Advertisment

ବେଲୁନ୍ ଭିତରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବଲିଉଡ ପରେ ଏବେ ହଲିଉଡରେ ତାଙ୍କ ଦବଦବା ଜାରି ରହିଛି। ସେ ନିଜ ଫ୍ୟାଶନ ଏବଂ ଗ୍ଲାମରସ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ସେ ଆୱର୍ଡ ଫଙ୍କସନ ହେଉ ଅବା କୌଣସି ମ୍ୟୁଜିକ ଲଞ୍ଚ ପ୍ରୋଗ୍ରାମ। ସବୁ ବେଳେ ସେ ଅନ୍ୟ ଠାରୁ ଭିନ୍ନ ଦେଖାଯିବା ପାଇଁ ଚେଷ୍ଟା କରନ୍ତି। ଏଥିପାଇଁ ପ୍ରିୟଙ୍କା ଟ୍ରାଡିସନାଲ ଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧିଥା’ନ୍ତି, ଯାହା ଅନ୍ୟମାନଙ୍କ […]

ଅଦ୍ୟତନ ହୋଇଛି
ବେଲୁନ୍ ଭିତରେ ପ୍ରିୟଙ୍କା

Priyanka-Chopra

Advertisment

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବଲିଉଡ ପରେ ଏବେ ହଲିଉଡରେ ତାଙ୍କ ଦବଦବା ଜାରି ରହିଛି। ସେ ନିଜ ଫ୍ୟାଶନ ଏବଂ ଗ୍ଲାମରସ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ସେ ଆୱର୍ଡ ଫଙ୍କସନ ହେଉ ଅବା କୌଣସି ମ୍ୟୁଜିକ ଲଞ୍ଚ ପ୍ରୋଗ୍ରାମ। ସବୁ ବେଳେ ସେ ଅନ୍ୟ ଠାରୁ ଭିନ୍ନ ଦେଖାଯିବା ପାଇଁ ଚେଷ୍ଟା କରନ୍ତି। ଏଥିପାଇଁ ପ୍ରିୟଙ୍କା ଟ୍ରାଡିସନାଲ ଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧିଥା'ନ୍ତି, ଯାହା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ। ଏଥିପାଇଁ ସେ ଚର୍ଚ୍ଚାରେ ମଧ୍ୟ ରହନ୍ତି।

Advertisment

ନିକଟରେ ଏଭଳି ହିଁ କିଛି ଫ୍ୟାଶନ ସେନ୍ସକୁ ନେଇ ପ୍ରିୟଙ୍କା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ଚକ୍କରରେ ଅଜବ ଡ୍ରେସ ପିନ୍ଧି ସେ ସୋଶାଲ ମିଡିଆରେ ଟ୍ରୋଲ ହେଉଛନ୍ତି।

ତାଙ୍କର ଏହି ଡ୍ରେସକୁ ଦେଖି ଲୋକେ ନିଜ ହସକୁ ଆଉ ରୋକି ପାରୁନାହାନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ପ୍ରିୟଙ୍କାଙ୍କ ଡ୍ରେସକୁ ନେଇ ମିମ୍ସ ମଧ୍ୟ ତିଆରି ହୋଇଛି।

Advertisment

[caption id="attachment_622401" align="aligncenter" width="650"]Priyanka Chopraଅଜବ ଡ୍ରେସ ପିନ୍ଧି ଫଟୋ ପାଇଁ ପୋଜ୍ ଦେଉଛନ୍ତି ପ୍ରିୟଙ୍କା[/caption]

ପ୍ରିୟଙ୍କାଙ୍କ ଡ୍ରେସକୁ କିଏ ବେଲୁନ ସହ ତୁଳନା କରିଛ ତ ଆଉ ବମ୍ ସହ। କିଏ ଗାଡି ହର୍ଣ୍ଣ ସହ ତ ଆଉ ଏକ ବଲ ସହ, କିଏ ଜେଲି ଫିସ୍ ସହ ତ ଆଉ କିଏ ତାଙ୍କୁ ଅଷ୍ଟ୍ରିଚ ପକ୍ଷୀ ସହ ତୁଳନା କରିଛି। ସେହିପରି ଆଉ କିଏ କିଏ ତାଙ୍କୁ ଢ଼ମଣା ସାପ ବେଙ୍ଗ ଗିଳି ଦେବା ପରେ ଯେପରି ତା’ର ଅବସ୍ଥା ହୁଏ ତାହା ସହ ମଧ୍ୟ ତୁଳନା କରିଛି।

ସବୁଠାରୁ ବଡ କଥା ହେଉଛି ଯେ ପ୍ରିୟଙ୍କା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କୁ ନେଇ ତିଆରି ହୋଇଥିବା ଏସବୁ ମିମ୍ସକୁ ଶେଆର କରିଛନ୍ତି। ଏହି ଫଟୋଗୁଡିକୁ ଶେଆର କରି ସେ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଦେଶୀଗାର୍ଲ ପ୍ରିୟଙ୍କାଙ୍କ ବହି ‘ଅନଫିନ୍‌ସଡ୍ ଦ ମେମୋରୀ’ ଉନ୍ମୋଚିତ ହୋଇଥିଲେ। ଏହି ପୁସ୍ତକଟି ତାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ସେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଅନେକ ବଡ଼ ବଡ଼ ଖୁଲାସା କରିଛନ୍ତି। ଫଳରେ ଏହାକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି।

Bollywood Priyanka Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe