Advertisment

ଫଟୋ ପୋଷ୍ଟ୍ କରି କଙ୍ଗନାଙ୍କୁ କଟାକ୍ଷ କଲେ ପ୍ରକାଶ ରାଜ୍

ମୁମ୍ବାଇ: ଶିବସେନା ସହିତ ବିବାଦକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ କଟାକ୍ଷ କରିଛନ୍ତି ଅନ୍ୟତମ ଜଣାଶୁଣା ଅଭିନେତା ପ୍ରକାଶ ରାଜ୍। ନିଜ ଖୋଲା ବିଚାର ପାଇଁ ଜଣାଶୁଣା ପ୍ରକାଶ ରାଜ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଏକ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ କଙ୍ଗନା ରାଣାୱତଙ୍କ ସହିତ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ଶାହାରୁଖ ଖାନ୍‌, ଅଜୟ ଦେବଗନ, ଆମୀର ଖାନ ଓ ବିବେକ ଓବରାୟଙ୍କ ଫଟୋ ରହିଛି। ଏଥିରେ ସେ […]

ଅଦ୍ୟତନ ହୋଇଛି
ଫଟୋ ପୋଷ୍ଟ୍ କରି କଙ୍ଗନାଙ୍କୁ କଟାକ୍ଷ କଲେ ପ୍ରକାଶ ରାଜ୍

kangana

Advertisment

ମୁମ୍ବାଇ: ଶିବସେନା ସହିତ ବିବାଦକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ କଟାକ୍ଷ କରିଛନ୍ତି ଅନ୍ୟତମ ଜଣାଶୁଣା ଅଭିନେତା ପ୍ରକାଶ ରାଜ୍।

Advertisment

ନିଜ ଖୋଲା ବିଚାର ପାଇଁ ଜଣାଶୁଣା ପ୍ରକାଶ ରାଜ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଏକ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ କଙ୍ଗନା ରାଣାୱତଙ୍କ ସହିତ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ଶାହାରୁଖ ଖାନ୍‌, ଅଜୟ ଦେବଗନ, ଆମୀର ଖାନ ଓ ବିବେକ ଓବରାୟଙ୍କ ଫଟୋ ରହିଛି।
ଏଥିରେ ସେ ଲେଖିଛନ୍ତି, ଯଦି ଗୋଟିଏ ଫିଲ୍ମରେ ଅଭିନୟ କରି କଙ୍ଗନା ନିଜକୁ ରାଣୀ ଲକ୍ଷ୍ମୀବାଇ ମନେ କରୁଛନ୍ତି, ତା’ହେଲେ ଦୀପିକା ହେଉଛନ୍ତି ପଦ୍ମାବତୀ, ହ୍ରିତିକ୍ ହେଉଛନ୍ତି ଆକ୍‌ବର, ଶାହାରୁଖ ହେଉଛନ୍ତି ଅଶୋକ, ଅଜୟ ହେଉଛନ୍ତି ଭଗତ ସିଂହ, ଆମୀର ହେଉଛନ୍ତି ମଙ୍ଗଲ ପାଣ୍ଡେ ଓ ବିବେକ ହେଉଛନ୍ତି ମୋଦି ଜୀ।

Advertisment


ଏହା ପୂର୍ବରୁ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ପହଲାଜ ନିହଲାନୀ ଖୋଲାଖୋଲି କଙ୍ଗନାଙ୍କୁ ସମାଲୋଚନା କରିଥିଲେ। କହିଥିଲେ, ବଲିଉଡ୍‌ରେ କେହି ମାଫିଆ ନାହାନ୍ତି। ଯେଉଁମାନେ କଙ୍ଗନାଙ୍କୁ ସୁଯୋଗ ଦେଇଥିଲେ ସେହିମାନଙ୍କୁ ସେ ଏବେ ଗାଳି କରୁଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବେଶ୍ ଖୋଲା ମତ ରଖିଆସିଥିବା କଙ୍ଗନା ରାଣାୱତ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିବା ପରେ ଶିବସେନା ରାଗି ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ବାକ୍‌ ଯୁଦ୍ଧ। ଏପରିକି ବିଏମ୍‌ସି ପକ୍ଷରୁ କଙ୍ଗନାଙ୍କ ଅଫିସ୍ ମଧ୍ୟ ଭଙ୍ଗା ଯାଇଛି। ଏହାର କିଛି ଅଂଶକୁ ବିଏମ୍‌ସି ବେଆଇନ ବୋଲି ଦର୍ଶାଇଥିଲା।

Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe