କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ଖୁଲାସା କଲେ ପ୍ରାଚୀ

ମୁମ୍ବାଇ: ବି-ଟାଉନ୍‌ରେ କାଷ୍ଟିଂ କାଉଚ୍‌। କାଷ୍ଟିଂ କାଉଚ୍‌ ନେଇ ଖୁଲାସା କରିଛନ୍ତି ଆଉ ଜଣେ ବଲିଡଉ ଅଭିନେତ୍ରୀ। ଟିଭି ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିବା ପରେ ବଡ ପରଦାରେ ଅଭିନୟ କରିଥିବା ପ୍ରାଚୀ ଦେସାଇ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ଏବେ ସର୍ବସମ୍ମୁଖରେ ଖୁଲାସା କରିଛନ୍ତି। ନିକଟରେ ଏକ ଟିଭି ସାକ୍ଷାତକାରେ ପ୍ରାଚୀ ସମସ୍ତ ଘଟଣା ବଖାଣିଛନ୍ତି। ସେ କହିଛନ୍ତି, ବଲିଉଡରେ କାମ କରିବାର ସ୍ୱପ୍ନ ସମସ୍ତଙ୍କର ରହିଛି । କିନ୍ତୁ ଏହି ସ୍ୱପ୍ନ ପୂରଣ […]

Prachi Desai

Prachi Desai

Madhupriya Mistry
  • Published: Monday, 19 April 2021
  • Updated: 19 April 2021, 11:55 AM IST

Sports

Latest News

ମୁମ୍ବାଇ: ବି-ଟାଉନ୍‌ରେ କାଷ୍ଟିଂ କାଉଚ୍‌। କାଷ୍ଟିଂ କାଉଚ୍‌ ନେଇ ଖୁଲାସା କରିଛନ୍ତି ଆଉ ଜଣେ ବଲିଡଉ ଅଭିନେତ୍ରୀ। ଟିଭି ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିବା ପରେ ବଡ ପରଦାରେ ଅଭିନୟ କରିଥିବା ପ୍ରାଚୀ ଦେସାଇ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ଏବେ ସର୍ବସମ୍ମୁଖରେ ଖୁଲାସା କରିଛନ୍ତି।

ନିକଟରେ ଏକ ଟିଭି ସାକ୍ଷାତକାରେ ପ୍ରାଚୀ ସମସ୍ତ ଘଟଣା ବଖାଣିଛନ୍ତି। ସେ କହିଛନ୍ତି, ବଲିଉଡରେ କାମ କରିବାର ସ୍ୱପ୍ନ ସମସ୍ତଙ୍କର ରହିଛି । କିନ୍ତୁ ଏହି ସ୍ୱପ୍ନ ପୂରଣ କରିବା ବେଶ୍‌ କଷ୍ଟକର, ଏଥିପାଇଁ ଅନେକ ସାଲିସ କରିବାକୁ ପଡେ। ସେ ବଲିଉଡରେ ଏକ ବଡ ଫିଲ୍ମ ପାଇଁ ଅଫର ପାଇଥିଲେ।  କିନ୍ତୁ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ତାଙ୍କୁ କିଛି ଚୁକ୍ତି କରିବାକୁ କହିବା ସହ ତାଙ୍କ କଥାରେ ରାଜି ହେବା ପାଇଁ କହିଥିଲେ। କିନ୍ତୁ ଏହା କରିବାକୁ ପୁରାପୁରି ମନା କରିଦେଇଥିଲେ ପ୍ରାଚୀ। ତେବେ ମନା କରିବା ସତ୍ତ୍ୱେ ମଧ୍ୟ ନିର୍ଦ୍ଦେଶକ ଜଣକ ପୁଣି ଥରେ ତାଙ୍କୁ ଫୋନ କରି ମନାଇବାକୁ ଚେଷ୍ଟା କରିଥିଲେ। ଏହାପରେ ସେହି ଫିଲ୍ମରେ କାମ କରିବା ପାଇଁ ସଫା ସଫା ମନା କରିଦେଇଥିଲେ ବୋଲି ପ୍ରାଚୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ବଲିଉଡରେ କାମ ନମିଳିବାକୁ ନେଇ ପ୍ରାଚୀ ପରିବାରବାଦ କଥା ଉଠାଇଥିଲେ। ସେ ଏକ ସାକ୍ଷାତକାର୍‌ରେ କହିଥିଲେ, ସମସ୍ତେ ଏଠି `ୱେଟ ଆଣ୍ଡ ୱାଚ୍'‌ ଗେମ୍‌ ଖେଳୁଛନ୍ତି। କାରଣ ସେହି ସମୟରେ ଟେଲିଭିଜନ କଳାକାରଙ୍କୁ ଫିଲ୍ମରେ କାମ ଦେବା ପାଇଁ ଯୋଗ୍ୟ ମନେ କରାଯାଉନଥିଲା। ଅନ୍ୟକଥା ହେଉଛି ବଲିଉଡରେ ଅଧିକାଂଶ ବଡ ବଡ ଷ୍ଟାରଙ୍କ ପୁଅ ଝିଅ କିମ୍ବା ସେମାନଙ୍କ ସମ୍ପର୍କିୟଙ୍କୁ ହିଁ କାମ ମିଳେ, ଏଥିପାଇଁ ତାଙ୍କୁ ଫିଲ୍ମ କାମ ମିଳୁନି ବୋଲି ପ୍ରାଚୀ ଅଭିଯୋଗ ଆଣିଥିଲେ।

ଲୋକପ୍ରିୟ ଟିଭି ସିରିଏଲ୍‌ `କସ୍‌ମ ସେ'ରୁ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ପ୍ରାଚୀ ଦେସାଇ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ମାତ୍ର ୧୭ ବର୍ଷ ବୟସରେ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୮ରେ `ରକ୍‌ ଅନ୍‌' ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ।

 

View this post on Instagram

 

A post shared by Prachi Desai (@prachidesai)

ଏହା ପରେ ପ୍ରାଚୀଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିଥିଲା।  `ବୋଲ ବଚ୍ଚନ', ` ଅଜହର' ଓ `ୱାନ୍ସ ଅପ୍‌-ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ'ରେ ସେ ନଜର ଆସିଥିଲେ। ତା’ପରେ ପ୍ରାଚୀ ପ୍ରାୟ ଇଣ୍ଡଷ୍ଟ୍ରିରୁ ଗାଏବ୍‌ ହୋଇଯାଇଥିଲେ। ଏବେ ଦୀର୍ଘଦିନ ପରେ ସେ ପୁଣି ଥରେ କମ୍‌ ବ୍ୟାକ୍‌ କରିଛନ୍ତି। `ସାଇଲେନ୍ସ: କେନ୍‌ ୟୁ ହିଅର୍‌ ଇଟ୍‌' ୱେବସିରିଜ୍‌ରୁ ଓଟିଟି ପ୍ଲାଟଫର୍ମରେ ପାଦ ରଖିଛନ୍ତି ପ୍ରାଚୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos