preeti
ମୁମ୍ୱାଇ: କରୋନା ଲକଡାଉନରେ ସେଲେବ୍ରିଟିମାନେ କ’ଣ କରୁଛନ୍ତି, ଏହା ଜାଣିବା ପାଇଁ ଫ୍ୟାନ୍ସଙ୍କର ଆଗ୍ରହ ରହିଛି। ଏବେ ଫିଲ୍ମର ଶୁଟିଂ ବନ୍ଦ ଥିଲେ ବି ସୋଶାଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେଲେବ୍ରିଟି ଯୋଡ଼ି ହୋଇ ରହୁଛନ୍ତି।
ନିକଟରେ ବଲିଉଡ୍ର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ଟ୍ୱିଟରରେ ଏକ ଭିଡିଓ ଶେଆର୍ କରିଛନ୍ତି। ଏଥିରେ ତାଙ୍କ ଘରେ ଅର୍ଗାନିକ୍ ଫାର୍ମିଂରୁ ହୋଇଥିବା ଟମାଟୋ ଓ କ୍ୟାପସିକମ୍ ସେ ତୋଳୁଥିବା ଦେଖିବାକୁ ମିଳିଛି।
ଭିଡିଓ ଶେଆର୍ କରି ପ୍ରୀତି ଲେଖିଛନ୍ତି, ମୋର ଏହି ଛୋଟ କିଚେନ୍ ଗାର୍ଡେନକୁ ଦେଖି ମୁଁ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛି। ଛୋଟ ବଗିଚାଟି ଏତେ ସୁନ୍ଦର ହୋଇପାରିବ, ମୁଁ କେବେ ଭାବି ନଥିଲି। ଏହା ମୋତେ ଶାନ୍ତି ଓ ଖୁସି ଦେବା ସହ ପ୍ରକୃତି ସହିତ ପରିଚିତ କରାଇଛି। ଏଥିପାଇଁ ମୋ ମା’ଙ୍କୁ ଧନ୍ୟବାଦ। ଏହି ବଗିଚା ମୋ ମା’ଙ୍କର ପୃଥିବୀ।
ସେହିପରି ଅନ୍ୟ ଏକ ଭିଡିଓରେ କିଚେନ୍ ଗାର୍ଡେନ୍ରୁ କ୍ୟାପସିକମ୍ ତୋଳି ପ୍ରୀତି ଲେଖିଛନ୍ତି, ଘରେ କରିଥିବା କ୍ଷେତରୁ ଆମେ ପନିପରିବା ଚାଷ କରିଛୁ। ଅର୍ଗାନିକ ଫାର୍ମିଂ ପାଇଁ ମୋତେ ଉତ୍ସାହିତ କରିଥିବାରୁ ମା’ଙ୍କୁ ବହୁତ ବହୁତ ଧନ୍ୟବାଦ।
ପ୍ରୀତିଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଫ୍ୟାନ୍ସ ପ୍ରୀତିଙ୍କର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, କେବଳ ପ୍ରୀତି ଜିଣ୍ଟା ନୁହେଁ, କିଛିଦିନ ପୂର୍ବରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟି ମଧ୍ୟ ନିଜ ଅର୍ଗାନିକ ଫାର୍ମିଂର ଏକ ଭିଡିଓ ସୋଶାଲ ମିଡିଆରେ ଶେଆର୍ କରିଥିଲେ। ଯେଉଁ ଭିଡିଓରେ ସେ ତାଙ୍କ ପୁଅ ସହିତ ଲଙ୍କା, ବାଇଗଣ ଓ ଟମାଟୋ ତୋଳୁଥିବା ଦେଖିବାକୁ ମିଳିଥିଲା। ସେହିପରି ଅଭିନେତା ସଲମାନ୍ ଖାନ୍ ମଧ୍ୟ ତାଙ୍କ ଫାର୍ମରେ ଧାନ ଚାଷ କରି ଏହାର ଭିଡିଓ ଶେଆର୍ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/preeti.jpg)