Advertisment

ବର ସାଜିବେ ପ୍ରଭାସ; ତିରୁପତିରେ ପଡ଼ିବ ହାତଗଣ୍ଠି

ହାତରୁ ଦି ହାତ ହେବେ ସାଉଥ ସୁପରଷ୍ଟାର ତଥା ‘ବାହୁବଳୀ’ ଫେମ୍‌ ପ୍ରଭାସ । ତିରୁପତିଙ୍କ ମନ୍ଦିରରେ ପଡ଼ିବ ହାତଗଣ୍ଠି। ଖୋଦ ପ୍ରଭାସ ଏହା କହିଥିଲେ ବି କନିଆ କିଏ ହେବ ତାହାକୁ ଏ ଯାଏ ସିକ୍ରେଟ ରଖିଛନ୍ତି।

Prabhas

Prabhas

Advertisment

ହାତରୁ ଦି ହାତ ହେବେ ସାଉଥ ସୁପରଷ୍ଟାର ତଥା ‘ବାହୁବଳୀ’ ଫେମ୍‌ ପ୍ରଭାସ । ତିରୁପତିଙ୍କ ମନ୍ଦିରରେ ପଡ଼ିବ ହାତଗଣ୍ଠି। ଖୋଦ ପ୍ରଭାସ ଏହା କହିଥିଲେ ବି କନିଆ କିଏ ହେବ ତାହାକୁ ଏ ଯାଏ ସିକ୍ରେଟ ରଖିଛନ୍ତି।

Advertisment

‘ରାଧେଶ୍ୟାମ’ ଷ୍ଟାର ପ୍ରଭାସ ଏବେ ବି- ଟାଉନ୍‌ ସହ ଟଲିଉଡର ବି ମୋଷ୍ଟ ଇଲିଜିବୁଲ ବ୍ୟାଚଲର । ଇତି ମଧ୍ୟରେ ତାଙ୍କ ନାଁ ବହୁ ହିରୋଇନ୍‌ଙ୍କ ସହ ଯୋଡ଼ି ହୋଇ ସାରିଥିବା ବେଳେ ନିଜ ରିଲେସ୍‌ନ ଷ୍ଟାଟସ୍‌କୁ ନେଇ କିନ୍ତୁ ମୁହଁ ଖୋଲୁ ନାହାନ୍ତି ଏହି ସୁପରଷ୍ଟାର।

ପ୍ରଭାସ ଏବେ ନିଜ ଅପକମିଙ୍ଗ ଫିଲ୍ମ ‘ଆଦି ପୁରୁଷ’ ର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଏଥିରେ ତାଙ୍କ ଅପୋଜିଟରେ ସ୍କ୍ରିନ୍‌ ଶେଆର କରିଛନ୍ତି ସୁନ୍ଦରୀ କ୍ରିତି ସାନନ ।

Advertisment

ପ୍ରଭାସ ଏବେ ତିରୁପତିରେ ନିଜ ଫିଲ୍ମର ଜୋରଦାର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ କେବେ ବିବାହ କରିବେ ବୋଲି ଫ୍ୟାନ୍ସଙ୍କ ପ୍ରଶ୍ନବାଣ ତାଙ୍କୁ ଘାଇଲା କରି ଦେଇଥିଲା। ଏହା ଶୁଣି ପ୍ରଭାସ ହସି ହସି ଏହି ତିରୁପତି ମନ୍ଦିରରେ ହିଁ ବିବାହ କରିବେ ବୋଲି କହି ଦେଇଛନ୍ତି। ମାତ୍ର କିଏ ହେବ ‘ଆଦିପୁରୁଷ’ ର ରାମଙ୍କ ସୀତା ସେ ନେଇ ସେ ପାଟି ଫିଟାଇ ନାହାନ୍ତି।

ପ୍ରଭାସଙ୍କ ନାଁ ତାଙ୍କ ପୂର୍ବରୁ ‘ବାହୁବଳୀ’ କୋ-ଷ୍ଟାର ଅନୁଷ୍କା ସେଟ୍ଟିଙ୍କ ସହ ଯୋଡ଼ି ହୋଇଥିବା ବେଳେ ଏବେ ‘ଆଦିପୁରୁଷ’ ହିରୋଇନ୍‌ କ୍ରିତି ସାନନଙ୍କ ସହ ତାଙ୍କର ଲୁଚାଚୋରା ପ୍ରେମ ଚାଲିଥିବା ଚର୍ଚ୍ଚା ହେଉଛି। ମାତ୍ର ପ୍ରଭାସ ଏ ନେଇ ମୁହଁ ଖୋଲୁ ନ ଥିବା ବେଳେ କ୍ରିତି ବି ଏହାକୁ ଖଣ୍ଡନ କରି ସାରିଛନ୍ତି। ତେବେ କେବେ ପ୍ରଭାସ ସତ ସତିକା ଦୁଲହା ସାଜୁଛନ୍ତି ଓ କିଏ ହେବ ତାଙ୍କ ଦୁଲହନିଆ ତାହା ଉପରେ ସମସ୍ତଙ୍କ ସିନେ ପ୍ରେମୀଙ୍କ ନଜର।

Prabhas Marriage Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe