Advertisment

ଝିଅ ‘ଡାଏନା’ର ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ୱାଇ: ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜର ସୌନ୍ଦର୍ଯ୍ୟ ଏବଂ ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ନିଜ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ହଲିଉଡ ଷ୍ଟାର ନିକ୍ ଜୋନ୍ସକୁ ସେ ବିବାହ କରିବା ପରେ ପ୍ରାୟତଃ ସେ ବିଦେଶରେ ରହୁଛନ୍ତି। ହଲିଉଡ ଏବଂ ବଲିଉଡରେ ତାଙ୍କ ସମସ୍କନ୍ଧ ଅଭିନେତ୍ରୀ ମାନେ ମା’ ହୋଇଗଲେଣି। ଏହାରି ଭିତରେ ସେ ତାଙ୍କ ଝିଅ ‘ଡାଏନା’ର ଫଟୋ ଶେୟାର କରିଛନ୍ତି। ଯାହାକି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ପ୍ରିୟଙ୍କା […]

ଅଦ୍ୟତନ ହୋଇଛି
ଝିଅ ‘ଡାଏନା’ର ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

priyanka-chopra

Advertisment

ମୁମ୍ୱାଇ: ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜର ସୌନ୍ଦର୍ଯ୍ୟ ଏବଂ ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ନିଜ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ହଲିଉଡ ଷ୍ଟାର ନିକ୍ ଜୋନ୍ସକୁ ସେ ବିବାହ କରିବା ପରେ ପ୍ରାୟତଃ ସେ ବିଦେଶରେ ରହୁଛନ୍ତି। ହଲିଉଡ ଏବଂ ବଲିଉଡରେ ତାଙ୍କ ସମସ୍କନ୍ଧ ଅଭିନେତ୍ରୀ ମାନେ ମା’ ହୋଇଗଲେଣି। ଏହାରି ଭିତରେ ସେ ତାଙ୍କ ଝିଅ ‘ଡାଏନା’ର ଫଟୋ ଶେୟାର କରିଛନ୍ତି। ଯାହାକି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏବେ ପ୍ରିୟଙ୍କା ଚୋପ୍ରା ଝିଅର ଫଟୋ ଶେୟାର କରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ପ୍ରିୟଙ୍କା ଏବେ ତାଙ୍କ ସ୍ୱାମୀ ନିକଙ୍କ ସହ ଶାଶୁ ଘରେ ଅଛନ୍ତି। ସେ ସୋଶାଲ ମିଡିଆରେ ନିଜର କାମ ବାବଦରେ ମଧ୍ୟ ସୂଚନା ଦିଅନ୍ତି। ଯାହାକୁ ତାଙ୍କ ପ୍ରଶଂସକ ମାନେ ଭରପୁର ଲାଇକ୍ ଏବଂ କମେଣ୍ଟ କରିବା ସହିତ ଶେୟାର କରନ୍ତି। ନିକଟରେ ପ୍ରିୟଙ୍କ ସୋଶାଲ ମିଡିଆ ଇନଷ୍ଟାଗ୍ରାମରେ ସୂଚନା ଦେଇ କହିଥିଲେ ସେ ବ୍ରିଟିଶ ଏକାଡେମୀ ସିନେମା ପୁରସ୍କାରର ଉପସ୍ଥାପନ କରିବେ। ଯାହାକି ଏପ୍ରିଲ ୧୦ ଓ ୧୧ ଦୁଇ ଦିନ ଧରି ଚାଲିବ। ରୟାଲ ଆଲବର୍ଟ ହଲରେ ଏହି ସମାରୋହ ଅନୁଷ୍ଠିତ ହେଉଛି। ସବୁଠୁ ବଡ଼ କଥା ହେଉଛି ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ ଟାଇଗର’ ମଧ୍ୟ ଦୁଇଟି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି।

ତେବେ ଶନିବାର ପ୍ରିୟଙ୍କା ତାଙ୍କ ଝିଅ ସହିତ ଏହି ଫଟୋ ସେୟାର କରିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଆପଣ ମଧ୍ୟ ଭାବୁଥିବେ ପ୍ରିୟଙ୍କା କେବେ ଝିଅ ଜନ୍ମ ଦେଲେ କିଛି ଜଣାପଡ଼ିଲାନି।

Advertisment

ବାସ୍ତବରେ ପ୍ରିୟଙ୍କାଙ୍କର ୩ଟି ପୋଷା କୁକୁର ଅଛି। ସେ ସମସ୍ତଙ୍କୁ ବହୁତ ଯତ୍ନ ନିଅନ୍ତି। ପ୍ରିୟଙ୍କା ଘରେ ରହିବା ସମୟରେ ତିନି କୁକୁର ସହ ସମୟ ବିତାନ୍ତି। ଏହି ତିନି କୁକୁରର ନାଁ ହେଲା ଡାଏନା, ଜିନୋ ଏବଂ ପାଣ୍ଡା। ସେ ଅନେକ ଥର କହିଛନ୍ତି ଯେ ସେ ତାଙ୍କର ତିନି ପୋଷା କୁକୁରଙ୍କ ମା’ ଭାବରେ ଗର୍ବିତ। ପ୍ରିୟଙ୍କାଙ୍କର ଗୋଟିଏ କୁକୁର ଯାହାର ନାମ ଡାଏନା ତା ସହିତ ଏକ ଫଟୋ ଶେୟାର କରିଛନ୍ତି ଇନଷ୍ଟାଗ୍ରାମରେ। ଯେଉଁଥିରେ ସେ ଲେଖିଛନ୍ତି Mommy and I… #PerfectSaturday

Priyanka Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe