prince narula & yuvika chaudhary
ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ ଦେଲେ ଅଭିନେତା ପ୍ରିନ୍ସ ନରୁଲା। ବିବାହର ୬ ବର୍ଷ ପରେ ପ୍ରିନ୍ସ ଓ ୟୁଭିକାଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି। ବାପାମା’ ହେବେ ପ୍ରିନ୍ସ ଓ ୟୁଭିକା ଚୌଧୁରୀ।
କିଛି ଦିନ ତଳେ ବେବି ପ୍ଲାନ ବିଷୟରେ ଏକ ସାକ୍ଷାତକାରରେ ୟୁଭିକା କହିଥିଲେ, ମୁମ୍ବାଇରେ ନିଜ ଘର ନ ନେବା ପର୍ଯ୍ୟନ୍ତ ଆମେ ବେବି ପ୍ଲାନ ନ କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ବର୍ଷ ଆରମ୍ଭରେ ଉଭୟ ମୁମ୍ବାଇରେ ଏକ ଆଲିଶାନ ଫ୍ଲାଟ୍ କିଣିବା ପରେ ଏବେ ଉଭୟ ଗୁଡ ନ୍ୟୁଜ୍କୁ ଫ୍ୟାନ୍ସଙ୍କ ସହ ଶେଆର କରିଛନ୍ତି।
ପ୍ରିନ୍ସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଖେଳନା ଜିପ୍ ସହ ନିଜ ନାଲି ଜିପ୍ ଫଟୋ ଶେଆର କରିଥିଲେ। ଏଥିସହ ଲେଖିଛନ୍ତି, ମୁଁ ଜାଣି ପାରୁନି ଏପରି ଭାବନାକୁ କିପରି ଶେଆର କରିବି । କାରଣ ଆଜି ଆମେ ଦୁହେଁ ଖୁବ୍ ଖୁସି। ଏଥିସହ ନର୍ଭସ ମଧ୍ୟ । ଏଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। କାରଣ ଖୁବ୍ ଶୀଘ୍ର ଆମ ଘରକୁ କୁନି ଅତିଥି ଆସିବାକୁ ଯାଉଛି।
ଏଥିସହ ସେ ଲେଖିଛନ୍ତି, ଆମ ଦୁନିଆର ସବୁ ଫୋକସ୍ ତା’ ଉପରେ ରହିବ । ସେ ଆମର ପ୍ରାଥମିକତା ପାଲଟିଯିବ । ଆମ ମା’ବାପା’ଙ୍କ ପାଇଁ ବି ଆମେ ଦ୍ୱିତୀୟ ରାଙ୍କକୁ ଖସିଯିବୁ। କାରଣ ଆସିବାକୁ ଯାଉଥିବା ବେବି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଯିବ । ମୁଁ ଏପର୍ଯ୍ୟନ୍ତ ପରିଶ୍ରମ କରି ଯାହା ରୋଜଗାର କରିଛି ସବୁ ତାହାର ହୋଇଯିବ ।
ୟୁଭିକା ଓ ପ୍ରିନ୍ସ ବିଗ୍ ବସ୍ ଘରେ ପରସ୍ପରଙ୍କୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିବା ବେଳେ ପରସ୍ପରର ଜୀବନସାଥୀ ପାଲଟି ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us