Advertisment

ବଡ଼ ଘୋଷଣା କଲେ ପ୍ରଭାସ

ମୁମ୍ୱାଇ: ଫ୍ୟାନ୍‌ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ‘ବାହୁବଳୀ’ ଫେମ୍‌ ପ୍ରଭାସ। ଏମିତି କିଛି ବଡ଼ ଘୋଷଣା କରିବେ ବୋଲି ସେ ଗତକାଲି ଦେଇଥିଲେ ସଙ୍କେତ। ଆଉ ଆଜି ସକାଳେ କରିଥିଲେ ଘୋଷଣା। ତାଙ୍କ ନୂଆ ଫିଲ୍ମକୁ ନେଇ ପ୍ରଭାସ କରିଛନ୍ତି ଘୋଷଣା। ଫିଲ୍ମଟିର ନାଁ ‘ଆଦିପୁରୁଷ’। ନିଜ ଇନଷ୍ଟାଗ୍ରାମ୍‌ରେ ପ୍ରଭାସ ଏହି ଫିଲ୍ମର ପୋଷ୍ଟର ଶେଆର୍‌ କରିଛନ୍ତି। ଏହା ଏକ ଥ୍ରୀଡି ଆକ୍ସନ୍‌ ଡ୍ରାମା ହେବ, ଯାହାକୁ ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲାମ୍‌ ଓ […]

ଅଦ୍ୟତନ ହୋଇଛି
ବଡ଼ ଘୋଷଣା କଲେ ପ୍ରଭାସ

pravas

Advertisment

ମୁମ୍ୱାଇ: ଫ୍ୟାନ୍‌ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ‘ବାହୁବଳୀ’ ଫେମ୍‌ ପ୍ରଭାସ। ଏମିତି କିଛି ବଡ଼ ଘୋଷଣା କରିବେ ବୋଲି ସେ ଗତକାଲି ଦେଇଥିଲେ ସଙ୍କେତ। ଆଉ ଆଜି ସକାଳେ କରିଥିଲେ ଘୋଷଣା। ତାଙ୍କ ନୂଆ ଫିଲ୍ମକୁ ନେଇ ପ୍ରଭାସ କରିଛନ୍ତି ଘୋଷଣା। ଫିଲ୍ମଟିର ନାଁ ‘ଆଦିପୁରୁଷ’। ନିଜ ଇନଷ୍ଟାଗ୍ରାମ୍‌ରେ ପ୍ରଭାସ ଏହି ଫିଲ୍ମର ପୋଷ୍ଟର ଶେଆର୍‌ କରିଛନ୍ତି। ଏହା ଏକ ଥ୍ରୀଡି ଆକ୍ସନ୍‌ ଡ୍ରାମା ହେବ, ଯାହାକୁ ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲାମ୍‌ ଓ କନ୍ନଡ ଭାଷାରେ ରିଲିଜ୍‌ କରାଯିବ। ଫିଲ୍ମ ‘ତାନାଜୀ’ର ନିର୍ଦ୍ଦେଶକ ଓମ୍‌ ରାଉତ ‘ଆଦିପୁରୁଷ’ର ନିର୍ଦ୍ଦେଶନା ଦେବେ।

Advertisment

ଫିଲ୍ମର ପୋଷ୍ଟର ଶେଆର୍‌ କରି ପ୍ରଭାସ ଲେଖିଛନ୍ତି, ‘ଅସତ୍ୟ ଉପରେ ସତ୍ୟର ବିଜୟୋତ୍ସବ’। ଏହି ଫିଲ୍ମରେ ପ୍ରଭାସ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଥିବା ବେଳେ ତାଙ୍କର ଲୁକ୍‌ କିପରି ରହିବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

https://www.instagram.com/p/CEAzfr8Jpyp/?utm_source=ig_web_copy_link

ଏହି ଫିଲ୍ମ ନିର୍ମାଣ ପଛରେ ଟି-ସିରିଜ୍‌ର ମୁଖ୍ୟ ଭୂଷଣ କୁମାର, କୃଷ୍ଣ କୁମାର, ପ୍ରସାଦ ସୂତାର ଓ ରାଜେଶ ନାୟର ରହିଛନ୍ତି। ବର୍ତ୍ତମାନ ଫିଲ୍ମଟି ପ୍ରି-ପ୍ରଡକ୍ସନ ଷ୍ଟେଜରେ ରହିଛି। ଫିଲ୍ମଟି ୨୦୨୧ କିମ୍ୱା ୨୦୨୨ରେ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳୁଛି।

Advertisment

ସୂଚନାଯୋଗ୍ୟ, ଆଗକୁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସହିତ ମଧ୍ୟ ପ୍ରଭାସଙ୍କର ଏକ ଫିଲ୍ମ ଆସିବ। ଏହା ମାଧ୍ୟମରେ ଦୀପିକା ଓ ପ୍ରଭାସଙ୍କୁ ପ୍ରଥମଥର ପାଇଁ ସିଲଭର୍‌ ସ୍କ୍ରିନ୍‌ରେ ଦର୍ଶକେ ଦେଖିପାରିବେ। ହେଲେ ଫିଲ୍ମର ଟାଇଟଲ୍ ଘୋଷଣା ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe