Advertisment

ଜିମ୍ ଯିବାକୁ ପସନ୍ଦ କରୁନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ନିଜ ଆକ୍ଟିଂ ସହ ଫିଟ୍‌ନେସ୍ ଓ ଷ୍ଟାଇଲ୍‌କୁ ନେଇ ବେଶ୍ ପ୍ରସିଦ୍ଧ। ସେ ସର୍ବଦା ନିଜର ଷ୍ଟନିଂ ଫିଗରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ପିଗରକୁ ମେଣ୍ଟେନ୍ କରିବା ପାଇଁ ଜିମ୍ ଯାଇ ଝାଳ ବୁହାନ୍ତି। ଅନେକ ପରିଶ୍ରମ ମଧ୍ୟ କରନ୍ତି। ତେବେ ପିସି ତଥା ପ୍ରିୟଙ୍କାଙ୍କୁ ଏସବୁ ପସନ୍ଦ ନୁହଁ । ସେ ଜିମ୍ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। […]

ଅଦ୍ୟତନ ହୋଇଛି
ଜିମ୍ ଯିବାକୁ ପସନ୍ଦ କରୁନାହାନ୍ତି ପ୍ରିୟଙ୍କା

Priyanka-Chopra

Advertisment

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ନିଜ ଆକ୍ଟିଂ ସହ ଫିଟ୍‌ନେସ୍ ଓ ଷ୍ଟାଇଲ୍‌କୁ ନେଇ ବେଶ୍ ପ୍ରସିଦ୍ଧ। ସେ ସର୍ବଦା ନିଜର ଷ୍ଟନିଂ ଫିଗରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ପିଗରକୁ ମେଣ୍ଟେନ୍ କରିବା ପାଇଁ ଜିମ୍ ଯାଇ ଝାଳ ବୁହାନ୍ତି। ଅନେକ ପରିଶ୍ରମ ମଧ୍ୟ କରନ୍ତି। ତେବେ ପିସି ତଥା ପ୍ରିୟଙ୍କାଙ୍କୁ ଏସବୁ ପସନ୍ଦ ନୁହଁ । ସେ ଜିମ୍ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ।

Advertisment

ପ୍ରିୟଙ୍କାଙ୍କୁ ଜିମ୍ ଯାଇ ୱର୍କଆଉଟ୍ କରିବା ଜମାରୁ ଭଲ ଲାଗେନି। କିନ୍ତୁ ସେ ନିଜ ଡାଇଟ୍‌କୁ ନେଇ ପୂରା ଧ୍ୟାନ ରଖନ୍ତି। ଏଥିପାଇଁ ତ କଡା ଡାଇଟ୍ ପ୍ଲାନ୍ ଯୋଗୁଁ ଆକର୍ଷଣୀୟ ଫିଗର କରିପାରିଛନ୍ତି ଦେଶୀ ଗାର୍ଲ।

ମିଡିଆ ରିପୋର୍ଟ ମୁତାବକ, ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଷ୍ଟନିଂ ଲୁକ୍‌ର ପଛର କାରଣ ରହିଛି ତାଙ୍କ ୱର୍କଆଉଟ ଓ ଡାଇଟ୍ ପ୍ଲାନ୍। ନିଜଙ୍କୁ ଫିଟ୍ ରଖିବା ପାଇଁ ସେ ପ୍ରତି ୨ ଘଣ୍ଟାରେ ପଇଡ ପାଣି ପିଅନ୍ତି। ତାଙ୍କୁ ଚକୋଲେଟ୍ ଓ କେକ୍ ଖାଇବା ଭାରି ପସନ୍ଦ।

Advertisment

ନିଜର ସେପ୍ ବଜାୟ ରଖିବା ପାଇଁ ପ୍ରିୟଙ୍କା ସପ୍ତାହରେ ୪ ଦିନ ୱର୍କଆଉଟ୍ କରନ୍ତି। ଯୋଗ, ପ୍ରାଣାୟାମ, ୱେଟ୍ ଟ୍ରେନିଂ ଏବଂ କାର୍ଡିଓ କରନ୍ତି ପିସି। ଏହା ବ୍ୟତୀତ ପ୍ରିୟଙ୍କା ନିଜ ଡାଇଟ୍‌ରେ ସବୁଜ ପନିପରିବା ଏବଂ ଫଳ ସାମିଲ କରିବା ଜମାରୁ ଭୁଲନ୍ତି ନାହିଁ। ସେ ନିଜ ଜଳଖିଆରେ ଦୁଇଟି ଅଣ୍ଡା ଖାଇବା ସହ ଏକ ଗ୍ଲାସ କ୍ଷୀର ପିଅନ୍ତି ପ୍ରିୟଙ୍କା।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe