Advertisment

ଆଲିଆ, ଅଲ୍ଲୁ ଓ କ୍ରୀତିଙ୍କୁ ରାଷ୍ଟ୍ରପତି ଦେଲେ ଜାତୀୟ ଫିଲ୍ମ ପୁରସ୍କାର

ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
National Film Award

National Film Award

Advertisment

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫିଲ୍ମ 'ପୁଷ୍ପା' ପାଇଁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ଫିଲ୍ମ 'ମିମି' ପାଇଁ କ୍ରୀତି ସାନନ ଓ ଫିଲ୍ମ `ଗଙ୍ଗୁବାଇ କାଥିଆଓ୍ୱାଡା' ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ସେହିପରି ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ଓ୍ୱହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି।

Advertisment
Waheeda Rehemanବଲିଉଡର ବର୍ଷିଆନ ଅଭିନେତ୍ରୀ ଓ୍ୱହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମ 'ମିମି' ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହଅଭିନେତା ଓ ଦ କଶ୍ମୀର ଫାଇଲ୍‌ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଦିଆଯାଇଛି। ସେହିପରି ଭିକ୍କି କୌଶଲଙ୍କ ଅଭିନୀତି `ସର୍ଦ୍ଦାର ଉଦ୍ଧମ'କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ 'ଦି କଶ୍ମୀର ଫାଇଲ୍ସ'କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ରକେଟ୍ରି: ଦ ଦାମ୍ବି ଇଫେକ୍ଟ' ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ହାତେଇଛନ୍ତି।

ସେହିପରି 'ପ୍ରତୀକ୍ଷା'କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।

ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ବୀତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ ଅଗଷ୍ଟ ୨୪ ତାରିଖରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା ପ୍ରକାଶ ପାଇଥିଲା।

Bollywood News Bollywood National Film Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe