ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ଦାଖଲ ହେଲା ୧୫୦୦ ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ: ଆହୁରି ଫସିଲେ ବ୍ୟବସାୟୀ ରାଜ କୁନ୍ଦ୍ରା। ବଢ଼ିଲା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ସୂଚନା ମୁତାବକ ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଶିଳ୍ପା ସେଟ୍ଟୀ ଓ ଶର୍ଲିନ୍‌ ଚୋପ୍ରା ସମେତ ୪୩ ଜଣ ଶାଖିଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍‌ କୋର୍ଟରେ ଦାଖଲ କରାଯାଇଥିବା […]

Raj Kundra

Raj Kundra

Madhupriya Mistry
  • Published: Thursday, 16 September 2021
  • Updated: 16 September 2021, 01:49 PM IST

Sports

Latest News

ମୁମ୍ବାଇ: ଆହୁରି ଫସିଲେ ବ୍ୟବସାୟୀ ରାଜ କୁନ୍ଦ୍ରା। ବଢ଼ିଲା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ।

ସୂଚନା ମୁତାବକ ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଶିଳ୍ପା ସେଟ୍ଟୀ ଓ ଶର୍ଲିନ୍‌ ଚୋପ୍ରା ସମେତ ୪୩ ଜଣ ଶାଖିଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍‌ କୋର୍ଟରେ ଦାଖଲ କରାଯାଇଥିବା ପୁଲିସ ସୂଚନା ଦେଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍‌ ଏହି ଚାର୍ଜସିଟ୍‌ରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଆଉ ଦୁଇଟି ନାଁ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଗୋଟିଏ ହେଉଛି ୟଶ ଠାକୁର ଓରଫ ଅରବିନ୍ଦ ଶ୍ରୀବାସ୍ତବ, ଯିଏ ରିପୋର୍ଟ ଅନୁଯାୟୀ ସିଙ୍ଗାପୁରରେ ରହୁଛନ୍ତି ଏବଂ ଅନ୍ୟଟି ହେଉଛି ରାଜ କୁନ୍ଦ୍ରାଙ୍କ ଭିଣେଇ ପ୍ରଦୀପ ବକ୍ସି। ପ୍ରଦିପ ବର୍ତ୍ତମାନ ଲଣ୍ଡନରେ ରୁହୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଜୁଲାଇ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା। ସେ ଅନେକ ଦିନ ହେବ ପୁଲିସ ହେପାଜତରେ ଅଛନ୍ତି। ସେପଟେ ରାଜଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚରା ମଧ୍ୟ କରିସାରିଛି।

କେବଳ ସେତିକି ନୁହେଁ ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ରାକେଟ ଏବଂ ତା'ର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଜୋରସୋରରେ ଲାଗିପଡିଛି। ଏହି କାରଣ ଯୋଗୁଁ ପୁଲିସ ଅନେକ ଶାଖିଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଏହି ଆଧାରରେ ଆକ୍ସନ ନେଉଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ସେପଟେ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ଅନ୍ଦେରୀ ୱେଷ୍ଟ ଅଫିସରେ ପୁଲିସ ଚଢ଼ାଉ ମଧ୍ୟ କରିଥିଲା। ଏହି ସମୟରେ ଅନେକ ଡିଭାଇସ ଏବଂ ଅଶ୍ଳୀଳ ଫିଲ୍ମ ସମ୍ବନ୍ଧିତ କ୍ଲିପ୍‌ ଜବତ ହୋଇଥିଲା।

https://twitter.com/ANI/status/1438353104634736644?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story