Advertisment

ଅତିଷ୍ଠ କଲା ଉଇ; ୧୬୬ କୋଟିର ବଙ୍ଗଳା ଛାଡ଼ିଲେ ଦେଶୀ ଗର୍ଲ

ଦିନେ ଯେଉଁ ଆଲିଶାନ ବଙ୍ଗଳା କିଣିବାକୁ ପାଗଳ ଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା, ଆଜି ତାହା ତାଙ୍କୁ ଅତିଷ୍ଠ କଲାଣି । ପାଣି ଲିକ୍‌ କରିବା ସହ ଉଇ ସମସ୍ୟା ଜୋନ୍‌ସ କପଲଙ୍କୁ ନାକେଦମ କରିବାରୁ ଝିଅ ସହ ଲସ୍‌ ଏଞ୍ଜଲସ୍‌ରେ ଥିବା ଏହି ଦାମୀ ବଙ୍ଗଳା ଛାଡ଼ିଛନ୍ତି ଏହି ହଟ୍‌ କପଲ୍‌ ।

author-image
Niharika Rout
priyanka chopra with husband

priyanka chopra with husband

ଦିନେ ଯେଉଁ ଆଲିଶାନ ବଙ୍ଗଳା କିଣିବାକୁ ପାଗଳ ଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା, ଆଜି ତାହା ତାଙ୍କୁ ଅତିଷ୍ଠ କଲାଣି । ପାଣି ଲିକ୍‌ କରିବା ସହ ଉଇ ସମସ୍ୟା ଜୋନ୍‌ସ କପଲଙ୍କୁ ନାକେଦମ କରିବାରୁ ଝିଅ ସହ ଲସ୍‌ ଏଞ୍ଜଲସ୍‌ରେ ଥିବା ଏହି ଦାମୀ ବଙ୍ଗଳା ଛାଡ଼ିଛନ୍ତି ଏହି ହଟ୍‌ କପଲ୍‌ ।   

Advertisment

ଆମେରିକାର ଲସ୍‌ ଏଞ୍ଜଲସ୍‌ରେ ଥିବା ପ୍ରିୟଙ୍କାଙ୍କ ୧୬୬ କୋଟି ମୂଲ୍ୟର ଆଲିଶାନ ବଙ୍ଗଳା ଏବେ ରହିବା ଯୋଗ୍ୟ ନୁହେଁ। ଫଳରେ ବାଧ୍ୟ ହୋଇ ସ୍ୱାମୀ ଓ ଛୁଆଙ୍କ ସହ ଅନ୍ୟତ୍ର ଚାଲି ଯାଇଛନ୍ତି ପୂର୍ବତନ ମିସ୍‌ ୱାର୍ଲ୍ଡ ।

ସାତ ବେଡରୁମ୍‌, ୯ ବାଥରୁମ୍‌, ହୋମ ଥିଏଟର, ୱାଇନ୍‌ ସେଲର, ଶେଫ୍‌ କିଚେନ, ବିଲିୟାର୍ଡ ରୁମ୍‌, ଜିମ୍‌ ସୁଇମିଂ ପୁଲ୍‌ ଆଦି ସୁବିଧା ଥିବା ଏହି ବଙ୍ଗଳାକୁ ପ୍ରିୟଙ୍କା କିଛି ବର୍ଷ ପୂର୍ବେ ୧୬୬ କୋଟି ଟଙ୍କାରେ କିଣିଥିଲେ। ମାତ୍ର ପରେ ପରେ ଏହାର ସୁଇମିଂ ପୁଲ, ସ୍ପା ସେଣ୍ଟର ଆଦିରେ ସମସ୍ୟା ଦେଖିବାକୁ ମିଳିଲା। ଘରର ବିଭିନ୍ନ ସ୍ଥାନରେ ପାଇପ୍‌ ଲିକ୍‌ ହୋଇ ପାଣି ଜମି ଉଇ ହେବାକୁ ଲାଗିଲା। ଫଳରେ ପ୍ରିୟଙ୍କାଙ୍କ ବହୁ ନାମୀଦାମୀ ଜିନିଷ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି।

Advertisment

ପାଣି ଲିକେଜ୍‌ ସହ ଉଇ ସମସ୍ୟାରେ ଅତିଷ୍ଠ ହୋଇ ପଡ଼ିଥିବା ପ୍ରିୟଙ୍କା ଶେଷରେ ଘର ଛାଡ଼ିବାକୁ ନିଷ୍ପତ୍ତି ନେଲେ। ଏଥିସହ ସେ ଏହି ପ୍ରପର୍ଟି ବିକିଥିବା ଡିଲରଙ୍କ ଉପରେ ବି ଗତବର୍ଷଠୁ ମାମଲା ରୁଜୁ କରିଛନ୍ତି। ଏପରିକି ଏଥିଯୋଗୁ ପ୍ରିୟଙ୍କା ଓ ତାଙ୍କ ବିଦେଶୀ ସ୍ୱାମୀ ନିକ୍‌ ଜୋନ୍ସ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ଏପରିକି ନଷ୍ଟ ହୋଇ ଯାଇଥିବା ମହଙ୍ଗା ଜିନିଷକୁ ସଜାଡ଼ିବାକୁ ସେମାନଙ୍କୁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା ବେଳେ ଏହାକୁ ଫେରି ପାଇବାକୁ ସେ ପ୍ରପର୍ଟି ଡିଲରଙ୍କ ଉପରେ ମାମଲା ରୁଜୁ କରିଛନ୍ତି।

ଘର ପୁଣି ଥରେ ରିପାୟର ନ ହେବା ପର୍ଯ୍ୟନ୍ତ ଉଭୟ ଜୋନ୍‌ସ କପଲ୍‌ ଝିଅ ମାଳତୀ ସହ ଅନ୍ୟତ୍ର ଚାଲି ଯାଇଛନ୍ତି। ଘର ମରାମତି କାମ ସରିଲେ ସେମାନେ ପୁଣି ଥରେ ସେଠାକୁ ଫେରି ପାରନ୍ତି ବୋଲି ଜଣାଯାଇଛି।

Priyanka Chopra