Advertisment

ନାକ ସର୍ଜରୀ ପାଇଁ ଦେଶୀ ଗର୍ଲଙ୍କ ହାତଛଡ଼ା ହୋଇଥିଲା ୩ଟି ଫିଲ୍ମ

ଗୋଟିଏ ଥର ସର୍ଜରୀରେ ହୋଇଥିବା ଭୁଲ୍‌କୁ ସଜାଡ଼ିବାକୁ ପୁଣି ଥରେ ସର୍ଜରୀର ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା ବୋଲି କହିଛନ୍ତି ମିସେସ ଜୋନ୍ସ।

ଅଦ୍ୟତନ ହୋଇଛି
Priyanka Chopra

Priyanka Chopra

Advertisment

ଅଧିକ ସୁନ୍ଦରୀ ହେବା ପାଇଁ ନାକ ସର୍ଜରୀ କରି ପ୍ରବଳ ହଟହଟା ହୋଇଥିଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏପରିକି ବିଗିଡ଼ି ଯାଇଥିବା ନାକ ପାଇଁ ମିସେସ ନିକ୍‌ ଜୋନ୍ସଙ୍କ ହାତ ଛଡ଼ା ହୋଇ ଯାଇଥିଲା ୩ଟି ଫିଲ୍ମ । ଏଥିଯୋଗୁ ମାନସିକ ଅବସାଦରେ ରହୁଥିବା ଦେଶୀ ଗର୍ଲଙ୍କୁ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ କରିବାକୁ ପଡ଼ିଥିଲା ଖୁବ୍ କସରତ। ଏପରିକି ଗୋଟିଏ ଥର ସର୍ଜରୀରେ ହୋଇଥିବା ଭୁଲ୍‌କୁ ସଜାଡ଼ିବାକୁ ପୁଣି ଥରେ ସର୍ଜରୀର ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା ବୋଲି କହିଛନ୍ତି ମିସେସ ଜୋନ୍ସ। ତାହା ତାଙ୍କ ଜୀବନର କଳା ଅଧ୍ୟାୟ ଥିଲା ବୋଲି ନିଜ ଫିଲ୍ମ ‘ସିଟାଡେଲ’ର ପ୍ରମୋସନ ବେଳେ କହିଛନ୍ତି ପ୍ରିୟଙ୍କା ।

Advertisment

ଗଣମାଧ୍ୟମ ସମ୍ମୁଖରେ ପ୍ରିୟଙ୍କା କହିଛନ୍ତି, ନାକ ସର୍ଜରୀ ହେତୁ ମୋ’ ମୁହଁ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ଏପରିକି ନିଜ ପରିବର୍ତ୍ତିତ ମୁହଁକୁ ମୁଁ ନିଜେ ଗ୍ରହଣ କରି ପାରୁ ନ ଥିଲି। ଏଥିପାଇଁ ୩ଟି ଫିଲ୍ମ ମୋ’ ହାତରୁ ଖସି ଯାଇଥିଲା। ମୁଁ ଅବସାଦରେ ରହୁଥିବା ବେଳେ ଏଥିରୁ ମୁକୁଳିବାକୁ ଆଉ ଏକ ସର୍ଜରୀ ଆବଶ୍ୟକ ବୋଲି କହିଥିଲେ ଡାକ୍ତର।

ପୁଣି ଏକ ସର୍ଜରୀ କଥା ଶୁଣି ମୁଁ ଭୟଭୀତ ହୋଇପଡ଼ିଥିବା ବେଳେ ମୋ’ ସପୋର୍ଟ ସିଷ୍ଟମ ହୋଇ ଛିଡ଼ା ହୋଇଥିଲେ ମୋ’ ବାପା। ଏପରିକି ମୋ ସର୍ଜରୀ ବେଳେ ସେ ମୋ’ ସହ ଓଟି ଭିତରେ ରହିବେ ବୋଲି ବି କଥା ଦେଇଥିଲେ। ତାଙ୍କ କଥାକୁ ଭରସା କରି ପୁଣି ଥରେ ଛୁରୀ ତଳକୁ ଯିବାକୁ ସାହସ ଯୋଗାଡ଼ କରି ପାରିଥିଲି। ମୋ’ ବାପାଙ୍କ ଆଶ୍ୱାସନା ତଥା ଭଲ ପାଇବା ଯୋଗୁ ମୁଁ ପୁଣି ଥରେ ନିଜ ଆତ୍ମବିଶ୍ୱାସ ଫେରି ପାଇଲି ବୋଲି କହିଛନ୍ତି ଦେଶୀ ଗର୍ଲ ।

Advertisment

ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡ ଫିଲ୍ମ ସହ ବହୁ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ହଲିଉଡ଼ ଫିଲ୍ମ ‘ଲଭ ଅଗେନ’ରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏହାବାଦ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ବଲିଉଡ ଫିଲ୍ମ ‘ଜି ଲେ ଜରା’ରେ ସେ ଆଲିଆ ଭଟ୍ଟ ଓ କ୍ୟାଟ୍ରିନାଙ୍କ ସହ ସ୍କ୍ରିନ୍‌ ଶେଆର କରିବେ । ମା’ ହେବା ପରଠୁ ପ୍ରିୟଙ୍କା ଏବେ ଝିଅ ମାଳତୀ ମେରି ଚୋପ୍ରା ଜୋନ୍ସ ଓ ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି। 

Entertainment Priyanka Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe