନ୍ତି […]

popular

  • Published: Sunday, 25 December 2022
  • , Updated: 25 December 2022, 04:42 PM IST

ହାଇଦ୍ରାବାଦ: ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ୭୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତା ଚଲପତି ରାଓ । ହାଇଦ୍ରାବାଦସ୍ଥିତ ବାସଭବନରେ ଆଜି ହୃଦଘାତରେ ତାଙ୍କ ପରଲୋକ ଘଟିଛି । ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ । ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ ଦେଖାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ଅଭିନୟରୁ ଦୂରେଇ ରହିଥିଲେ ।

ରାଓଙ୍କ ପରଲୋକ ଖବର ଜଣାପଡ଼ିବା ପରେ ଶୋକର ଛାୟା ଖେଳି ଯାଇଛି । କେବଳ ଟଲିଉଡ଼ ନୁହେଁ ଦେଶ, ବିଦେଶରେ ଥିବା ତାଙ୍କ ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି । ତେଲଗୁ ସିନେମା ଜଗତକୁ ଚଲପତିଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି ବୋଲି ବହୁ ଲୋକ କହିଛନ୍ତି । ବିଭିନ୍ନ ମହଲରୁ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଉଛି ।

ତେଲଗୁ ସିନେମା ଇଣ୍ଡଷ୍ଟ୍ରିରେ ଚଲପତି ରାଓ ହାସ୍ୟ ଅଭିନେତା ଓ ଖଳନାୟକ ଭୂମିକାରେ ଦର୍ଶକଙ୍କ ପାଖରେ ବେଶ ଆଦୃତ ହୋଇପାରିଥିଲେ । ଏନଟି ରାମାରାଓ, କୃଷ୍ଣା, ନାଗାର୍ଜୁନ, ଚିରଞ୍ଜୀବ ଓ ଭେଙ୍କଟେଶଙ୍କ ପରି ବଡ଼ କଳାକାରଙ୍କ ସହ କାମ କରିଛନ୍ତି ଚଲପତି ।୧୯୪୪ ମଇ ୮ରେ କ୍ରିଷ୍ଣା ଜିଲ୍ଲା ବାଲିପାରୁରେ ଜନ୍ମଗ୍ରହଣ କରିଥିଲେ ଚଲପତି ରାଓ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଚଲପତି । ୬୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଲପତି ରାଓ ଖାଲି ଜଣେ ଅଭିନେତା ନୁହନ୍ତି ଜଣେ ପ୍ରଯୋଜକ ଭାବରେ ମଧ୍ୟରେ ଜଣାଶୁଣା ଥିଲେ । ୧୯୬୬ରେ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । ‘ଗୁଡାଚାରି ୧୧୬’ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ । ଏହା ପରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଭେଟି ଦେଇଥିଲେ । କଲିୟୁଗ କ୍ରିଷ୍ଣାଦୁ, କାଦାପା ରେଡାମ୍ମା, ଜଗନ୍ନାଟାକାମ, ପେଲାଣ୍ଟା ନୁରେଲ୍ଲା, ରାଷ୍ଟ୍ରପତି ଗିରି ଅଲ୍ଲୁଟା ଆଦି ଚଳଚ୍ଚିତ୍ରରେ ପ୍ରଯୋଜକ ଭାବେ କାର୍ଯ୍ୟ କରିଛନ୍ତି ।

Related story