ରକ୍ତାକ୍ତ ଅବସ୍ଥାରେ ପ୍ରିୟଙ୍କା, କିଏ ପିଟିଲା?

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ। ଫାଟିଲା ମୁହଁ, ତାଙ୍କ ନାକ ଓ ଓଠରୁ ବାହାରୁଛି ରକ୍ତ। ତାଙ୍କୁ କିଏ ପିଟିଲା? କିଏ କଲା ତାଙ୍କର ଏଭଳି ଅବସ୍ଥା? ଏହି ପ୍ରଶ୍ନ ଏବେ ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଘାରିଛି। ଅଭିନେତ୍ରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କାଙ୍କ ଏହି ରକ୍ତାକ୍ତ ଫଟୋ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ରକ୍ତାକ୍ତ ଅବସ୍ଥାରେ ଗାଡି ଭିତରେ […]

Priyanka Chopra

Priyanka Chopra

Madhupriya Mistry
  • Published: Wednesday, 18 May 2022
  • Updated: 18 May 2022, 03:46 PM IST

Sports

Latest News

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ। ଫାଟିଲା ମୁହଁ, ତାଙ୍କ ନାକ ଓ ଓଠରୁ ବାହାରୁଛି ରକ୍ତ। ତାଙ୍କୁ କିଏ ପିଟିଲା? କିଏ କଲା ତାଙ୍କର ଏଭଳି ଅବସ୍ଥା? ଏହି ପ୍ରଶ୍ନ ଏବେ ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଘାରିଛି। ଅଭିନେତ୍ରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି।

ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କାଙ୍କ ଏହି ରକ୍ତାକ୍ତ ଫଟୋ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ରକ୍ତାକ୍ତ ଅବସ୍ଥାରେ ଗାଡି ଭିତରେ ପ୍ରିୟଙ୍କା ସେଲ୍ଫି ଉଠାଇ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ଶେଆର କରି ସେ ଲେଖିଛନ୍ତି, 'କ'ଣ ଆଜି ବି କାମରେ ଆପଣଙ୍କ ଦିନ କଷ୍ଟକର ଥିଲା?'

ପ୍ରିୟଙ୍କାଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ଅନେକ ସୋଶାଲ ମିଡିଆ ୟୁଜର୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ତୁମର କ'ଣ ହୋଇଛି। ସବୁ କିଛି ଠିକ୍‌ ଅଛି ତ? ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଧ୍ୟାନ ରଖ, ପ୍ରତିଦିନ ନୂଆ ଏକ୍ସପିରିଏନ୍ସ।

Priyanka Chopra shares pic of bruised face, leaves fans concerned - Hindustan Times

ବାସ୍ତବରେ ପ୍ରିୟଙ୍କାଙ୍କ ଏହି ଫଟୋ ତାଙ୍କ ଅପ୍‌କମିଂ ପ୍ରୋଜେକ୍ଟ 'ସିଟାଡେଲ'ର ସୁଟିଂ ସେଟ୍‌ରୁ ଆସିଛି। ସୁଟିଂ ସେଟ୍‌ରେ ତାଙ୍କର ଅବସ୍ଥା ଏଭଳି ହୋଇଛି। ସେ ଫଟୋରେ କଳା ରଙ୍ଗର ଆଉଟଫିଟ୍‌ରେ ନଜର ଆସିଛନ୍ତି।

ଖୁବଶୀଘ୍ର ପ୍ରିୟଙ୍କା ହଲିଉଡର ସାଇନ୍ସ ଫିକ୍ସନ ସିରିଜ 'ସିଟାଡେଲ'ରେ ନଜର ଆସିବେ। ଏଥିରେ ପ୍ରିୟଙ୍କାଙ୍କ ସହ ରିଚାର୍ଡ ମଡେନଙ୍କୁ ମଧ୍ୟ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ନିକଟରେ ଝିଅ ମାଲତି ମାରିଆ ଘରକୁ ଫେରିବା ପରେ ପ୍ରିୟଙ୍କା ଏହି ସିରିଜର ସୁଟିଂ ସେଟ୍‌କୁ ଫେରିଥିଲେ। ଏହାପୂର୍ବରୁ ପ୍ରିୟଙ୍କା ଗତବର୍ଷ ଡିସେମ୍ବରରେ ଏହି ଫିଲ୍ମର ଲଣ୍ଡନ ସେଡ୍ୟୁଲ ପୂରଣ କରିଥିଲେ।

ସେହିପରି ପ୍ରିୟଙ୍କା ଚୋପ୍ରାଙ୍କ ପାଖରେ ଏକ ବଲିଉଡ ମୁଭିର ଅଫର ମଧ୍ୟ ରହିଛି। ସେ 'ଜି ଲେ ଜରା' ଫିଲ୍ମରେ କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟ ସହ ନଜର ଆସିବେ। ଏହି ଫିଲ୍ମକୁ ଫରହାନ ଅଖତର ନିର୍ଦ୍ଦେଶନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos