Advertisment

ବିବାଦ ପରେ ଘୁଞ୍ଚିଲା ଫିଲ୍ମର ରିଲିଜ ଡେଟ୍‌!

ମୁମ୍ବାଇ: ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜାରି ରହିିଛି। ଯେବେଠୁ ଫିଲ୍ମର ଟିଜର ରିଲିଜ ହୋଇଛି ସେବେଠୁ ଏହି ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। କେତେବେଳେ ଫିଲ୍ମର ଖରାପ ଭିଏଫ୍‌କ୍ସକୁ ନେଇ ଟ୍ରୋଲ କରାଯାଉଛି ତ ଆଉ କେତେବେଳେ ଫିଲ୍ମରେ ବ୍ୟବହାର କରାଯାଇଥିବା ପୋଷାକକୁ ନେଇ ବିବାଦ ଉଠିଛି। ଏହାରି ଭିତରେ ଏବେ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ପୌରାଣିକ କଥା ଉପରେ ଆଧାରିତ ଏହି ଫିଲ୍ମରକୁ ଆସନ୍ତା […]

ଅଦ୍ୟତନ ହୋଇଛି
ବିବାଦ ପରେ ଘୁଞ୍ଚିଲା ଫିଲ୍ମର ରିଲିଜ ଡେଟ୍‌!

Prabhas

Advertisment

ମୁମ୍ବାଇ: ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜାରି ରହିିଛି। ଯେବେଠୁ ଫିଲ୍ମର ଟିଜର ରିଲିଜ ହୋଇଛି ସେବେଠୁ ଏହି ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। କେତେବେଳେ ଫିଲ୍ମର ଖରାପ ଭିଏଫ୍‌କ୍ସକୁ ନେଇ ଟ୍ରୋଲ କରାଯାଉଛି ତ ଆଉ କେତେବେଳେ ଫିଲ୍ମରେ ବ୍ୟବହାର କରାଯାଇଥିବା ପୋଷାକକୁ ନେଇ ବିବାଦ ଉଠିଛି। ଏହାରି ଭିତରେ ଏବେ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

Advertisment

ପୌରାଣିକ କଥା ଉପରେ ଆଧାରିତ ଏହି ଫିଲ୍ମରକୁ ଆସନ୍ତା ବର୍ଷ ରିଲିଜ କରାଯିବ । ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ ଏଭଳି ନିଷ୍ପତ୍ତି ନେଇଛନ୍ତି। ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍ ହୋଇଥାନ୍ତା ଏହି ଫିଲ୍ମ। କିନ୍ତୁ ଏବେ ଏହାକୁ ସ୍ଥାଗିତ ରଖାଯାଇଛି। ରିପୋର୍ଟରେ କୁହାଯାଇଛି କି ଫିଲ୍ମର ରିଲିଜ୍ ଡେଟ୍ ୨୦୨୩ର ଗ୍ରୀଷ୍ମ ଦିନ ସମୟକୁ ସିଫ୍ଟ କରାଯାଇଛି। ଏହା ହିଁ ଏକ ବଡ ପରିବର୍ତ୍ତନ ହେବ। କିନ୍ତୁ ନିର୍ମାତାମାନେ ଏହା କରିବା ପଛର କାରଣ କ’ଣ?

ରିପୋର୍ଟ ଅନୁଯାୟୀ, ଯେଉଁ ସପ୍ତାହରେ ଆଦିପୁରୁଷର ରିଲିଜ୍ ହେବ, ସେହି ସମୟରେ ଚିରଞ୍ଜୀବୀଙ୍କ ଫିଲ୍ମ ୱାଲଟ୍‌ଫେୟାର ଭିରାୟା ଏବଂ ନନ୍ଦମୁରୀ ବାଲାକ୍ରିଷ୍ଣନଙ୍କ ଫିଲ୍ମ ଭିରା ସିମହା ରେଡ୍ଡୀ ମଧ୍ୟ ମୁକ୍ତିଲାଭ କରିବ। ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦେଇଛନ୍ତି ।

Advertisment

କେବଳ ସେତିକି ନୁହେଁ ସେହି ସପ୍ତାହରେ ହିଁ ଆଦିପୁରଷକୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପର୍ଯ୍ୟାପ୍ତ ସ୍କ୍ରିନ୍ ନମିଳିବାର ଆଶଙ୍କା ମଧ୍ୟ ରହିଛି। ଓମ୍ ରାଉତଙ୍କ ଟିମ୍ ଖୁବ୍ ଶୀଘ୍ର ନୂଆ ରିଲିଜ୍ ତାରିଖ ବିଷୟରେ ଘୋଷଣା କରିବେ।

ଏହି ଫିଲ୍ମର ଲିଡ୍ ରୋଲରେ ବାହୁବଳୀ ଷ୍ଟାର୍ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି କ୍ରିତି ସାନନ । ସୈଫ ଅଲ୍ଲି ଖାନ୍ ମଧ୍ୟ ଏଥିରେ ଅଛନ୍ତି। ପ୍ରଭାସ ରାମ ହୋଇଥିବା ବେଳେ କ୍ରିତି ହୋଇଛନ୍ତି ସୀତା ଆଉ ସୈଫ ଅଲ୍ଲି ଖାନ ରାବଣ ଭୂମିକାରେ ଫିଲ୍ମରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe