Advertisment

ରକ୍ତ ଜୁଡୁବୁଡୁ ପ୍ରିୟଙ୍କା, ଫାଟିଲା ନାକ!

ପ୍ରିୟଙ୍କାଙ୍କ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି।

Priyanka Chopra

Priyanka Chopra

Advertisment

ବଲିଉଡର ଦେଶୀ ଗାର୍ଲ ତଥା ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ଆହତ। ତାଙ୍କର ନାକ ଫାଟିଛି। ମୁହଁରେ ଆଘାତ ମଧ୍ୟ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନଜର ଆସିଛନ୍ତି ପ୍ରିୟଙ୍କା। କେବଳ ସେତିକି ନୁହେଁ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ତାଙ୍କର ଏଭଳି କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି।

Advertisment

ପ୍ରକୃତରେ ପ୍ରିୟଙ୍କା ଚୋପ୍ରାଙ୍କ ଯେଉଁ ଫଟୋ ସାମ୍ନାକୁ ଆସିଛି, ତାହା ହେଉଛି ତାଙ୍କ ଅପ୍‌କମିଂ ହଲିଉଡ ଫିଲ୍ମ 'ଦ ବ୍ଲଫ୍‌'ର ଶୁଟିଂ ସେଟ୍‌ର। ତାଙ୍କ ମୁହଁ ଓ ନାକରୁ ବାହାରୁଥିବା ରକ୍ତ ଅସଲି ନୁହେଁ। ନକଲି ରକ୍ତରେ ଜଡୁବୁଡୁ ଅବସ୍ଥାରେ ଅଭିନେତ୍ରୀ ନିଜ ଅପ୍‌କମିଂ ହଲିଉଡ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସର ଶୁଟିଂ କରିଥିବା ବେଳେର ଦୃଶ୍ୟକୁ ଇନ୍‌ଷ୍ଟାଗ୍ରାରେ ସେୟାର କରିଛନ୍ତି। ଯାହା ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଶୁଟିଂ ସେଟ୍‌ର କିଛି ଫଟୋ ଓ ବିଟିଏସ୍‌ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରିୟଙ୍କା କ୍ୟାପସନ୍‌ରେ '#TheBluffରେ ବେଶ୍‌ ମଜା ଆସିଲା। ଶୁଟିଂର ଏହା ଶେଷ ସପ୍ତାହ ଥିଲା। ମୁଁ ଏକ ଫିଲ୍ମ ଶୁଟିଂ ସେଟ୍ ରେ ଅଛି ଏବଂ ଏହା ସବୁ ମେକଅପ୍ ଅଟେ।'

Advertisment

ସେପଟେ ଏହି ଫଟୋ ସାମ୍ନାକୁ ଆସିବା ପରେ ପ୍ରିୟଙ୍କା ଚୋପ୍ରାଙ୍କ କିଛି ଫ୍ୟାନ୍‌ ଚିନ୍ତିତ ହୋଇ ପଡିଛନ୍ତି। ଜଣେ ୟୁଜର ଆପଣ ନିଜର ଯତ୍ନ ନିଅନ୍ତୁ କ୍ୱିନ୍‌ ବୋଲି ଲେଖିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର୍‌ ହାର୍ଡ ଓ୍ୱର୍କିଂ ଲେଡି ବୋଲି ଲେଖିଛନ୍ତି।

ଏହାପୂର୍ବରୁ ଦ ଏକାଡେମୀ ଗ୍ରାଣ୍ଡ କେମାନ ମାର୍ଶଲ ଆର୍ଟ ସ୍କୁଲ ପ୍ରିୟଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡର ଅଭିନେତା କାର୍ଲ ଅର୍ବନଙ୍କ ସହ ଏକ ଫଟୋ ସେୟାର କରି ଏହି ଫିଲ୍ମରେ କାମ କରିବା ସମୟରେ ପାଇଥିବା ଚମତ୍କାର ଅନୁଭୂତି ପାଇଁ ଉଭୟ କଳାକାରଙ୍କୁ ଧନ୍ୟବାଦ ଜଣାଇଥିଲା।

କହିରଖୁ ଯେ, ପ୍ରିୟଙ୍କା ବର୍ତ୍ତମାନ ନିଜ ଅପ୍‌କମିଂ ଫିଲ୍ମ ଦ ବ୍ଲଫ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି।  ଅଭିନେତ୍ରୀ ପ୍ରାୟତଃ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଶୁଟିଂ ସେଟରୁ ପୋଷ୍ଟ ସେୟାର କରନ୍ତି। ପ୍ରିୟଙ୍କାଙ୍କ ଏହି ଫିଲ୍ମକୁ ନେଇ ଏବେ ଠାରୁ ହିଁ ଚାରିଆଡେ ଉତ୍ସାହର ମାହୋଲ ରହିଛି। ଫ୍ୟାନ୍‌ମାନେ ତାଙ୍କର ଏହି ଫିଲ୍ମ ଦେଖିବାକୁ ପାଇଁ ଅପେକ୍ଷା କରି ରହିଛନ୍ତି।  

Bollywood Priyanka Chopra Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe