Advertisment

ଆସିଲା ‘ଯବାନ’ର ପ୍ରିଭ୍ୟୁ ଭିଡିଓ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଏକ ଭିଡିଓ ରିଲିଜ୍ ହୋଇଛି, ଯାହାକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ।

ଅଦ୍ୟତନ ହୋଇଛି
Jawan Poster

Jawan Poster

Advertisment

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଏକ ଭିଡିଓ ରିଲିଜ୍ ହୋଇଛି, ଯାହାକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ। ଫିଲ୍ମର ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଆସିଛି ଏହି ଭିଡିଓ। ଏହାକୁ ‘ଯବାନ’ର ପ୍ରିଭ୍ୟୁ କୁହାଯାଉଛି।

Advertisment

୨ ମିନିଟ୍ ୧୨ ସେକେଣ୍ଡର ଏହି ପ୍ରିଭ୍ୟୁ ଭିଡିଓରେ ଶାହରୁଖଙ୍କୁ ୫ଟି ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି । ଏହାସହ ଦମଦାର୍ ଡାଏଲଗକୁ ଜବରଦସ୍ତ ଆକ୍ସନ ପ୍ରିଭ୍ୟୁ ଭିଡିଓରେ ଚାର୍ ଚାନ୍ଦ୍ ଲଗାଇଦେଇଛି।

ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ୍, ନୟନତାରା, ବିଜୟ ସେତୁପତି ଏବଂ ସାନ୍ନ୍ୟା ମଲହୋତ୍ରା ଅଭିନୟ କରିଛନ୍ତି। ଦୀପିକା ପାଦୁକୋନଙ୍କର ମଧ୍ୟ ଏହି ଫିଲ୍ମରେ କିଛି ଭିନ୍ନ କ୍ୟାରେକ୍ଟର ଥିବା ଅନୁମାନ କରାଯାଉଛି। ପ୍ରିଭ୍ୟୁ ଭିଡିଓରେ ଦୀପିକା ଫାଇଟ୍ କରୁଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ନୟନତାରାଙ୍କ ଷ୍ଟାଇଲ୍ ଏବଂ ଲୁକ୍ ଖୁବ ଚମତ୍କାର ହୋଇଛି। ବିଜୟ ସେତୁପତିଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି।

Advertisment

ଭିଡିଓରେ ଶାହରୁଖ ଖାନଙ୍କ ଡାଏଲଗ୍- “ଜବ ମେ ଭିଲେନ୍ ବନତା ହୁଁ ତୋ ମେରେ ସାମ୍ନେ କୋଇ ହିରୋ ଟିକ୍ ନେହି ସକ୍ତା”କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। କାରଣ ପ୍ରିଭ୍ୟୁ ଅନୁସାରେ ଶାହରୁଖ ଜଣେ ଭିଲେନ ନା ହିରୋ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଫିଲ୍ମ ରିଲିଜ୍ ହେବା ପରେ ଏହା ଉପରୁ ପରଦା ହଟିବ ନିଶ୍ଚୟ।

ଏହା ହେଉଛି, ଶାହାରୁଖ୍-ଦୀପିକାଙ୍କ ଅଭିନୀତ ପଞ୍ଚମ ସିନେମା । ୨୦୦୭ ରେ “ଓମ୍ ଶାନ୍ତି ଓମ୍” ଜରିଆରେ ଶାହାରୁଖଙ୍କ ବିପକ୍ଷରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଦୀପିକା। ଏହାପରେ ଉଭୟ ‘ହାପି ନ୍ୟୁ ୟର୍’, ‘ଚେନ୍ନାଇ ଏକ୍ସପ୍ରେସ୍’ ଏବଂ ‘ପଠାନ’ ଫିଲ୍ମରେ ଅଭିନୟ କରିଛନ୍ତି।ଅନ୍ୟପକ୍ଷରେ ପ୍ରଥମ ଥର ଦୁଇ ସୁପରଷ୍ଟାର୍ ଶାହାରୁଖ୍ ଏବଂ ନୟନତାରା ‘ଯବାନ’ରେ ସ୍କ୍ରିନ୍ ଶେଆର କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏଟଲି। 

Shah Rukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe