Advertisment

ଆକ୍ସନ ବୟରୁ ଲଭର୍ ବୟ ସାଜିଲେ ପ୍ରଭାସ

ମୁମ୍ବାଇ: ଆକ୍ସନ ବୟରୁ ରୋମାଣ୍ଟିକ ବୟ ସାଜିଲେ ବହୁବଳୀ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସ। ରଫ ଆଣ୍ଟ ଟଫ ଲୁକ୍ ପରେ ଏବେ ରୋମାଣ୍ଟିକ ଲୁକରେ ନଜର ଆସିଲେ ସାହୋ ଷ୍ଟାର୍। ସାମ୍ନାକୁ ଆସିଲା ତାଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର। ରିଲିଜ ହୋଇଥିବା ଏହି ପ୍ରି-ଟିଜରରେ ପ୍ରଭାସଙ୍କୁ ଲଭର ବୟ ଲୁକରେ ଦେଖିବାକୁ ମିଳିଛି। ତୁଷାରପାତ ମଧ୍ୟରେ ସେ ଏକା ଏକା ରାସ୍ତାରେ ହସି ହସି ଚାଲୁଥିବା ଦେଖିବାକୁ ମିଳିଛି। ଭାଲେଣ୍ଟାଇନ ଡେ’ […]

ଆକ୍ସନ ବୟରୁ ଲଭର୍ ବୟ ସାଜିଲେ ପ୍ରଭାସ

prabhas

Advertisment

ମୁମ୍ବାଇ: ଆକ୍ସନ ବୟରୁ ରୋମାଣ୍ଟିକ ବୟ ସାଜିଲେ ବହୁବଳୀ ଫେମ୍ ତଥା ସାଉଥ ସୁପରଷ୍ଟାର ପ୍ରଭାସ। ରଫ ଆଣ୍ଟ ଟଫ ଲୁକ୍ ପରେ ଏବେ ରୋମାଣ୍ଟିକ ଲୁକରେ ନଜର ଆସିଲେ ସାହୋ ଷ୍ଟାର୍। ସାମ୍ନାକୁ ଆସିଲା ତାଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର।

Advertisment

ରିଲିଜ ହୋଇଥିବା ଏହି ପ୍ରି-ଟିଜରରେ ପ୍ରଭାସଙ୍କୁ ଲଭର ବୟ ଲୁକରେ ଦେଖିବାକୁ ମିଳିଛି। ତୁଷାରପାତ ମଧ୍ୟରେ ସେ ଏକା ଏକା ରାସ୍ତାରେ ହସି ହସି ଚାଲୁଥିବା ଦେଖିବାକୁ ମିଳିଛି। ଭାଲେଣ୍ଟାଇନ ଡେ’ ପୂର୍ବରୁ ପ୍ରଭାସଙ୍କ ଏହି ଲୁକକୁ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଏହି ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଯାଇଛି। ଗତ ସପ୍ତାହରେ ଫିଲ୍ମର ପୁରା ଟିଜର ରିଲିଜ ହେବ।

ଗତ ବର୍ଷ ୨୦୨୦ରେ ‘ରାଧେ ଶ୍ୟାମ’ ଫିଲ୍ମର ଘୋଷଣା ହୋଇଥିଲା। ଲକଡାଉନ ମଧ୍ୟରେ ହିଁ ଜର୍ଜିଆରେ ଏହି ଫିଲ୍ମର ଶୁଟିଂ ପୂରଣ କରାଯାଇଥିଲା। ନିର୍ଦ୍ଦେଶକ ରାଧାକୃଷ୍ଣ କୁମାର ଏହି ଫିଲ୍ମର ଶୁଟିଂ ସେଡ୍ୟୁଲକୁ ନେଇ ମାର୍ଚ୍ଚ ମାସରେ ହିଁ ଟୁଇଟ କରି ସୂଚନା ଦେଇଥିଲେ।

Advertisment

ଫିଲ୍ମର ଲିଡ୍ ରୋଲରେ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟରେ ପୂଜା ହେଗଡେ ଅଛନ୍ତି। ଏଥିରେ ପ୍ରଭାସଙ୍କୁ ଜଣେ ହସ୍ତରେଖା ପଢ଼ି ପାରୁଥିବା ଜ୍ୟୋତିଷ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ପୂଜାଙ୍କୁ ଏଥିରେ ଜଣେ ମ୍ୟୁଜିକ ଶିକ୍ଷକ ରୂପେ ନଜର ଆସିବେ। ଏହି ଫିଲ୍ମର ଅଧିକାଂଶ ଶୁଟିଂ ଇଟାଲୀ ଏବଂ ୟୁରୋପରେ ହୋଇଛି।

Prabhas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe